ରାଜ୍ୟସ୍ତରୀୟ ପ୍ରତିଯୋଗିତା, ଟାଇକୋଣ୍ଡୋ ସ୍କୁଲ୍ ଅଫ୍ ନୟାଗଡ଼ର ବଡ଼ ସଫଳତା

ନୟାଗଡ଼, (ନୟାଗଡ଼ ଦର୍ପଣ): ଅଗଷ୍ଟ ୩୦ରୁ ସେପ୍ଟେମ୍ବର ୧ରିଖ ୩ଦିନ ଧରି କଟକ ଯବାହାର ଲାଲ୍ ନେହେରୁ ଇଣ୍ଡୋର ଷ୍ଟାଡିଅମ ଠାରେ ଓଡିଶା ଟାଇକୋଣ୍ଡୋ ସଙ୍ଘ ଦ୍ୱାରା ପରିଚାଳିତ ରାଜ୍ୟସ୍ତରୀୟ କିରୋଗୀ ଏବଂ ପୁମସେ ଟାଇକୋଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ଟାଇକୋଣ୍ଡୋ ସ୍କୁଲ୍ ଅଫ୍ ନୟାଗଡ଼ରୁ ୭ଜଣ  ପ୍ରତିଯୋଗୀ ଭାଗ ନେଇଥିଲେ। ଏଥିରେ ୩ଜଣ ସ୍ବର୍ଣ୍ଣ ପଦକ ପାଇଥିବା ବେଳେ ୩ଜଣ ରୋପ୍ୟ ପଦକ ଏବଂ ଜଣେ କାଁସ୍ୟ ପଦକ ପାଇଥିଲେ। ଏଥିରେ ଏମ୍ ରିତିକ୍ ରଂଜନ ମହାପାତ୍ର କୋଚ୍ ଭାବରେ ଏବଂ ଲିଜା ପରିଡ଼ା ମ୍ୟାନେଜର ଭାବରେ ଯୋଗଦାନ ଦେଇଥିଲେ। ଯେଉଁ କ୍ରୀଡ଼ାବିତ ମାନେ ସ୍ଵର୍ଣ ପଦକ ପାଇଥିଲେ ଏଥିରୁ ୩ଜଣ କ୍ରୀଡ଼ାବିତ ଜାତୀୟସ୍ତର ପାଇ ମନୋନୀତ ହୋଇଛନ୍ତି । ଏଥିରେ ଓଁକାର ଦଳବେହେରା, ପୁମସେ ୧ଟି ସ୍ଵର୍ଣ ପଦକ ସୋହିତ ଗଡ଼ନାୟକ, ପୁମସେ ୧ଟି ସ୍ଵର୍ଣ ପଦକ ଶ୍ୟାମସୁନ୍ଦର ସିଂ, କିରୋଗୀ ୧ଟି ସ୍ଵର୍ଣ ପଦକ ଏବଂ ପୁମସେ ୧ଟି ସ୍ଵର୍ଣ ପଦକ ସ୍ମୃତି ପ୍ରଜ୍ଞା ସାହୁ, ପୁମସେ ୧ଟି ରୋପ୍ୟ ପଦକ ରୂପାଲି ସେନାପତି, ପୁମସେ ୧ଟି ରୋପ୍ୟ ପଦକ
ମନିସ ସେଠୀ, କିରୋଗୀ ୧ଟି ରୋପ୍ୟ ପଦକ ଏବଂ ପୁମସେ ୧ଟି ରୋପ୍ୟ ପଦକ ଆରତୀ କ୍ରିଷ୍ଣା ଦଳବେହେରା, ପୁମସେ ୧ଟି କଂସା ପଦକ। ସମୁଦାୟ ୪ଟି ସ୍ଵର୍ଣ୍ଣ ପଦକ ୪ଟି ରୋପ୍ୟ ପଦକ ଏବଂ ୧ଟି କଂସା ପଦକ ପାଇ ପ୍ରତିଯୋଗି ମାନେ ସଫଳତା ପାଇଛନ୍ତି ।

ଏହି ପ୍ରତିଯୋଗିତାରେ ୧୮ଟି ଜିଲ୍ଲାରୁ ପ୍ରାୟ ୬୦ଟି ଏକାଡେମୀରୁ  ୮୦୦ ପ୍ରତିଯୋଗୀ ଭାଗ ନେଇଥିଲେ। ଏହି ପ୍ରତିଯୋଗିତାରେ ମୁଖ୍ୟ ଅତିଥି ଭାବେ କ୍ରୀଡା ମନ୍ତ୍ରୀ ସୂଯ୍ୟବଂଶୀ ସୁରଜ ଏବଂ ଓଡିଶା ଅଲମ୍ପିକ ସଙ୍ଘ ସାଧାରଣ ସମ୍ପାଦକ ଅଭିଜିତ ପାଲ ଅତିଥି ଭାବେ ଯୋଗଦେଇଥିଲେ। କୃତକାଯ୍ୟ ହେଇଥିବା ଛାତ୍ର ଛାତ୍ରୀଙ୍କ ସହ କୋଚ ଏମ୍ ରିତିକ୍ ରଂଜନ ମହାପାତ୍ରଙ୍କୁ ରାଜ୍ୟ ସଙ୍ଘର ସାଧାରଣ ସମ୍ପାଦକ ମନମୋହନ ଭଞ୍ଜ ଶୁଭେଚ୍ଛା ଜଣାଇଛନ୍ତି।

Related posts