ନୟାଗଡ଼ ପୋଲିସରେ ବଡ଼ଧରଣର ଅଦଳବଦଳ କଲେ ଏସପି

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ପୋଲିସରେ ବଡ଼ଧରଣର ଅଦଳବଦଳ ହୋଇଛି। ନୟାଗଡ଼ ସଦରଥାନା ଅଧିକାରୀ ଅନିତା ସାହୁଙ୍କୁ ବାଣିଗୋଚ୍ଛା ଥାନାକୁ ବଦଳି କରାଯାଇଥିବା ବେଳେ ବାଣିଗୋଚ୍ଛା ଥାନା ଅଧିକାରୀ ଲକ୍ଷ୍ମଣ ଦଣ୍ଡସେନାଙ୍କୁ ଗଣିଆ, ଗଣିଆ ଥାନା ଅଧିକାରୀ ବିନୟ ରଞ୍ଜନ ପରିଡ଼ାଙ୍କୁ ଚାନ୍ଦପୁର ବଦଳି କରାଯାଇଥିବା ବେଳେ ଚାନ୍ଦପୁର ଥାନା ଅଧିକାରୀ ଜଗଦିଶ କରଙ୍କୁ ଇଟାମାଟି ଥାନା, ଇଟାମାଟି ଥାନା ଅଧିକାରୀ ଦିଲ୍ଲୀପ କୁମାର ସ୍ବାଇଁଙ୍କୁ ରଣପୁର, ରଣପୁର ଥାନା ନିହାର ରଞ୍ଜନ ମହାନ୍ତିଙ୍କୁ ଖଣ୍ଡପଡ଼ା, ଖଣ୍ଡପଡ଼ା ଥାନା ଅଧିକାରୀ ଜ୍ୟୋତି ପ୍ରକାଶ ସ୍ବାଇଁଙ୍କୁ ଶରଣକୁଳ, ଶରଣକୁଳ ଥାନା ଅଧିକାରୀ ପୁଷ୍ପଲତା ବେହେରାଙ୍କୁ ହେଡକ୍ଵାର୍ଟରକୁ କରାଯାଇଥିବା ବେଳେ ରିଜର୍ଭରେ ଥିବା ଇନ୍ସିପେକ୍ଟର ବିଜୟା ସାହୁଙ୍କୁ ସଦରଥାନାଅଧିକାରୀ ଭାବେ ବଦଳି କରାଯାଇଛି ।

ସେହିଭଳି ଏସଆଇ ଓ ଏଏସଆଇ ସ୍ତରରେ ମଧ୍ୟ ଅଦଳବଦଳ କରାଯାଇଛି। ନୟାଗଡ଼ ଟାଉନଥାନାରେ କାର୍ଯ୍ୟରତ ପ୍ରୀତିପ୍ରକାଶ ମହାନ୍ତିଙ୍କୁ ରାଜସୁନାଖଳା ଫାଣ୍ଡିକୁ ବଦଳି କରାଯାଇଥିବା ବେଳେ ରାଜସୁନାଖଳାରୁ ଏସଏଆଇ ଏମ୍.ଡି ଜାଫରଲାଙ୍କୁ ବାହାଡ଼ଝୋଲା ଫାଣ୍ଡି, ବାହାଡ଼ଝୋଲା ଫାଣ୍ଡିରୁ ଏସଆଇ ଭିମସେନ ମଲ୍ଲିକଙ୍କୁ ଚାନ୍ଦପୁର ବଦଳି କରାଯାଇଛି । ଦର୍ପନାରାୟଣପୁର ଫାଣ୍ଡି ଅଧିକାରୀ ଏସଆଇ ଧର୍ମେନ୍ଦ୍ର ଶିଆଳଙ୍କୁ ସଦରଥାନା, ସଦରଥାନାରୁ ଏଏସଆଇ ଦିଲ୍ଲୀପ କୁମାର ସେଠୀଙ୍କୁ ଫତେଗଡ଼ ଥାନା, ଫତେଗଡ଼ ଥାନାରୁ ଏଏସଆଇ ପ୍ରତାପ କୁମାର ପାହାଡ଼ସିଂଙ୍କୁ ସଦରଥାନାକୁ ବଦଳି କରାଯାଇଛି । ସେହିଭଳି ଭାବେ କଣ୍ଟିଲୋ ଫାଣ୍ଡି ଅଧିକାରୀ ରମେଶ ଚନ୍ଦ୍ର ଜେନାଙ୍କୁ ଓଡ଼ଗାଁ ଥାନାକୁ ବଦଳି ହୋଇଥ‌ିବା ବେଳେ ଓଡ଼ଗାଁରୁ ସ୍ବାଗତ କୁମାର ଦାଶଙ୍କୁ କଣ୍ଟିଲୋ, ଚାନ୍ଦପୁରରୁ କୃତ୍ତିବାସ ହରିଚନ୍ଦନଙ୍କୁ ଗଣିଆ, ଗଣିଆରୁ ବିରେନ୍ଦ୍ର କୁମାର ଦେହୁରୀଙ୍କୁ ଚାନ୍ଦପୁର, ରଣପୁରରୁ ରମେଶ ଶ୍ରୀଚନ୍ଦନଙ୍କୁ ଆର.ଓ ନୟାଗଡ଼, ଗୋଡ଼ିପଡ଼ାରୁ ସୀମାଞ୍ଚଳ ସ୍ବାଇଁଙ୍କୁ ନୟାଗଡ଼, ନୟାଗଡ଼ ଟାଉନଥାନାରୁ ଏମ.ଡି ହାଇଦର ଅଲ୍ଲୀଙ୍କୁ ଗୋଡ଼ିପଡ଼ା, ନୂଆଗାଁରୁ ମନୋଜ କୁମାର ଦେହୁରୀଙ୍କୁ ଓଡ଼ଗାଁ,
ଦଶପଲ୍ଲାରୁ ତାରାକାନ୍ତ ପଟ୍ଟନାୟକଙ୍କୁ ଶରଣକୁଳ, ଶରଣକୁଳରୁ
ସଂନ୍ଧ୍ୟାରାଣୀ ସେଠୀଙ୍କୁ ନୟାଗଡ଼ ଟାଉନ, ଓଡ଼ଗାଁରୁ ମନୋଜ କୁମାର ପାତ୍ରଙ୍କୁ ନୟାଗଡ଼ ଟାଉନ, ରଣପୁରରୁ ବିଶ୍ବରଞ୍ଜନ ସିଂଙ୍କୁ ଦର୍ପନାରାୟଣପୁର, ଇଟାମାଟିରୁ ଶରତ କୁମାର ବେହେରାଙ୍କୁ ଦଶପଲ୍ଲା, ନୟାଗଡ଼ରୁ କୁଳମଣି ପ୍ରଧାନଙ୍କୁ ରଣପୁର କୋର୍ଟକୁ ବଦଳି କରାଯାଇଛି।

Related posts