ପ୍ରବାଦ ପୁରୁଷଙ୍କ ସ୍ମୃତିରେ ସାଇକେଲ ଶୋଭାଯାତ୍ରା

ଅରୁଣଙ୍କ ନେତୃତ୍ୱରେ ଦମ ଦେଖାଇଲା ବିଜେଡି ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ବିଜୁ ଜନତା ଦଳ ପକ୍ଷରୁ ବିଜୁ ବାବୁଙ୍କ ଜୟନ୍ତୀ ଅବସରରେ ବିଶାଳ ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଶୋଭାଯାତ୍ରାରେ ନୟାଗଡ଼ ବ୍ଲକର ୨୯ ପଞ୍ଚାୟତ ଏବଂ ପୈାର ପରିଷଦର ୩ ହଜାରରୁ ଉର୍ଦ୍ଧ୍ୱ କର୍ମୀ ସାମିଲ ହୋଇଥିଲେ । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଜଣେ ସାହାସୀ ବ୍ୟକ୍ତିତ୍ୱ ଥିଲେ । କଟକରୁ ପେସୱାର ସାଇକେଲରେ ଗସ୍ତ କରିଥିଲେ । ତାଙ୍କର ସ୍ମୃତିକୁ ଉଜ୍ଜ୍ୱିବିତ କରିବା ପାଇଁ ଏହି ସାଇକେଲ ଶୋଭାଯାତ୍ରାର ପରିକଳ୍ପନା କରାଯାଇଥିବା ବିଧାୟକ ଡ. ସାହୁ କହିଥିଲେ । ବିଜୁ ଜନତା ଦଳ ସରକାର ରାଜ୍ୟର ଜନସାଧାରଣଙ୍କ ପାଇଁ ଅନେକ ଜନହିତକର ଯୋଜନା କରିଥିବା ବେଳେ ମୁଖ୍ୟମନ୍ତ୍ରୀ…

Read More

କୁରାଳ ଉଚ୍ଚ ବିଦ୍ୟାଳୟରେ ‘ସବୁଜ ବାହିନୀ’ର ବାର୍ଷିକ ଉତ୍ସବ

ଓଡଗାଁ, (ନୟାଗଡ଼ ଦର୍ପଣ): ଓଡ଼ଗାଁ ବ୍ଲକ୍ କୁରାଳ ସ୍ଥିତ ଆନନ୍ଦ ସାହୁ ସରକାରୀ ଉଚ୍ଚ ବିଦ୍ୟାଳୟର ‘ଯୁବ ଏବଂ ସବୁଜ ବାହିନୀ’ର ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସୀମାଞ୍ଚଳ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସସ୍ମିତା ଦାଶ ଏବଂ ସବୁଜ ବାହିନୀ ମାର୍ଗ ଦର୍ଶିକା ସସ୍ମିତା ପାଣିଗ୍ରାହୀ ସଭା ସଂଯୋଜନା କରିଥିବା ବେଳେ ପ୍ରକୃତି ତଥା ସମାଜର ବନ୍ଧୁ ସୁକାନ୍ତ ଚୌଧୁରୀ ମୁଖ୍ୟଅତିଥି ରୂପେ ଯୋଗଦେଇ ସବୁଜ ସୁନ୍ଦର ଏ ପୃଥିବୀର ସୁରକ୍ଷା ନିମନ୍ତେ ଭ.ବ.ନ ସୂତ୍ର (ଭଲହେବା, ବନ୍ଧୁହେବା, ନଷ୍ଟ କରିବାରୁ କ୍ଷାନ୍ତହେବା)ର ବାଖ୍ୟାନ କରି ସହଯୋଗୀ ହେବା ନିମନ୍ତେ ଆହ୍ବାନ କରିଥିଲେ। ଏକକ ବ୍ୟବହୃତ ପ୍ଲାଷ୍ଟିକ ବର୍ଜନ, ଜଙ୍ଗଲ ସୁରକ୍ଷା, ବୃକ୍ଷ ରୋପଣ, ଡଷ୍ଟବିନର ବ୍ୟବହାର, ପାଳ ପୋଡ଼ି ଜନିତ ପ୍ରଦୂଷଣ ରୋକିବା, ଜଳ, ବିଦ୍ୟୁତ ତଥା…

Read More

ଆଶ୍ରୟ ସେବା ସଂସ୍କୃତି ଉତ୍ସବ-୨୦୨୪” ପାଳିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ଶରଣକୁଳ ନିକଟବର୍ତ୍ତୀ ବାଉଁଶିଆ ଗ୍ରାମରେ ଥିବା ଦିବ୍ୟାଙ୍ଗ, ଅସହାୟ, ବୃଦ୍ଧବୃଦ୍ଧା ଏବଂ ମାନସିକ ଅନଗ୍ରସର ବ୍ୟକ୍ତିଙ୍କ ସାହାରା “ଆଶ୍ରୟ”ର ଦିବ୍ୟାଙ୍ଗ ସେବାଶ୍ରମ ପରିସରରେ ପ୍ରତିବର୍ଷ ଭଳି ଆଜି “ଆଶ୍ରୟର ସେବା ସଂସ୍କୃତି ଉତ୍ସବ- ୨୦୨୪” ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଆଶ୍ରୟ ର ପ୍ରତିଷ୍ଠାତା ତଥା ନିର୍ଦ୍ଦେଶକ ତଥା ସାମାଜସେଵୀ ଲୋକନାଥ ଦାଶ ସଭାପତିତ୍ୱ କରିଥିଲାବେଳେ ଅତିଥି ଭାବେ ପୂର୍ବତନ ମହିଳା କମିଶନର, ଓଡିଶା ଶ୍ରୀମତୀ ଲୋପାମୁଦ୍ରା ମହାନ୍ତି, ବରିଷ୍ଠ କୈବୟତ୍ରୀ ବସରିନ ବିବି, ଖ୍ୟାତନାମା ସାହିତ୍ୟିକ ଓ ଗବେଷକ ତଥା ଆଶ୍ରୟର ଦିଗଦ୍ରଷ୍ଟା ଦାଶ ବେନହୁର, ନାଟ୍ୟଭୂଷଣ ଡ. ବିଜୟ ଚୌଧୁରୀ, ଶରଣକୂଳ ମହାବିଦ୍ୟାଳୟ ଅଧକ୍ଷ ବସନ୍ତ କୁମାର ରଥ, ଅବସରପ୍ରାପ୍ତ ଶିକ୍ଷକ ତଥା କବି ବ୍ରଜବନ୍ଧୁ ମହାପାତ୍ର ଯୋଗଦେଇ ଥିଲେ। ଅତିଥି ମାନେ ଦିବ୍ୟାଙ୍ଗ, ଅସହାୟ, ବୃଦ୍ଧବୃଦ୍ଧା ଏବଂ ମାନସିକ ବିକାରଗ୍ରସ୍ତ…

Read More

ଶିଖରପୁରରେ ସି.ପି.ଆଇ.ଏମର କର୍ମୀ ସମ୍ମିଳନୀ

ଶରଣକୁଳ, (ନୟାଗଡ଼ ଦର୍ପଣ): ଶିଖରପୁରଠାରେ ସି.ପି.ଆଇ.(ଏମ୍) ପକ୍ଷରୁ ଏକ ବଡ଼ ଧରଣର କର୍ମୀ ସମ୍ମିଳନୀରେ କେନ୍ଦ୍ରରେ କୃଷକ-ଶ୍ରମିକ ବିରୋଧୀ ବିଜେପି ମେଣ୍ଟ ସରକାରକୁ ଏବଂ ତାକୁ ସମର୍ଥନ କରୁଥିବା ଓଡିଶାର ବିଜେଡ଼ି ଦଳକୁ ଆଗାମୀ ସାଧାରଣ ନିର୍ବାଚନରେ ପରାସ୍ତ କରିବା ପାଇଁ ନିଷ୍ପତ୍ତି ନେବା ସହିତ ସି.ପି.ଆଇ.ଏମ୍ ପ୍ରାର୍ଥୀଙ୍କୁ ବିଜୟୀ କରିବା ପାଇଁ ଅଣ୍ଟା ଭିଡିବାକୁ ଶପଥ ନିଆଯାଇଛି। ପାର୍ଟିର ବରିଷ୍ଠ ନେତା ବିଶ୍ଵନାଥ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ରାଜ୍ୟ ସଂପାଦକ ମଣ୍ଡଳୀ ସଭ୍ୟ କମ୍ରେଡ୍ ସୁରେଶ ପାଣିଗ୍ରାହୀ ଓ ଦୁଷ୍ମନ୍ତ ଦାସ କେନ୍ଦ୍ର ବିଜେପି ସରକାରର ଦରବୃଦ୍ଧି ନୀତି,ଘରୋଇକରଣ ନୀତି, ଗଣତନ୍ତ୍ର ଆଉ ସାମ୍ବିଧାନିକ ବିଧିବ୍ୟବସ୍ଥା ବିରୋଧୀ ଏକଛତ୍ରବାଦ ନୀତି ବିରୁଦ୍ଧରେ ବ୍ୟାପକ ଆଲୋଚନା ରଖିଥିଲେ। ଜିଲ୍ଲାର ଅନ୍ୟତମ ନେତୃତ୍ବ କମ୍ରେଡ୍ ଶରତଚନ୍ଦ୍ର ବେହେରା, ଗୋଲକ ବିହାରୀ ମୁଦୁଲି, ପବିତ୍ର ଇନ୍ଦ୍ରଜିତ, ନିତ୍ୟାନନ୍ଦ…

Read More

ଗ୍ରୀଷ୍ମ ପ୍ରବାହ ମୁକାବିଲା ନିମନ୍ତେ ଜିଲ୍ଲାସ୍ତରୀୟ ତାଲିମ ଓ ପ୍ରସ୍ତୁତି ବୈଠକ

ନୟାଗଡ଼,(ନୟାଗଡ଼ ଦର୍ପଣ): ଗ୍ରୀଷ୍ମ ପ୍ରବାହ ମୁକାବିଲା ଓ ପ୍ରସ୍ତୁତି ନିମନ୍ତେ ଏକ ଜିଲ୍ଲାସ୍ତରୀୟ ତାଲିମ ଶିବିର ଜିଲ୍ଲା ପରିଷଦ କାର୍ଯ୍ୟାଳୟ ପରିସରରେ ଅବସ୍ଥିତ ଡି.ପି.ଆର.ସି. ସଭାଗୃହରେ ଆୟୋଜନ କରାଯାଇଥିଲା । ଏଥିରେ ଅତିରିକ୍ତ ଜିଲ୍ଲାପାଳ ଦିଲିପ କୁମାର ବଳ ସଭାପତିତ୍ୱ କରିଥିଲେ । ସମ୍ବଳ ବ୍ୟକ୍ତିତ୍ଵ ଭାବରେ ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ତପତି ରାଜ, ଅତିରିକ୍ତ ମୁଖ୍ୟ ଚିକିତ୍ସା ଅଧିକାରୀ ଡା.ନୌସଦ୍ ଅଲ୍ଲୀ ଖାଁ ଓ ଜିଲ୍ଲା ପ୍ରକଳ୍ପ ଅଧିକାରୀ ଅଶୋକ କୁମାର ରଥ ଯୋଗ ଦେଇଥିଲେ । ସମସ୍ତ ଜିଲ୍ଲାସ୍ତରୀୟ ପଦାଧିକାରୀ, ସ୍ୱେଚ୍ଛାସେବୀ ଅନୁଷ୍ଠାନ ଓ ବ୍ଲକସ୍ତରୀୟ ଅଧିକାରୀମାନେ ଯୋଗ ଦେଇ ସେମାନଙ୍କର ଗ୍ରୀଷ୍ମ ପ୍ରବାହ ମୁକାବିଲା ପାଇଁ କାର୍ଯ୍ୟ ଖସଡ଼ା ଉପସ୍ଥାପନା କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ସମସ୍ତଙ୍କୁ ସ୍ବାଗତ କରି ସବୁ ବିଭାଗ କିପରି ପ୍ରସ୍ତୁତ ରହିବେ ତାହା ଉପରେ ମତ…

Read More

ନୟାଗଡ଼ ବ୍ଲକର ୨୯ଟି ପଞ୍ଚାୟତର ୨୨୦୫ଜଣ ନୂତନ ହିତାଧିକାରୀ ମଧୁବାବୁ ପେନ୍‌ସନ୍‌ ଯୋଜନାରେ ସାମିଲ

ନୟାଗଡ଼,(ନୟାଗଡ଼ ଦର୍ପଣ): ରାଜ୍ୟ ସରକାର ମଧୁବାବୁ ପେନ୍‌ସନ୍‌ଯୋଜନାରେ ମାସିକ ୫୦୦ ଟଙ୍କା ବୃଦ୍ଧି କରିଛନ୍ତି । ସେହିପରି ଜାତୀୟ ସାମାଜିକ ସହାୟତା ଅଧୀନରେ ରାଜ୍ୟ ସରକାର ଅତିରିକ୍ତ ପ୍ରୋତ୍ସାହନ ରାଶିକୁ ୫୦୦ ଟଙ୍କା ବୃଦ୍ଧି କରିଛନ୍ତି । ରାଜ୍ୟର ସର୍ବନିମ୍ନ ସାମାଜିକ ସୁରକ୍ଷା ଭତ୍ତା ୧୦୦୦ ଟଙ୍କାକୁ ବୃଦ୍ଧି ପାଇଛି। ଏହି ଅବସରରେ ଆଜି ନୟାଗଡ଼ ସ୍ବୟଂ ଶାସିତ ମହାବିଦ୍ୟାଳୟ ହୀରକ ଜୟନ୍ତୀ କକ୍ଷରେ ନୂତନ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ ବିଭାଗ ଦ୍ବାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ, ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ନୟାଗଡ଼ ପୌରଧ୍ୟକ୍ଷା ନିରୁପମା ଖଟେଇ, ବ୍ଲକ ଉପାଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ସାହୁ, ଜିଲ୍ଲା ପରିଷଦ ସଭ୍ୟ…

Read More

ଓଡଗାଁରେ ଅତ୍ୟାଧୁନିକ ସ୍ବାସ୍ଥ୍ୟକର ମାଛ ବଜାର ଉଦଘାଟିତ ହେବାସହ ଗୋଠବଣ- ପଞ୍ଚିରିଡା କେନାଲ ରାସ୍ତାର ଶିଳାନ୍ୟାସ

ଓଡ଼ଗାଁ, (ନୟାଗଡ଼ ଦର୍ପଣ): ଓଡ଼ଗାଁ ସହରରେ ଗୋଟିଏ ଛାତ ତଳେ ସବୁ ଆମିଷଜାତ ଦ୍ରବ୍ୟ ଉପଲବ୍ଧ କରାଇବା ସହ ପ୍ରଦୂଷଣ ରୋକିବା ନିମନ୍ତେ ପରିବା ମାର୍କେଟ ପଛ ପାର୍ଶ୍ବରେ ନୂତନ ଅତ୍ୟାଧୁନିକ ସ୍ବାସ୍ଥ୍ୟକର ମାଛ ବଜାର ନୟାଗଡ଼ ବିଧାୟକ ଡ଼ଃ. ଅରୁଣ କୁମାର ସାହୁଙ୍କ କରକମଳରେ ଉଦଘାଟିତ ହୋଇଯାଇଛି। ୭୫ଲକ୍ଷ ବ୍ୟୟ ଅଟକଳରେ ନିର୍ମିତ ଏହି ବଜାର ନୂତନ କୋଠା ଘର ନିର୍ମାଣ ହେବା ସହ, ପାନୀୟ ଜଳର ସୁବନ୍ଦୋବସ୍ତୁ, ଦୋକାନୀମାନଙ୍କୁ ସ୍ଥାୟୀ ଘର ଦେବା ନିମନ୍ତେ ବ୍ୟବସ୍ଥା କରାଯାଇଛି। ଯାହା ଦ୍ବାରା ଓଡ଼ଗାଁ ଏନଏସିରେ ମାଇକ୍ରୋ କମ୍ପୋଟିଂକେନ୍ଦ୍ର ଥିବାରୁ ମାଛରୁ ବାହାରୁ ଥିବା ବର୍ଜ୍ୟବସ୍ତୁ ପରିଚାଳନା ସହଜ ହେବ। ଓଡ଼ଗାଁ ଭଳି ଆଧ୍ୟାତ୍ମିକ ସହରରେ ଏଣେତେଣେ ଆମିଷ ଦ୍ରବ୍ୟ ବିକ୍ରି କରାଯାଉଥିବା ବେଳେ ଏବେ ଗୋଟିଏ ସ୍ଥାନରେ ଆମିଷ ଦ୍ରବ୍ୟ ବିକ୍ରି ହେବା ଭଳି ବ୍ୟବସ୍ଥାକୁ…

Read More

ଓଡ଼ଗାଁରେ “ଆମ ଓଡ଼ିଶା ନବୀନ ଓଡିଶା” କାର୍ଯ୍ୟକ୍ରମ ଅନୁଷ୍ଠିତ

ଓଡଗାଁ, (ନୟାଗଡ଼ ଦର୍ପଣ): ଓଡ଼ଗାଁ ଏନଏସି ସମେତ ପାଣ୍ଡେରିପଡା ଓ ରବିଗାଡ଼ିଆ ପଞ୍ଚାୟତରେ ଆମ ଓଡ଼ିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ। ଓଡଗାଁ ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନୟାଗଡ଼ ବିଧାୟକ ଡ଼ଃ. ଅରୁଣ କୁମାର ସାହୁ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ବାସ୍ଥ୍ୟ, ଶିକ୍ଷା, ପାନୀୟ ଜଳ ଓ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ନିମନ୍ତେ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରୁଛନ୍ତି। ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଲକ୍ଷ୍ମୀବସ୍, ବାର୍ଦ୍ଧକ୍ୟ ଭତ୍ତା ବୃଦ୍ଧି ଓ ମମତା ଯୋଜନା ଅର୍ଥ ରାଶି ଓ ସ୍ବୟଂ ସହାୟିକା ଗୋଷ୍ଠୀ ମହିଳାଙ୍କ ସ୍ବାବଲମ୍ବୀ କରାଇବା ନିମନ୍ତେ ଅନୁଦାନ ଯୋଗାଇଛନ୍ତି। ଯାହା ଦ୍ବାରା ପ୍ରତ୍ୟେକ ପରିବାରର ଆଜି ଆର୍ଥିକ ଆଉ ସାମାଜିକ ସ୍ତରରେ ଅଭିବୃଦ୍ଧି ଘଟିଛି । ରଘୁନାଥ ମନ୍ଦିର, ଦୁତିକେଶ୍ବର ମନ୍ଦିର ଓ ବରକନ୍ୟା…

Read More

ରାଜ୍ୟସ୍ତରୀୟ ନାଟ୍ୟମେଳା ପ୍ରସ୍ତୁତି ବୈଠକ, ନାଟ୍ୟସୂଚୀ ପ୍ରକାଶିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସହରର ପଞ୍ଜିକୃତ ନାଟ୍ୟସଂସ୍ଥା ‘ନାଟ୍ୟଧାରା’ ଏବଂ ଜିଲ୍ଲା ସଂସ୍କୃତି ପରିଷଦଙ୍କ ମିଳିତ ଆନୁକୁଲ୍ୟରେ ଆସନ୍ତା ମାର୍ଚ୍ଚ ୧ ରୁ ୭ ପର୍ଯ୍ୟନ୍ତ ଦୀର୍ଘ ସାତ ଦିନ ବ୍ୟାପି ରାଜ୍ୟସ୍ତରୀୟ ନାଟ୍ୟମେଳା’ ପଠାଣି ସାମନ୍ତ ଅଡିଟୋରିୟମ ଠାରେ ଅନୁଷ୍ଠିତ ହେବାକୁ ଯାଉଅଛି । ଏଥି ନିମନ୍ତେ ଏକ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ ସ୍ଥାନୀୟ ମହର୍ଷି ବିଦ୍ୟାମନ୍ଦିର ଖେଳପଡ଼ିଆ ଠାରେ ଅନୁଷ୍ଠିତ ହୋଇଥିଲା। ନାଟ୍ୟଧାରା ସଭାପତି ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ପ୍ରସ୍ତୁତି ବୈଠକରେ ସମ୍ପାଦକ ଲକ୍ଷ୍ମୀଧର ମହାପାତ୍ର ଏବଂ ନାଟ୍ୟ ନିର୍ଦ୍ଦେଶକ ଡ. ବିଜୟ କୁମାର ଚୌଧୁରୀ ବିଗତ ତିନି ବର୍ଷ ନାଟକୋତ୍ସବର ଅଭୂତପୂର୍ବ ସଫଳତା ତଥା ଦର୍ଶକୀୟ ଆଦୃତି ସମ୍ପର୍କରେ ଆଲୋଚନା କରିଥିଲେ। ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ନାଟ୍ୟନୁଷ୍ଠାନମାନ ସେମାନଙ୍କ ନାଟକ ପରିବେଷଣ କରିବେ ବୋଲି ଏହି ଅବସରରେ ସୂଚନା…

Read More

ପ୍ରେମ ପାଇଁ ସ୍ୱାମୀକୁ ମାରି ଘର ଭିତରେ ମାଟିତଳେ ପୋତିଦେଲା ସ୍ତ୍ରୀ

ଶାଶୁ, ସ୍ତ୍ରୀ ଓ ପ୍ରେମିକ ଗିରଫ ପରେ ଗାଁ ଶତାଧିକ ଲୋକ, ପୋଲିସ ମୁତୟନ ଓଡ଼ଗାଁ,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା କୋମଣ୍ତ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଥିବା ଦେଖିବାକୁ ମିଳିଛି। ୧୪ ବର୍ଷଘର ସଂସାର କରି ସାରିବା ପରେ ସ୍ୱାମୀ ସ୍ତ୍ରୀର ସଂପର୍କକୁ ପଛରେ ପକାଇ ନିଜ ପ୍ରେମିକ ସହ ମିଶି ସ୍ବାମୀକୁ ଜୀବନରେ ମାରି ଘର ଭିତରେ ପୋତି ଦେଇଛି ସ୍ତ୍ରୀ । ଘଟଣାକୁ ୧୦ ଦିନ ବିତି ଯାଇଥିଲେ ମଧ୍ୟ ଆଜି ପୁଲିସ ଗାଁରେ ପହଂଚି ସ୍ତ୍ରୀ ଓ ଶାଶୁକୁ ଉଠାଇ ଆଣିଥିବାବେଳେ ପ୍ରେମିକ ଫେରାର ହେବାକୁ ଚେଷ୍ଟା କରି ପୁଲିସ ଜାଲରେ ଧରାପଡିଛି। ସୂଚନା ଅନୁସାରେ, ଓଡ଼ଗାଁ ଥାନା ରୋହିବାଙ୍କ ଗ୍ରାମର ଗୋଲକ ନାୟକ ପୁଅ ପ୍ରକାଶ ନାୟକ(୩୭) ଜଣେ ଦିନ ମଜୁରିଆ ଭାବେ କାର୍ଯ୍ୟ କରନ୍ତି। ସେ…

Read More