କବି ଓ ସାହିତ୍ୟିକ ଗୌରାଙ୍ଗ ପ୍ରଧାନଙ୍କ ନବମ ଶ୍ରଦ୍ଧାଞ୍ଜଳୀ ସଭା

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଶରଣକୁଳ ନିକଟବର୍ତ୍ତୀ ଅସୁରିଢିପା ଗ୍ରାମରେ ଜନ୍ମଗ୍ରହଣ କରିଥିବା ଓଡ଼ିଶାର ଖ୍ୟାତନାମା ଆସୁକବି, ସାହିତ୍ୟିକ, ସାମ୍ୱାଦିକ, ସ୍ତମ୍ବକାର, ଜନପ୍ରିୟ ରାଜନେତା ତଥା ସମାଜସେବୀ ଗୌରାଙ୍ଗ ପ୍ରଧାନ(କନ୍ଦର୍ପ)ଙ୍କ ସ୍ମୃତିରେ ରାଜ୍ୟସ୍ତରୀୟ ନବମ ଶ୍ରଦ୍ଧାଞ୍ଜଳୀ ସଭା ସ୍ଥାନୀୟ ବାଉଁଶିଆ ରଘୁନାଥପୁର ଶାସନସ୍ଥିତ ଆଶ୍ରୟ ର ସମ୍ମିଳନୀ କକ୍ଷରେ ମହାସମାରୋହରେ ପାଳିତ ହୋଇଯାଇଛି। ପ୍ରଥମେ ଦାସକାଠିଆ ଓ ପାଲା ମାଧ୍ୟମରେ ବନ୍ଦନା କାର୍ଯ୍ୟକ୍ରମ ପରିବେଷଣ କରାଯିବା ପରେ ଗୌରାଙ୍ଗ ପ୍ରଧାନଙ୍କ ଜୀବନ ଶୈଳୀ ଉପରେ ବିଭିନ୍ନ କବି ତାଙ୍କର ନିଜ ନିଜର କବିତା ଆବୃତ୍ତି କରିଥିଲେ। ଦ୍ବିତୀୟ ପର୍ଯ୍ୟାୟ ସ୍ମୃତି ଚାରଣ କାର୍ଯ୍ୟକ୍ରମରେ ଆଶ୍ରୟ ଅନୁଷ୍ଠାନର ନିର୍ଦ୍ଦେଶକ ତଥା ପ୍ରତିଷ୍ଠାତା ଲୋକନାଥ ଦାଶଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ନାଟ୍ୟକାର ପ୍ରଫେସର ରାମଚନ୍ଦ୍ର ମିଶ୍ର, ସାହିତ୍ୟିକ ପ୍ରଫେସର ବିଜୟ କୁମାର ଚୌଧୁରୀ, ଶିକ୍ଷାବିତ ଅଶୋକ କୁମାର ନାୟକ, ସମାଜସେବୀ ପ୍ରମୋଦ କୁମାର ପଟ୍ଟନାୟକ, ସଂସ୍କୃତି ଗବେଷକ ଶରତ ଚନ୍ଦ୍ର ଆଚାର୍ଯ୍ୟ, ଆନ୍ତର୍ଜାତୀୟ ପ୍ରଖ୍ୟାତ ହିନ୍ଦୁସ୍ଥାନୀ କଣ୍ଠଶିଳ୍ପୀ ତଥା ସ୍ବର ସମର୍ପଣ, ଦିଲ୍ଲୀର ନିର୍ଦେଶକ ଆଚାର୍ଯ୍ୟ ଅଭିମନ୍ୟୁ, ସୁଦୂର ଚେନ୍ନାଇରୁ ପ୍ରକାଶିତ ଓଡ଼ିଆ ସାହିତ୍ୟ ପତ୍ରିକା “ଭିନ୍ନ ମଣିଷ ଭିନ୍ନ ପୃଥିବୀ” ର ସମ୍ପାଦକ ବଟକୃଷ୍ଣ ମହାପାତ୍ର ଓ ଶିଶୁ କବି ତଥା ଶିକ୍ଷାବିତ ପାଣ୍ଡବ ନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ମଞ୍ଚାସୀନ ଥିଲେ।

ଆଶ୍ରୟର ସମ୍ପାଦକ ଯୁବ ଆଇନଜୀବୀ ଚିତ୍ତରଞ୍ଜନ ପ୍ରଧାନ ବାର୍ଷିକ ବିବରଣୀ ପାଠ କରିଥିଲେ। ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଯୋଗଦେଇଥିବା କବି, ସାହିତ୍ୟିକ, ସାମ୍ୱାଦିକ ଓ ବିଶିଷ୍ଟ ବ୍ୟକ୍ତିବିଶେଷ ମାନେ ଗୌରାଙ୍ଗ ପ୍ରଧାନଙ୍କ ସ୍ମୃତି ଚାରଣ କରିଥିଲେ । ଇତ୍ୟବସରରେ ରାୟଗଡ଼ାରୁ ଆସିଥିବା କବି ଜୟଦେବ ସିଠ, କଟକର କବି, ସାହିତ୍ୟିକ ନରେଶ ଚନ୍ଦ୍ର ରାୟ ମହାପାତ୍ର, ସଫଳା ଦାଶ, ଲକ୍ଷ୍ମୀ ପ୍ରିୟା ଜେନା, ବ୍ୟଙ୍ଗ କବି କୁନ୍ତଳା ବେହେରା, ଚିଲିକାର କବି ରଙ୍କନାଥ ସେଠୀ ଓ ନନ୍ଦିଘୋର ପ୍ରଗତିବାଦୀର ବରିଷ୍ଠ ସାମ୍ୱାଦିକ ରାମକୃଷ୍ଣ ପରିଡ଼ା ପ୍ରମୁଖଙ୍କୁ ଅନୁଷ୍ଠାନ ତରଫରୁ କବି ଗୌରାଙ୍ଗ ପ୍ରଧାନ ସ୍ମୃତି ସମ୍ମାନ -୨୦୨୪ ପ୍ରଦାନ କରାଯିବା ସହିତ ଉତ୍ତରୀୟ ଓ ପୁଷ୍ପଗୁଛ ଦେଇ ସମ୍ମାନିତ କରାଯାଇଥିଲା।ସୁପ୍ରବଚକ ତଥା ଅନୁଷ୍ଠାନର ସଦସ୍ୟ ବୈକୁଣ୍ଠ ନାଥ ପ୍ରଧାନ ମଞ୍ଚ ପରିଚାଳନା କରିଥିଲା ବେଳେ ରାମକୃଷ୍ଣ ମହାରଣା, ପ୍ରଫୁଲ୍ଲ ନାହାକ, ଅନୀଲ କୁମାର ପ୍ରଧାନ, ଦିଲ୍ଲୀପ କୁମାର ସାହୁ ଏବଂ ଭାଗିରଥି ସାହୁ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ପରିଶେଷରେ ରମେଶ କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Related posts