ଓଡ଼ଗାଁ, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଶରଣକୁଳକୁ ଏନଏସି ଘୋଷଣା କରାଯାଇ ଦୀର୍ଘଦିନର ଦାବୀ ପୁରଣ କରିଥିବାରୁ ସ୍ଥାନୀୟ ବିଧ୍ୟାୟକ ସତ୍ୟନାରାୟଣ ପ୍ରଧାନ ଓ 5T ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି ଜନସାଧାରଣ । ଶରଣକୁଳ ଓ ହରିହରପୁର ଗ୍ରାମପଞ୍ଚାୟତକୁ ନେଇ ଏନଏସି ପାଇଁ ଦୀର୍ଘ ୧୫ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ଶରଣକୁଳ ଅଂଚଳର ବୁଦ୍ଧିଜୀବି, ନେତୃସ୍ଥାନୀୟ ବ୍ୟକ୍ତି ଓ ସଚେତନ ନାଗରିକଙ୍କ ଦାବୀକୁ ଗୁରୁତ୍ୱ ଦେଇ ବିଳମ୍ବ ହେଲେ ମଧ୍ୟ ରାଜ୍ୟ ସରକାର ପ୍ରତିଶୃତି ପାଳନ କରିଥିବାରୁ ଶରଣକୁଳ ଅଂଚଳରେ ସମସ୍ତ ଜନସାଧାରଣଙ୍କ ମନରେ ଉତ୍ସାହ ଦେଖାଦେଇଛି। ଶରଣକୁଳ ସରପଞ୍ଚ ମିନାକ୍ଷୀ ପ୍ରସାଦ ସାହୁ, ଜିଲ୍ଲା ପରିଷଦ ସଦସ୍ୟା ଚିନ୍ମୟୀ ଦାଶ, କୃଷକ ନେତା କୃଷ୍ଣଚନ୍ଦ୍ର ମହାପାତ୍ର, ଯୁବନେତା ଉମାପ୍ରସାଦ ସାହୁ, କୃଷ୍ଣଚନ୍ଦ୍ର ତ୍ରିପାଠୀ, ରବୀନ୍ଦ୍ର କୁମାର ଚୌଧୁରୀ, ହରିହରପୁର ପ୍ରାକ୍ତନ ସରପଂଚ ବୈକୁଣ୍ଠ ନାଥ ସିଠ, ସୁବାସ ଚନ୍ଦ୍ର ବରାଡ଼, ଜଗବନ୍ଧୁ ସାହୁଙ୍କ ସମେତ ବୁଦ୍ଧିଜୀବୀ ଓ ଲଡୁବାବା ମନ୍ଦିର ସେବାୟତ ଲଡୁବାବଙ୍କ ମନ୍ଦିର ସମ୍ମୁଖରେ ଦ୍ୱୀପ ପ୍ରଜ୍ବଳନ ସହିତ ଏନଏସି ଘୋଷଣାର ଉତ୍ସବ ପାଳନ କରିଥିଲେ।ପ୍ରକାଶ ଥାଉକି ଗତ ମାସ ୬ ତାରିଖରୁ ଏନଏସି ଓ ଅନ୍ୟାନ୍ୟ ଉନ୍ନତି ମୂଳକ କାର୍ଯ୍ୟପାଇଁ ସମାଜସେବୀ ରୁଷିଆ ପ୍ରଧାନ ଦୀର୍ଘ ୩୭ଦିନ ଧରି ଅନଶନରେ ବସିଥିଲେ ଯାହାକି ଆଜି ଏନଏସି ଘୋଷଣା ପରେ ଅନଶନ ଭଙ୍ଗ କରିଛନ୍ତି । ଶରଣକୁଳ ଅଞ୍ଚଳର ସମସ୍ତ ସାମ୍ବାଦିକଙ୍କର ଖବର ପ୍ରକାଶନ, ପ୍ରାକ୍ତନ ସରପଞ୍ଚ ଓ ଜିଲା ପରିଷଦ ସଦସ୍ୟ ମଦନମୋହନ ନନ୍ଦ, ସମାଜସେବୀ ବିକ୍ରମ କୁମାର ଦାଶ, ପୂର୍ବତନ ବିଧ୍ୟାୟକ ରବିନାରାୟଣ ମହାପାତ୍ର, ସାଂସଦ ପିନାକୀ ମିଶ୍ର ପ୍ରଭୁତି ସମସ୍ତ ଶୁଭେଛୁ ଓ କାର୍ଯ୍ୟକାର୍ତ୍ତାଙ୍କ ଏନଏସି ଘୋଷଣା ପାଇଁ ଉଦ୍ୟମ ଆଜି ଫଳବତୀ ହୋଇଛି।
ଶରଣକୁଳକୁ ଏନଏସି ଘୋଷଣା ପରେ ସରକାରଙ୍କୁ ଧନ୍ୟବାଦ ଦେଲେ ସ୍ଥାନୀୟ ବାସିନ୍ଦା
