ଓଡଗାଁ, (ନୟାଗଡ଼ ଦର୍ପଣ): ୭୫ ତମ ବନମହୋତ୍ସବ ପାଳନ ଅବସରରେ ଆଜି ଓଡଗାଁ ବ୍ଲକର କୋମଣ୍ଡ ଆଞ୍ଚଳିକ ସାଧନ କେନ୍ଦ୍ର ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଭଗବତୀପ୍ରସାଦ ଠାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରମାକାନ୍ତ ପ୍ରଧାନ ଙ୍କ ସଭାପତିତ୍ୱ ରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି।ଏଥିରେ ମୁଖ୍ୟ ଅତିଥି ବନପାଳ ସରିତା ବରାଳ,ମୁଖ୍ୟ ବକ୍ତା ରୂପେ ଅତିରିକ୍ତ ମଣ୍ଡଳ ଶିକ୍ଷା ଅଧିକାରୀ ତଥା ଓଡ଼ିଶା ଭାରତ ସ୍କାଉଟ ଗାଇଡ୍ ର ରାଜ୍ୟ ସଂଯୋଜକ ରବିନ୍ଦ୍ର ନାୟକ ସମ୍ମାନିତ ଅତିଥି ରୂପେ ପ୍ରକୃତିବନ୍ଧୁ ରଞ୍ଜନ କୁମାର ଦାଶ, ପଞ୍ଚାନନ ପଣ୍ଡା,ବନରକ୍ଷୀ ମାନସରଞ୍ଜନ ମିଶ୍ର, ଦିପ୍ତିମୟୀ ରାଉତ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଜଗନ୍ନାଥ ନାୟକ ଯୋଗଦେଇଥିଲେ।ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ବୃକ୍ଷରୋପଣ ଉପରେ ସାସ୍କୃତିକ କାର୍ଯ୍ୟକ୍ରମ କରାଯାଇ ସମସ୍ତେ ବୃକ୍ଷ ଧରି ବିଭିନ୍ନ ସ୍ଲୋଗାନ ସହିତ ଗ୍ରାମ ପରିକ୍ରମା…
Read MoreCategory: ଓଡ଼ଗାଁ ବ୍ଲକ
ଭାରୀଯାନ ଉପରେ ଲାଗିଲା ରୋକ, ସକାଳ ୭ରୁ ରାତ୍ର ୯ଘଟିକା ପର୍ଯ୍ୟନ୍ତ ଚଳାଚଳ ନିଷିଦ୍ଧ
ନୟାଗଡ଼,(ନୟାଗଡ଼ ଦର୍ପଣ): ମୋଟର ଯାନ ଆଇନ ୧୯୮୮ (୫୯), ରୁଲ ୧୯୯୩(୧୭୩) ଅନୁସାରେ ସଡ଼କ ଦୁର୍ଘଟଣାକୁ ପ୍ରତିହତ କରିବା ପାଇଁ ସମଗ୍ର ନୟାଗଡ଼ ଜିଲ୍ଲାରେ ମାଲ ପରିବହନ କରୁଥିବା ଭାରୀଯାନ ଯଥା- ଟିପର, ଟ୍ରକ୍ ଦ୍ୱାରା ବାଲି, ମୋରମ, ଗୁଣ୍ଡ ପଥର(ଚିପସ୍), ଖଣ୍ଡ ପଥର, ଇଟା ଇତ୍ୟାଦିର ପରିବହନ ସକାଳ ୭ଘଟିକା ଠାରୁ ରାତ୍ର ୯ଘଟିକା ପର୍ଯ୍ୟନ୍ତ ଜିଲ୍ଲାପାଳ-ତଥା-ଜିଲ୍ଲା ମାଜଷ୍ଟ୍ରେଟ୍ ଶ୍ରୀମତୀ ସ୍ୱଧା ଦେବ ସିଂଙ୍କ ଦ୍ୱାରା ନିଷିଦ୍ଧ କରାଯାଇଛି । ଏହି ନିଷିଦ୍ଧାଦେଶକୁ ଦିବା ୧ଘଟିକା ଠାରୁ ୩ଘଟିକା ପର୍ଯ୍ୟନ୍ତ କୋହଳ କରାଯାଇଛି । ଏହି ଆଦେଶ ଚଳିତ ମାସ ତା.୦୫.୦୭.୨୦୨୪ରିଖ ଠାରୁ ତା.୦୪.୦୮.୨୦୨୪ପର୍ଯ୍ୟନ୍ତ ବଳବତ୍ତର ରହିବ । ଜନସାଧାରଣଙ୍କ ଧନ ଜୀବନର ସୁରକ୍ଷା ଦୃଷ୍ଟିରୁ ଏଥିରେ ସହଯୋଗ କରିବା ପାଇଁ ଜିଲ୍ଲାର ସମସ୍ତ ଟ୍ରକ୍ ମାଲିକ ସଂଘ ଓ ଟ୍ରକ ମାଲିକମାନଙ୍କୁ ଜିଲ୍ଲା ପ୍ରଶାସନ…
Read Moreମଣ୍ଡଳ ସ୍ତରୀୟ ସାହିତ୍ୟ ସୃଜନୀ ତାଲିମ କାର୍ଯ୍ୟକ୍ରମ ଉଦଯାପିତ
ଓଡ଼ଗାଁ, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଓଡ଼ଗାଁ ମଣ୍ଡଳର ଜବାହରଲାଲ ସରକାରୀ ବିଦ୍ୟାଳୟରେ ତିନିଦିନ ଧରି ଚାଲିଥିବା ତାଲିମ କାର୍ଯ୍ୟକ୍ରମ ଉଦ୍ଜଯାପିତ ହୋଇଯାଇଛି । ପ୍ରତିଭା ଅନ୍ୱେଷୀ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ବସନ୍ତ କୁମାର ସାହୁ, ରବୀନ୍ଦ୍ର କୁମାର ନାୟକ ଏ.ବି.ଇ.ଓ. ଓଡ଼ଗାଁ, ଶିକ୍ଷାବିତ୍ ନାଟ୍ୟ ନିର୍ଦ୍ଦେଶକ କବି ଗୋଦାବରୀ ବସନ୍ତିଆ, ପ୍ରମୁଖ ଯୋଗଦେଇ ତାଲିମର ଉପାଦେୟତା ଉପରେ ଆଲୋକପାତ କରିଥିଲେ । ତା ୧.୭.୨୦୨୪ ଠାରୁ ୩.୭.୨୦୨୪ ତାରିଖ ପର୍ଯ୍ୟନ୍ତ ତିନିଦିନିଆ ଏହି କାର୍ଯ୍ୟକ୍ରମକୁ ଆର.ପି.ଗଦାଧର ସ୍ୱାଇଁ,ମାଷ୍ଟର ଟ୍ରେନର ଶିଶିର କୁମାର ନାୟକ ଏବଂ ଏସ.ଆର.ଜି ପ୍ରତାପ କୁମାର ପରିଡ଼ା ସୁନ୍ଦର ଭାବରେ ପରିଚାଳନା କରିଥଲେ । ପ୍ରଶିକ୍ଷକ ମାନେ ପ୍ରଶିକ୍ଷାର୍ଥୀମାନଙ୍କୁ ଗପ ଗୀତ ନାଟକ, ନୃତ୍ୟ ମାଧ୍ୟମରେ କିଭଳି ଆନନ୍ଦମୟ ଶିକ୍ଷାକୁ ବିଦ୍ୟାଳୟ ସ୍ତରରେ ପ୍ରୟୋଗ କରି ପାରିଵେ ତା…
Read Moreନୂତନ ଅପରାଧିକ ଆଇନ୍ର କାର୍ଯ୍ୟକାରିତା
ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲା ପରିଷଦର ସୃଜନ ସଭା ଗୃହରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନଙ୍କ ସଭାପତିତ୍ୱରେ ଭାରତରେ ନୂତନ ଅପରାଧିକ ଆଇନ୍ର କାର୍ଯ୍ୟକାରିତା ଉପରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲାପାଳ ସ୍ୱଧା ଦେବ ସିଂ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦିପ ପ୍ରଜ୍ୱଳନ କରି ଏହାକୁ ଉଦ୍ଘାଟନ କରିଥିଲେ । ପ୍ରତ୍ୟେକ ପୀଡ଼ିତଙ୍କୁ ସୁନିଶ୍ଚିତ ନ୍ୟାୟ ପ୍ରଦାନ, ମହିଳା ଓ ଶିଶୁଙ୍କ ସୁରକ୍ଷାକୁ ପ୍ରାଧାନ୍ୟ, ତ୍ୱରିତ୍ ନ୍ୟାୟ ପାଇଁ ସଠିକ୍ ସମୟରେ ମାମଲାର ବିଚାର, ଅନଲାଇନ୍ରେ FIR କରିବାର ସୁବିଧା, ଡିଜିଟାଲ ପ୍ରମାଣର ବ୍ୟବହାର, ମବ୍ ଲିଂଚିଙ୍ଗ୍ ଏବଂ ସଙ୍ଗଠିତ ଅପରାଧ ଇତ୍ୟାଦି ଅପରାଧିକ ଆଇନ୍ର ଅନ୍ତର୍ଭୁକ୍ତ, ସ୍ପଷ୍ଟ ଏବଂ ସ୍ୱଚ୍ଛ ଅନୁସନ୍ଧାନ ପାଇଁ ସାକ୍ଷର ବିବୃତି ଏବଂ ଯାଂଚ୍ର ଅଡିଓ ଭିଡିଓ ରେକଡିଂ ଇତ୍ୟାଦିକୁ ନୂତନ ଅପରାଧିକ…
Read Moreବ୍ଲକ ସ୍ତରୀୟ ଜିଜ୍ଞାସା କର୍ମଶାଳା- ୨୦୨୪ ଉଦଯାପିତ
ଓଡ଼ଗାଁ, (ନୟାଗଡ଼ ଦର୍ପଣ): ରାଜ୍ୟ ସରକାରଙ୍କ ତରଫରୁ ଶିକ୍ଷା କ୍ଷେତ୍ରରେ ବିଜ୍ଞାନ ଶିକ୍ଷାକୁ ଆଖି ଆଗରେ ରଖି ଦକ୍ଷତାର ବିକାଶ ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଓଡ଼ଗାଁ ବ୍ଳକର ବିଭିନ୍ନ ଉଚ୍ଚବିଦ୍ୟାଳୟର ୩୯ରୁ ଅଧିକ ବିଜ୍ଞାନ ଶିକ୍ଷକ ମାନଙ୍କର ଶରଣକୁଳ ନିକଟବର୍ତ୍ତୀ ସୋଲପଟା ନୋଡ଼ାଲ ହାଇସ୍କୁଲ, ସୋଲପଟା ଠାରେ ବ୍ଲକ ସ୍ତରୀୟ ଜିଜ୍ଞାସା କର୍ମଶାଳା-୨୦୨୪ ଅନୁଷ୍ଠିତ ହୋଇ ଯାଇଛି। ତିନି ଦିନ ଧରି ଚାଲି ଥିବା ଏହି କର୍ମଶାଳା ଏହି ବିଦ୍ୟାଳୟରେ ୨୮ ତାରିଖରୁ ଆରମ୍ଭ ହୋଇଥିଲା। ତାହାର ଉଦଘାଟନୀ ଉତ୍ସବରେ କର୍ମଶାଳାକୁ ଜିଲ୍ଲା ଶିକ୍ଷାଧିକାରୀଣୀ ରାଜଶ୍ରୀ ପଟ୍ଟନାୟକ ଉଦଘାଟନ କରିଥିଲେ। ଏଥିରେ ସାରସ୍ବତ ଲେକ ବିଦ୍ୟାପୀଠ କଜଲାଇପଲ୍ଲୀର ବିଜ୍ଞାନ ଶିକ୍ଷକ ଘନଶ୍ୟାମ ରାଉତ ମାଷ୍ଟର ଟ୍ରେନର ଭାବେ ତାଲିମ ପ୍ରଦାନ କରିଥିବା ବେଳେ ତାହାଙ୍କୁ ତାଲିମ ଦେବାରେ ସହଯୋଗ କରିଥିଲେ ଶିକ୍ଷକ ସୁଶାନ୍ତ…
Read Moreକବି ଶାନ୍ତନୁ ବିଶୋଇଙ୍କ କବିତା ସଂକଳନ ‘ଅଫେରା ସମୟ ସୁଅ’ ଉନ୍ମୋଚିତ
ଓଡଗାଁ, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଓଡଗାଁ ବ୍ଲକ ଦଣ୍ଡୋର ଗ୍ରାମର ବିଶିଷ୍ଟ ତଥା ଜଣାଶୁଣା କବି ସାନ୍ତନୁ ବିଶୋଇଙ୍କ ଲିଖିତ କବିତା ସଂକଳନ ‘ଅଫେରା ସମୟ ସୁଅ’ ଉନ୍ମୋଚନ ହୋଇଯାଇଛି।ଓଡ଼ଗାଁ ରଘୁନାଥ ଆଥଲେଟିକ୍ ଆସୋସିଏସନ୍ ଠାରେ ଏହି ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟ ପ୍ରାକ୍ତନ ଅଧ୍ୟକ୍ଷ ଅଧିବାସ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏହି ଉନ୍ମୋଚନ କାର୍ଯ୍ୟକ୍ରମରେ ପ୍ରାୟ ୪୦ରୁ ଉର୍ଦ୍ଧ୍ଵ କବି ଓ ସାମ୍ବାଦିକ ମାନେ ଯୋଗଦେଇଥିଲେ। କବିଙ୍କ ମଧ୍ୟରେ ଅଶୋକ କୁମାର ମହାପାତ୍ର, ଦିବାକର ନାୟକ, ପ୍ରଫୁଲ୍ଲ ମାଝି, ଲୋକନାଥ ମିଶ୍ର (ଭରଦ୍ୱାଜ) ରାଜକିଶୋର ନାୟକ, ବରିଷ୍ଠ ସାମ୍ବାଦିକ ତଥା ଅବସରପ୍ରାପ୍ତ ସେନା କର୍ମଚାରୀ ଆଦର୍ଶ ପଟ୍ଟନାୟକ, ବିଶିଷ୍ଟ ଉଦ୍’ଘୋଷକ, ଗବେଷକ, କବି ଚନ୍ଦ୍ରବିଜୟୀ ମିଶ୍ର, ଯଶୋବନ୍ତ ପଟ୍ଟନାୟକ, ଭାବଗ୍ରାହୀ ମହାପାତ୍ର, ରଞ୍ଜନ କୁମାର ଦାସ, ସହିତ୍ୟାଚାର୍ଯ୍ୟ ସୁଶାନ୍ତ କୁମାର…
Read Moreନାରାୟଣ ସରକାରୀ ଉଚ୍ଚ ବିଦ୍ୟାଳୟର ଧନ୍ଦାମୂଳକ ଶିକ୍ଷାର୍ଥୀଙ୍କ ଶିଳ୍ପ ପରିଭ୍ରମଣ
ଓଡ଼ଗାଁ, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ ଶରଣକୁଳ ସ୍ଥିତ ନାରାୟଣ ସରକାରୀ ଉଚ୍ଚ ବିଦ୍ୟାଳୟରେ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ସମଗ୍ର ଶିକ୍ଷା ଯୋଜନା ଅଧୀନରେ ଚାଲୁଥିବା ଧନ୍ଦାମୂଳକ ଶିକ୍ଷା ଛାତ୍ରଛାତ୍ରୀ ଙ୍କ ଦ୍ବାରା ଶିଳ୍ପାନୁଷ୍ଠାନ ପରିଭ୍ରମଣ ଶିକ୍ଷା ଅନୁଷ୍ଠିତ ହୋଇଛି।ଏହି ପରିଭ୍ରମଣ ରେ ବନାରାୟଣ ଉଚ୍ଚ ବିଦ୍ୟାଳୟ(ହବ୍ ସ୍କୁଲ) ର ନବମ ବଓ ଦଶମ ଶ୍ରେଣୀର ୬୦ ଶିକ୍ଷାର୍ଥୀ ଏବଂ( ସ୍ପୋକ ସ୍କୁଲ)ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଶରଣ କୁଳ ର ୧୮ଜଣ ଶିକ୍ଷାର୍ଥୀ ସାମିଲ ହୋଇଛନ୍ତି।ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ କାଞ୍ଚନ ଷଡ଼ଙ୍ଗୀ ଙ୍କ ତତ୍ୱାବଧାନ ରେ ଦୁଇଟି ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନେ ଓଡ଼ଗାଁ ସ୍ଥିତ ଅମନ ଟେକ୍ସଟାଇଲ କୁ ପରିଭ୍ରମଣ କରିଥିଲେ।ପ୍ରତିଷ୍ଠାତା ଶ୍ରୀମତୀ ମିନତୀ ସାହୁ ଏବଂ ନାରାୟଣ ଉଚ୍ଚ ହଁବିଦ୍ୟାଳୟ…
Read Moreଆନ୍ତର୍ଜାତୀକ ନିଶା ସେବନ ଓ ଅବୈଧ ଚାଲାଣ ବିରୋଧୀ ଦିବସ ପାଳିତ
ନୟାଗଡ,(ନୟାଗଡ଼ ଦର୍ପଣ): ମାଦକ ଦ୍ରବ୍ୟ ଅପବ୍ୟବହାର ଓ ଏହାର ଅବୈଧ ଚାଲାଣ ଉପରେ ନୟାଗଡ଼ରେ ଏକ ସଚେତନତା ରାଲି ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ଜଗନ୍ନାଥ ମନ୍ଦିର ଠାରେ ଅତିରିକ୍ତ ଜିଲ୍ଲାପାଳ ପତାକା ଦେଖାଇ ଶୁଭ ଉଦଘାଟନ କରିଥିବା ବେଳେ ଏହି ରାଲି ବଜାର ସହ ମୁଖ୍ୟ ଟ୍ରାଫିକ ଛକ ପର୍ଯ୍ୟନ୍ତ ସଚେତନତା ରାଲି ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲା। ଜିଲ୍ଲାପାଳଙ୍କ ସଦଭାବନା ଗୃହରେ ଏହି ଦିବସ ପାଳନର ଉଦ୍ଦେଶ୍ୟ ଉପରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଉପସ୍ଥିତ ଅତିଥିମାନେ ନିଶା ସେବନ ଦ୍ୱାରା କେବଳ ଯେ ସେବନକାରୀ ତଳିତଳାନ୍ତ ହୁଏ ତା ନୁହେଁ, ତାର ପରିବାର ମଧ୍ୟ ଆର୍ଥିକ ଓ ମାନସିକ ଦୁର୍ଗତି ର ଶିକାର ହୁଅନ୍ତି। ସମାଜ ଉପରେ ମଧ୍ୟ ପ୍ରଭାବ ପଡେ। ଯାହା ସେବନ କଲେ ମନୁଷ୍ୟ ର ଶରୀର,…
Read Moreଜିଲ୍ଲାସ୍ତରୀୟ ବିପର୍ଯ୍ୟୟ ପ୍ରଶମନ ପରିଚାଳନା କମିଟି ବୈଠକ
ନୟାଗଡ଼,(ନୟାଗଡ ଦର୍ପଣ): ଜିଲ୍ଲା ପରିଷଦର ସୃଜନ ସଭାଗୃହରେ ଅତିରିକ୍ତ ଜିଲ୍ଲାପାଳ ଦିଲିପ କୁମାର ବଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ବିପର୍ଯ୍ୟୟ ପ୍ରଶମନ କମିଟିି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ନୟାଗଡ଼ ବିଧାୟକ ଡଃ ଅରୁଣ କୁମାର ସାହୁ, ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ଜିଲ୍ଲା ପରିଷଦର ସଭାପତି ଇଂ. ଦେବାଶିଷ ପଟ୍ଟନାୟକ, ରଣପୁର ବିଧାୟିକା ତଥା ଓଡ଼ିଶା ବିଧାନସଭାର ବାଚସ୍ପତିଙ୍କ ପ୍ରତିନିଧି ଅଭିଷେକ ସାମନ୍ତରାୟ, ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦ୍ଦାର, ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ତାପତିରାଜ୍ ଏବଂ ସମସ୍ତ ଲାଇନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ । ପ୍ରାରମ୍ଭରେ ମଞ୍ଚାସିନ ସମସ୍ତ ଅତିଥିମାନଙ୍କୁ ଫୁଲତୋଡ଼ା ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସ୍ୱାଗତ କରାଯାଇଥିଲା । କାର୍ଯ୍ୟସୂଚୀ ଅନୁଯାୟୀ ବିଭିନ୍ନ ବିଭାଗ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରିବା ପାଇଁ…
Read Moreନାରାୟଣ ସରକାରୀ ଉଚ୍ଚ ବିଦ୍ୟାଳୟରେ ବିଶ୍ଵ ଯୋଗଦିବସ ପାଳିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଶରଣକୁଳ ସ୍ଥିତ ନାରାୟଣ ହାଇସ୍କୁଲ ରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଛି।ଏହି ଦିବସରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ କାଞ୍ଚନ ଷଡ଼ଙ୍ଗୀ ବିଭିନ୍ନ ପ୍ରକାର ଯୋଗାସନ କରିବା ଦ୍ୱାରା ସୁସ୍ଥ ଜୀବନ ମାନସିକ ଶାନ୍ତି ଓ ଏକାଗ୍ରତା ପାଇଁ ଯୋଗ କରିବାକୁ ବାର୍ତ୍ତା ଦେଇଛନ୍ତି।ବିଦ୍ୟାଳୟ ର ଏନସିସି ଅଫସର ଶ୍ରୀ ରଶ୍ମିରଞ୍ଜନ ମିଶ୍ର ଆଜିର ଦିବସ ରେ ସମସ୍ତଙ୍କୁ ଅଭିନନ୍ଦନ ଜଣାଇବା ସହ ସମସ୍ତେ ପ୍ରାଣାୟମ କରନ୍ତୁ ଏବଂ ସୁସ୍ଥ ରୁହନ୍ତୁ ବୋଲି ବକ୍ତବ୍ୟ ରଖିଛନ୍ତି।ଏହି ଅବସର ରେ ୫୦ ଏନ.ସି.ସି କ୍ୟାଡେଟଙ୍କ ସହ ୪୦୦ରୁ ଅଧିକ ଛାତ୍ରଛାତ୍ରୀ ଯୋଗ ଦେଇଥିବା ବେଳେ ବିଦ୍ୟାଳୟର କ୍ରୀଡା ପ୍ରଶିକ୍ଷକ ଦାମୋଦର ସାହୁଙ୍କ ଦ୍ଵାରା ବିଭିନ୍ନ ପ୍ରକାରର ଯୋଗ ଶିକ୍ଷା ଦିଆଯାଇଛି। ଆଜିର ଯୋଗ ଦିବସରେ ବିଦ୍ୟାଳୟର…
Read More