ସୁରଗନ୍ଧର୍ବ ନବ କିଶୋର ମିଶ୍ରଙ୍କ ସଂଗୀତ ସନ୍ଧ୍ୟା

ନୟାଗଡ଼, (ନୟାଗଡ଼ ଦର୍ପଣ): ‘ଘାରିଛି କାଳିଆ ନିଶା ‘ସଂଗୀତ ଅନୁଷ୍ଠାନ ଆନୁକୂଲ୍ୟରେ ପୁରୁଣା ସହରସ୍ଥିତ ମା ଦକ୍ଷିଣକାଳୀଙ୍କ ପୀଠରେ ସଂକ୍ରାନ୍ତି ଉପଲକ୍ଷେ ସୁରଗନ୍ଧର୍ବ ନବ କିଶୋର ମିଶ୍ରଙ୍କ ସଂଗୀତ ସନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି। ଏହି ସଂଗୀତ କାର୍ଯ୍ୟକ୍ରମକୁ ସନ୍ଧ୍ୟାରେ ବିଶିଷ୍ଟ ସମାଜସେବୀ ପ୍ରମୋଦ ପଟ୍ଟନାୟକ ପ୍ରଦୀପ ପ୍ରଜ୍ବଳନ କରି ମଞ୍ଚକୁ ଉଦଘାଟନ କରିଥିଲେ। ଅନୁଷ୍ଠାନର ସମ୍ପାଦକ ଲକ୍ଷ୍ମଣ ଖଟେଇ ମଞ୍ଚ ପରିଚାଳନା କରିଥିବା ବେଳେ ସ୍ବନାମଧନ୍ୟ କଣ୍ଠଶିଳ୍ପୀ ଜଗଦୀଶ ପ୍ରସାଦ ରଥ, ପ୍ରାଣକୃଷ୍ଣ ମହାରଣା, ପୀତବାସ କଳସ, ମାଧବ ଡାକୁଆ, ଗୁରୁ ପ୍ରଭାତ କୁମାର ଦାସ, ବିଷ୍ଣୁ ପ୍ରିୟା ବେହେରା, ଆଶୁତୋଷ ମିଶ୍ର, ଦାମ ମିଶ୍ର, ଗୌର କିଶୋର ପ୍ରମୁଖ ସଂଗୀତ ପରିବେଷଣ କରିଥିଲେ। ସୁରଗନ୍ଧର୍ବ ନବକିଶୋର ମିଶ୍ରଙ୍କୁ ସମସ୍ତ ଗୀତିକାରମାନେ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ।

Related posts