ନୟାଗଡ଼ ଜିଲ୍ଲା ତଥା ଓଡିଶାକୁ ଗୌରବାନ୍ୱିତ କରିଥିବା ମିନୁଙ୍କୁ ଜିଲ୍ଲା କଂଗ୍ରେସ ପକ୍ଷରୁ ସମ୍ବର୍ଦ୍ଧନା

ଓଡଗାଁ, (ନୟାଗଡ଼ ଦର୍ପଣ): ଓଡ଼ଗାଁ ବ୍ଳକର କୁରାଳ ଗ୍ରାମ ପଂଚାୟତ ସୁବୁଦ୍ଧି ସାହି ନିବାସୀ ନିରଞ୍ଜନ ପାଣିଗ୍ରାହୀଙ୍କ ଏକମାତ୍ର କନ୍ଯା ମିନୁ ପାଣିଗ୍ରାହୀଙ୍କ ସଂସ୍କୃତିର ଶ୍ରୀମଦ୍ ଭଗବତ୍ ଗୀତାର ଦ୍ୱିତୀୟ ଅଧ୍ଯାୟ ସାଂଖ୍ୟ ଯୋଗ ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଠାରୁ ସ୍ୱର୍ଣ୍ଣ ପଦକ ହାସଲ କରି ନୟାଗଡ଼ ଜିଲ୍ଲାକୁ ତଥା ଓଡିଶାକୁ ଗୌରବାନ୍ୱିତ କରିଛନ୍ତି। ନୟାଗଡ଼ ମାଟିର ଏହି କୃତି ସନ୍ତାନ ପୁରୀ ସ୍ଥିତ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରୁଥିଲେ। ଏହି ଖୁସି ଖବର ଜିଲ୍ଲା ତଥା ଓଡ଼ଗାଁ ଅଞ୍ଚଳରେ ପ୍ରମୁଖ ଚର୍ଚ୍ଚାର ବିଷୟ ହୋଇଥିବାରୁ ଆଜି ଜିଲ୍ଲା କଂଗ୍ରେସ ସଭାପତି ବରିଷ୍ଠ ଆଇନଜୀବୀ ରଣଜିତ ଦାଶ କୁରାଳସ୍ଥିତ ମିନୁଙ୍କ ଘରକୁ ଆସି ତାଙ୍କ ପିତାମାତାଙ୍କୁ ଶୁଭେଛା ଜଣାଇ ସ୍ୱର୍ଣ୍ଣପଦକ ପ୍ରାପ୍ତ ମିନୁ ପାଣିଗ୍ରାହୀଙ୍କୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧନା କରିବା ସହ ମିଠା ଖୁଆଇ ଅଭିନନ୍ଦନ ଜଣାଇଥିଲେ। ଏଥରେ ଓଡ଼ଗାଁ ବ୍ଳକ କଂଗ୍ରେସ ସଭାପତି ପୂର୍ଣ୍ଣଚନ୍ଦ୍ର ନାୟକ, ଜିଲ୍ଲା ସୋସିଆଲ ମିଡିଆ ସେଲ୍ ଅଧ୍ଯକ୍ଷ ଦିଲ୍ଲୀପ୍ କୁମାର ବିଶୋଇ, କୁରାଳ ପଂଚାୟତ କଂଗ୍ରେସ ସଭାପତି ଗଣପତି ପଲେଇ ଏବଂ ପ୍ରକାଶ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ। ମିନୁଙ୍କ ବାପା ନିରଞ୍ଜନ ପାଣିଗ୍ରାହୀ ଜଣେ ମାନସିକ ବିକଳାଙ୍ଗ ଥିବାରୁ ତାଙ୍କର କାକା ଲିଙ୍ଗରାଜ ପାଣିଗ୍ରାହୀ ମିନୁଙ୍କ ସଫଳତାର ଶ୍ରେୟ ଥିବା ବାଷ୍ପରୁଦ୍ଦ କଣ୍ଠରେ ମିନୁ କହିଛନ୍ତି।

Related posts