ନୟାଗଡ଼,(ନୟାଗଡ଼ ଦର୍ପଣ): ଓଡ଼ିଶା ଅତିରିକ୍ତ ନିର୍ବାଚନ ଅଧିକାରୀ ଶତୃଘ୍ନ କର ଆଜି ଅପରାହ୍ନରେ ନୟାଗଡ଼ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ନୟାଗଡ଼ ଜିଲ୍ଲାରେ ନିର୍ବାଚନ ପ୍ରାକ୍ ପ୍ରସ୍ତୁତି ଉପରେ ସମୀକ୍ଷା କରିଥିଲେ । ପ୍ରଥମେ ଶ୍ରୀଯୁକ୍ତ କର ନୟାଗଡ଼ ଜିଲ୍ଲାରେ ବୁଥ୍ ପୋଷ୍ଟାଲ ବ୍ୟାଲେଟ୍, ଯାନ, ଟ୍ରେନିଂ ପ୍ରୋଗ୍ରାମ, ଏମ.ସି.ଏମ.ସି., ଏମ.ସି.ସି., ପୋଲିସ ମାଜିଷ୍ଟ୍ରେଟ୍ ସମନ୍ଵୟ ଉପରେ ସମୀକ୍ଷା କରିଥିଲେ। ଏହି ବୈଠକରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ସ୍ଵଧା ଦେବସିଂ ନିର୍ବାଚନ ସମ୍ବନ୍ଧୀୟ ସନ୍ଦେହ ଗୁଡ଼ିକ ପଚାରି ବୁଝିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ତଥା ରିଟର୍ନିଙ୍ଗ ଅଧିକାରୀ ଦିଲିପ କୁମାର ବଳ, ଅତିରିକ୍ତ ଜିଲ୍ଲାପାଳ ତଥା ରିଟର୍ନିଙ୍ଗ ଅଧିକାରୀ ରୋଜିନା ଦାସ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ରିଟର୍ନିଙ୍ଗ ଅଧିକାରୀ ଦେବଦତ୍ତ ପଣ୍ଡା, ଉପଜିଲ୍ଲାପାଳ ତଥା ରିଟର୍ନିଙ୍ଗ ଅଧିକାରୀ କର୍ଣ୍ଣଦେବ ସମାଦାର, ଅତିରିକ୍ତ ଆରକ୍ଷୀ ଅଧ୍ୟକ୍ଷକ ରମାକାନ୍ତ ପଣ୍ଡା, ଡେପୁଟୀ କଲେକ୍ଟର (ନିର୍ବାଚନ) ଅଭିଜିତ୍ ଷଡ଼ଙ୍ଗୀ, ଆଂଚଳିକ ପରିବହନ ଅଧିକାରୀ ପ୍ରଶାନ୍ତ କୁମାର ପରିଡ଼ା, ସମସ୍ତ ନୋଡାଲ ଅଧିକାରୀ, ତହସିଲଦାର ନୟାଗଡ଼ ବୈଠକରେ ଉପସ୍ଥିତ ଥିଲେ ।
Related posts
-
ଜଗବନ୍ଧୁଙ୍କୁ ଶୁଭେଚ୍ଛା ଜଣାଇଲେ ଦଶପଲ୍ଲା ବିଧାୟକ
ନୂଆଗାଁ,(ନୟାଗଡ଼ ଦର୍ପଣ): ୬୮ତମ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ ଯୋଗ ଓ ସନ୍ତରଣ ପ୍ରତିଯୋଗିତା ସମ୍ବଲପୁରର ଲେଡି ଲୁଇସ୍ ସରକାରୀ ଉଚ୍ଚ ବିଦ୍ୟାଳୟରେ... -
ଓଡ଼ିଶା ହକି ସଂଘ ଆୟୋଜିତ ଖେଳରେ ନୈରାଶ୍ୟ ପ୍ରଦର୍ଶନ କଲା ଜିଲ୍ଲା ହକି ଦଳ
ରଣପୁର,(ନୟାଗଡ଼ ଦର୍ପଣ): ୨୦୨୨ ମସିହାରେ ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀଙ୍କ ଦ୍ୱାରା ରଣପୁର ଠାରେ ଉଦ୍ଘାଟନ ହୋଇଥିଲା ଓଡିଶା ନାଭାଲ୍-ଟାଟା ହକି ଗ୍ରାସ... -
ଭକ୍ତିସଙ୍ଗୀତ ପ୍ରତିଯୋଗିତା: ଅକ୍ଟୋବର ୬ରୁ ପ୍ରଥମ ପର୍ଯ୍ୟାୟ ଅଡିସନ
ନୟାଗଡ଼,(ନୟାଗଡ଼ ଦର୍ପଣ): ଗତ ବର୍ଷ ‘ସଙ୍ଗୀତଧାରା’, ନୟାଗଡ଼ ପକ୍ଷରୁ ଆୟୋଜିତ ହୋଇଥିବା ଜିଲ୍ଲାସ୍ତରୀୟ ଭକ୍ତି ସଙ୍ଗୀତ ପ୍ରତିଯୋଗିତା ଅପୂର୍ବ ସଫଳତା ହାସଲ...