ନୟାଗଡ଼ରେ ବିଜେପି କୃଷକ ମୋର୍ଚ୍ଚା କାର୍ଯ୍ୟକର୍ତ୍ତା ସମ୍ମିଳନୀ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ରେ ବିଜେପି କୃଷକ ମୋର୍ଚ୍ଚା ଜିଲ୍ଲା କାର୍ଯ୍ୟକର୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଶ୍ରୀନିବାସ ପ୍ରଧାନଙ୍କ ସଭାପତିତ୍ବରେ ନୀଳମାଧବ କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଜେପି କୃଷକ ମୋର୍ଚ୍ଚାର ରାଜ୍ୟ ସଭାପତି ମହେଶ୍ଵର ସାହୁ, ରାଜ୍ୟ ସଂପାଦକ ବିକ୍ରମ କେଶରୀ ରାଉତରାୟ, ରାଜ୍ୟ କୋଷାଧ୍ୟକ୍ଷ ବିଶ୍ୱଜିତ ସ୍ୱାଇଁ, ବିଜେପି ଜିଲ୍ଳା ସଭାପତି ତାପସ କୁମାର ମାର୍ଥା, ରାଜ୍ୟ କାର୍ଯ୍ୟକରିଣୀ ସଦସ୍ୟ ସଞ୍ଜୟ କୁମାର ନାୟକ, ସନ୍ତୋଷ କୁମାର ପ୍ରଧାନ, ବୁଲୁ ଗୌଡଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ଯୋଗଦାନ କରିଥିଲେ।

Related posts