ନୟାଗଡ଼ ପୁଲିସକୁ ବଡ଼ ସଫଳତା, ନୟାଗଡ଼ ଏସପିଙ୍କ ସାମ୍ବାଦିକ ସମ୍ମିଳନୀ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଏସପି ରାହୁଲ ଜୈନ ଏକ ସାମ୍ବାଦିକ ସମ୍ମିଳନୀ କରି ଜିଲ୍ଲାର ପ୍ରତ୍ୟେକ ଥାନାରେ ହୋଇଥିବା ସଫଳତା ସମ୍ପର୍କରେ ସୁଚନା ଦେଇଛନ୍ତି। ସବୁଠାରୁ ଗୁରୁତ୍ବପୁର୍ଣ୍ଣ ହେଉଛି ଜଣେ ପୁଲିସ୍ ବାବୁ ଚାନ୍ଦା ଆଦାୟ କରି ସସ୍ପେଣ୍ଡ ହେବା ସହ ଗିରଫ ହୋଇ କୋର୍ଟ ଚାଲାଣ ହୋଇଛନ୍ତି । ଓଡ଼ଗାଁ ଥାନାରେ କଦଳୀବନ୍ଧ ଗ୍ରାମର କାଳୁ ପ୍ରଧାନ ଚାନ୍ଦା ଆଦାୟ ନିମନ୍ତେ ଏକ ଅଭିଯୋଗ କରିଥିଲେ ପୁଲିସ ବାବୁ ତାଙ୍କୁ ୫ହଜାର ଟଙ୍କା ଚାନ୍ଦା ମାଗିଥିଲେ। ଏନେଇ ଅଭିଯୁକ୍ତ ପୁଲିସ ବାବୁ ଦିଲ୍ଲୀପ କୁମାର ନାହାକଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

ସେହିପରି ଭାବେ ନୂଆଗାଁ ଥାନା ପକ୍ଷରୁ ନକଲି ଜନ୍ମ ମୃତ୍ୟୁ ସାର୍ଟିଫିକେଟ ଦେଇ ଜଣଙ୍କୁ ପୁଲିସ ଗିରଫ କରିଛି । ସୁଚନାନୁସାରେ ଜଗତସିଂପୁର ଜିଲ୍ଲା କୁଜଙ୍ଗ ଥାନା ଅଗପଡା ଗ୍ରାମର କାଳନ୍ଦୀ ଚରଣ ସାହୁଙ୍କ ପୁଅ ସୁଜିତ କୁମାର ମହାନ୍ତି ଜାଲ ମୃତ୍ୟୁ ସାର୍ଟିଫିକେଟକୁ ନେଇ ଶ୍ରମ ଅଧିକାରୀ ନୟାଗଡ଼ ଏସପିଙ୍କୁ ଅଭିଯୋଗ କରିଥିଲେ। ଅମୁଲ୍ୟ ନିଶକଙ୍କ ମୃତ୍ୟୁ ପରେ ତାଙ୍କ ପତ୍ନୀ ଜାନକୀ ନିଶକଙ୍କର ମୃତ୍ୟୁ ସାର୍ଟିଫିକେଟ ଆବଶ୍ୟକ ପଡିଥିଲା । ଅଭିଯୁକ୍ତ ତାଙ୍କୁ ଏକ ଜାଲ ସାର୍ଟିଫିକେଟ ଦେଇଥ‌ିବାର ଜଣା ପଡିଥିଲା ।ଲେବର କାର୍ଡରେ ସହାୟତା ପାଇବା ପାଇଁ ସେ ମୃତ୍ୟୁ ସାର୍ଟିଫିକେଟ ବାହାର କରିବା ପାଇଁ ଅଭିଯୁକ୍ତ ତାଙ୍କ ଠାରୁ ୧ହଜାର ଟଙ୍କା ନେଇ ମୃତ୍ୟୁ ସାର୍ଟିଫିକେଟ ପ୍ରଦାନ କରିଥିଲେ। ଭେରିଫିକେସନ ବେଳେ ଏହା ଜାଲ ବୋଲି ଜଣା ପଡିଥିଲା । ନୟାଗଡ଼ ପୁଲିସ ପକ୍ଷରୁ ତଦନ୍ତ କରାଯାଇ ନୂଆଗାଁ ଥାନା ନୂଆ ସାହିର ବିଜୟ କୁମାର ମହାନ୍ତିଙ୍କ ପୁଅ ସଞ୍ଜୟ ମହାନ୍ତିଙ୍କୁ ପୁଲିସ ଗିରଫ କରିଛି । ସେ ନୂଆଗାଁ ଇଣ୍ଡିଆନ ଓଭରସିଜ ବ୍ୟାଙ୍କ ସାମ୍‌ନାରେ ଏକ କମ୍ପ୍ୟୁଟର ଦୋକାନ ଦେଇଛନ୍ତି । ପୁଲିସ ପକ୍ଷରୁ କ୍ୟୁଆରକୋଡ ମାଧ୍ୟମରେ ତଦନ୍ତ କରି ଅଭିଯୁକ୍ତି ସଞ୍ଜୟକୁ ଗିରଫ କରିବା ସହ ତାଙ୍କ ଠାରୁ ବିଭିନ୍ନ ଜିନିଷ ଜବତ କରିଛି। ନୂଆଗାଁ ଥାନାରେ କେସ୍ ନଂ ୧୩୯ରେ ମାମଲା ରୁଜୁ କରାଯାଇ ସଞ୍ଜୟକୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି । ସଞ୍ଜୟ ଏହା ପୂର୍ବରୁ ଜଣଙ୍କୁ ଜନ୍ମ ସାର୍ଟିଫିକେଟ ପ୍ରଦାନ କରିଥିଲେ । ଏହା ମଧ୍ୟ ନକଲି ଥିଲା ବୋଲି ପଡିଛି ଜଣାପଡିଛି।

ଗତକାଲି ଦଶପଲ୍ଲା ପୁଲିସ ପକ୍ଷରୁ ଚଢ଼ଉ କରାଯାଇ ୬୦ କେଜି ଗଞ୍ଜେଇ ଜବତ କରିବା ସହ ଏକ କାରକୁ ଅଟକ ରଖୁଛି। ତାଙ୍କ ଠାରୁ ଦୁଇ ଗୋଟି ମୋବାଇଲ ଫୋନ ଜବତ କରାଯାଇଛି। ପୁଲିସ ୪ଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତ ମାନେ ହେଲେ ଡିହଗାଁର ମୁକେଶ କୁମାର ନନ୍ଦ, ମଧ୍ୟଖଣ୍ଡ ବଡ଼ ସାହିର ଅରୁଣ କୁମାର ପ୍ରଧାନ, ନେଳିଗୁଡା ଗ୍ରାମର ପ୍ରକାଶ ଚନ୍ଦ୍ର ପ୍ରଧାନ ଓ ରାକେଶ କୁମାର ପ୍ରଧାନଙ୍କୁ ଦଶପଲ୍ଲା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି।

ଫତେଗଡ଼ ଥାନା ପକ୍ଷରୁ ପେଟ୍ରୋଲିଂ ସମୟରେ ଭାପୁର ବାଇପାସ ନିକଟରୁ ଦୁଇ ଗୋଟି ଚୋରା ବାଇକକୁ ଜବତ କରାଯାଇଛି। ଅଭିଯୁକ୍ତ ହେଲେ କରଡ଼ାପଲ୍ଲୀ ଗ୍ରାମର ଶ୍ରୀବତ୍ସ ନାୟକ। ତାଙ୍କୁ ଗତ କାଲି ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।

ନୟାଗଡ଼ ପୁଲିସ ପକ୍ଷରୁ ଆର୍ଜି ମୋଟ ୩୦୧ କେଜି ୨୩୬ ଗ୍ରାମ ଗଞ୍ଜେଇକୁ ଖୋର୍ଦ୍ଧାରେ ନଷ୍ଟ କରାଯିବ । ନୟାଗଡ଼ ଆରକ୍ଷୀ ଅଧୀକ୍ଷକ ରାହୁଲ ଜୈନ ଏହି କମିଟିର ଅଧ୍ଯକ୍ଷ ରହିଛନ୍ତି । ଦଶପଲ୍ଲା ଥାନାରୁ ୯୨କେଜି ୨୦୦ଗ୍ରାମ ଗଞ୍ଜେଇ, ଅନ୍ୟ ଏକ ମାମଲାରେ ଦଶପଲ୍ଲା ଥାନା ପକ୍ଷରୁ ୧୫କେଜି ଗଞ୍ଜେଇ, ଅନ୍ୟ ଏକ ମାମଲାରେ ଦଶପଲ୍ଲା ଥାନାରୁ ୨୪ କେଜି ଗଞ୍ଜେଇ, ଇଟାମାଟି ଥାନା ପକ୍ଷରୁ ୫୮ କେଜି ୬୦୦ ଗ୍ରାମ ଗଞ୍ଜେଇ, ଫତେଗଡ଼ ଥାନା ପକ୍ଷରୁ ୫୮ କେଜି ୬ ଗ୍ରାମ ଗଞ୍ଜେଇ ଞ୍ଜେଇ ଓ ନୟାଗଡ଼ ଟାଉନ ଥାନା ପକ୍ଷରୁ ୫୩କେଜି ୪୩୦ଗ୍ରାମ ଗଞ୍ଜେଇ ଜବତ ହୋଇ ଗଛିତ ହୋଇ ରହିଥିଲା। ଆଜି ମୋଟ ୩୦୧ କେଜି ୨୩୬ ଗ୍ରାମ ଗଞ୍ଜେଇକୁ ନଷ୍ଟ କରାଯିବ।

ଏଥି ସହିତ ପୁଲିସ ପକ୍ଷରୁ ୬୯୨ ଜଣଙ୍କୁ ସମ୍ବଦ୍ଧନା ଦିଆଯାଇଛି ଏବଂ ୫ ଜଣଙ୍କୁ ଦଣ୍ଡିତ କରାଯାଇଛି। ଅନ୍ୟ ଏକ ପକ୍ଷରେ ଅନ୍ୟ ରାଜ୍ୟରୁ ୨୦୦ ମିସିଙ୍ଗ ମୋବାଇଲ ଜବତ କରାଯାଇଛି । ସେଥି ମଧ୍ଯରୁ ୫୦ଜଣଙ୍କୁ ମୋବାଇଲ ଫେରସ୍ତ କରାଯାଇଥିବା ବେଳେ ଅନ୍ୟ ଏକ ଦିନରେ ୧୫୦ଲୋକଙ୍କୁ ମୋବାଇଲ ଫେରସ୍ତ କରାଯିବ ।

ନୟାଗଡ଼ ପୁଲିସ ପକ୍ଷରୁ ବରିଷ୍ଠ ନାଗରିକମାନେ ଯେପରି କୌଣସି ଅସୁବିଧାରେ ସମ୍ମୁଖୀନ ହେବେ ନାହିଁ ଏବଂ ସମସ୍ତ ବରିଷ୍ଠ ନାଗରିକ ନ୍ୟାୟ ପାଇବେ ସେଥି ନିମନ୍ତେ ପ୍ରତି ପଞ୍ଚାୟତରୁ ୫ ଜଣ ବରିଷ୍ଠ ନାଗରିକମାନଙ୍କୁ ନେଇ ଏକ ହ୍ବାଟସାପ ଗୃପ ତିଆରି କରିବା ପାଇଁ ପୁଲିସ ପକ୍ଷରୁ ଯୋଜନା କରାଯାଇଛି । ବରିଷ୍ଠ ନାଗରିକ ପାଇଁ ସ୍ବତନ୍ତ୍ର ଡେକ୍ସ ପ୍ରତି ଥାନାରେ କାର୍ଯ୍ୟ କରିବ ବୋଲି ଆରକ୍ଷୀ ଅଧୀକ୍ଷକ ରାହୁଲ ଜୈନ ସୁଚନା ଦେଇଛନ୍ତି । ସିସିଟିଏନଏସ ନୟାଗଡ଼ ଜିଲ୍ଲା ସାରା ରାଜ୍ୟରେ ୧୫ରୁ ଆସି ୩ ନମ୍ବର ସ୍ଥାନରେ ଜିଲ୍ଲା ପହଞ୍ଚିଛି । ନୟାଗଡ଼ ଜିଲ୍ଲାର ସମସ୍ତ କଲେଜର ଅଧ୍ଯକ୍ଷ ମାନଙ୍କୁ ଚିଠି କରାଯାଇ ଯେପରି କୌଣସି ନାବାଳକ ଗାଡ଼ି ନଚଲାଇବେ ସେଥି ନିମନ୍ତେ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ।

Related posts