ଜିଲ୍ଲା କଂଗ୍ରେସର ସାମ୍ବାଦିକ ସମ୍ମିଳନୀ, ବିଜେପି ଉପରୁ ତୁଟୁଛି ଭରସା: ସଭାପତି

ନୟାଗଡ଼,(ନୟାଗଡ଼ ଦର୍ପଣ): ୨୦୨୪ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ରାଜ୍ୟ ବାସୀଙ୍କ ପାଇଁ କଂଗ୍ରେସର ଦଶ ଦଫା ଗ୍ୟାରେଣ୍ଟି କାର୍ଡକୁ ନୟାଗଡ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଜିଲ୍ଲା କଂଗ୍ରେସ ସଭାପତି ରଣଜିତ ଦାଶ ଉନ୍ମୋଚନ କରିଛନ୍ତି। ନୟାଗଡ ଜିଲ୍ଲା ବାସୀଙ୍କ ପାଇଁ ନୟାଗଡରେ ନୂଆ ଚିନିକଳ ସ୍ଥାପନ ଗ୍ୟାରେଣ୍ଟି ସହ ରାଜ୍ୟ ବାସୀଙ୍କୁ କଂଗ୍ରେସ ଦଳର ୯ ଗ୍ୟାରେଣ୍ଟି ମଧ୍ୟରେ…
୧. ଗୃହ ଜ୍ୟୋତି ଯୋଜନା ରେ ରାଜ୍ୟର ପ୍ରତ୍ୟେକ ଘରୋଇ ବିଦ୍ୟୁତ ଉପୋଭୋକ୍ତା ଙ୍କ ପାଇଁ ୨୦୦ ୟୁନିଟ ବିଜୁଳି ଦେୟ ଛାଡ଼ଳ
୨. ଯୁବବିକାଶ ଯୋଜନାରେ ରାଜ୍ୟର ୫ଲକ୍ଷ ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତି ବ୍ୟବସ୍ଥା ସହିତ ମାସିକ ୩୦୦୦ଟଙ୍କା ବେକାରୀ ଭତ୍ତା।
୩. କୃଷକ ବନ୍ଧୁ ଯୋଜନାରେ ବୋନସ ସହିତ ଧାନର ମୂଲ୍ୟ କୁଇଣ୍ଟାଲ ପ୍ରତି ୩୦୦୦ ଟଙ୍କା। କୃଷକ ମାନଙ୍କ ପାଇଁ ମାସିକ ୨୦୦୦ ଟଙ୍କା ପେନସନ ଏବଂ କୃଷି ଋଣ ଛାଡ଼।
୪. ଗୃହଲଷ୍ମୀ ଯୋଜନାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ବ୍ୟାଙ୍କ ଋଣ ଛାଡ଼, ମହିଳାଙ୍କୁ ୨୦୦୦ ଟଙ୍କା, ଆଦିବାସୀ- ଦଳିତ ମହିଳାଙ୍କୁ ମାସିକ ୩୦୦୦ ଟଙ୍କା ଭତ୍ତା ଏବଂ ମାସକୁ ୫୦୦ ଟଙ୍କାରେ ଗ୍ୟାସ ସିଲିଣ୍ଡର।
୫. ଜନକଲ୍ୟାଣ ଯୋଜନାରେ ୨୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବୀମା ମାଧ୍ୟମରେ ମାଗଣା ଚିକିତ୍ସା ବ୍ୟବସ୍ଥା।
୬.ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା, ଦିବ୍ୟାଙ୍ଗ ଭତ୍ତା ମାସିକ ୨୦୦୦ ଟଙ୍କା,
୭.ଚିଟଫଣ୍ଡ ପ୍ରଭାବିତ ଜମାକାରୀ ମାନଙ୍କୁ ୬ ମାସ ମଧ୍ୟରେ ସୁଧ ସହ ଜମାରାଶି ଫେରସ୍ତ।
୮.ଶିକ୍ଷାନୁଷ୍ଠାନ ଓ ଚାକିରୀ କ୍ଷେତ୍ରରେ ପଛୁଆ ବର୍ଗ ପାଇଁ ୨୭%ସ୍ଥାନ ସଂରକ୍ଷଣ ବ୍ୟବସ୍ଥା।
୯. ଆଦିବାସୀ ଓ ଦଳିତ ବର୍ଗଙ୍କ ନିଜ ଜମି ଓ ଜଙ୍ଗଲ ଜମି ଉପରେ ସମ୍ପୂର୍ଣ୍ଣ ଅଧିକାର, ୧୦. ୧୦୦ଦିନ ମଧ୍ୟରେ ପେସା ଆଇନକୁ କଡାକଡି ଭାବେ ଲାଗୁ କରାଯିବା ପାଇଁ କଂଗ୍ରେସ ସଂକଳ୍ପବଦ୍ଧ।


ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ନବନିଯୁକ୍ତ ପିସିସି ସାଧାରଣ ସମ୍ପାଦକ ହୁସେନ ଖାଁ, ସତ୍ୟବ୍ରତ ନାୟକଙ୍କୁ ଜିଲ୍ଲା ସଭାପତି ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଜିଲ୍ଲା ସଭାପତି ଆଇନଜୀବୀ ରଣଜିତ ଦାଶଙ୍କ ସମେତ ବରିଷ୍ଠ କଂଗ୍ରେସ ନେତୃବୃନ୍ଦ ଗ୍ୟାରେଣ୍ଟି କାର୍ଡକୁ ଆନୁଷ୍ଠାନିକ ଭାବେ ଉନ୍ମୋଚନ କରିଥିଲେ। ହୋଲି ପରେ ଜିଲ୍ଲାର ରଣପୁର, ଦଶପଲ୍ଲା ଏବଂ ଖଣ୍ଡପଡା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଅନୁରୂପ ଭାବେ ଏହି ଗ୍ୟାରେଣ୍ଟି କାର୍ଡ଼କୁ ଉନ୍ମୋଚନ କରାଯିବ ବୋଲି ଦଳ ପକ୍ଷରୁ କୁହାଯାଇଛି।

Related posts