ନୟାଗଡ଼,(ନୟାଗଡ଼ ଦର୍ପଣ): ବିଶିଷ୍ଟ ଟିଭି, ସିନେମା ଏବଂ ମଞ୍ଚ ଅଭିନେତା,ନାଟ୍ୟକାର ତଥା ପ୍ରତିଶ୍ରୁତିବଦ୍ଧ ନାଟ୍ୟ ବ୍ୟକ୍ତିତ୍ବ ଶରତ ମାଝିଙ୍କ ଆକସ୍ମିକ ବିୟୋଗରେ ଏକ ଶ୍ରଦ୍ଧାଞ୍ଜଳି ସଭା ସ୍ଥାନୀୟ ମୈତ୍ରୀ ଯୁବ ସଂସଦ ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ଜିଲ୍ଲାର ଅଗ୍ରଣୀ ନାଟ୍ୟସଂସ୍ଥା ଚମତ୍କାର, ନାଟ୍ୟଧାରା ଏବଂ ଶ୍ରୀ ସୃଜନ ପକ୍ଷରୁ ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ସମାଜସେବୀ ପ୍ରମୋଦ ପଟ୍ଟନାୟକ ଅଧ୍ୟକ୍ଷତା କରିଥିବା ବେଳେ ଶ୍ରୀ ସୃଜନ ଅଧ୍ୟକ୍ଷ ନାଟ୍ୟଭୂଷଣ ଡ. ବିଜୟ କୁମାର ଚୌଧୁରୀ,ନାଟ୍ୟକାର ବିଶ୍ୱନାଥ ମହାପାତ୍ର ଏବଂ ନାଟ୍ୟଧାରା ସମ୍ପାଦକ ଲକ୍ଷ୍ମୀଧର ମହାପାତ୍ର ପ୍ରମୁଖ ମଞ୍ଚାସୀନ ଥିଲେ। କଣ୍ଠଶିଳ୍ପୀ ଜୟଶ୍ରୀ ଦେବୀ, ରଜନୀକାନ୍ତ ମହାପାତ୍ର, ରାକେଶ ଦାସ,ସୁରେନ୍ଦ୍ର ସାହୁ,ଶରତ ଆଚାର୍ଯ୍ୟ ପ୍ରମୁଖ ସ୍ବର୍ଗତ ଶରତ ମାଝିଙ୍କ ସ୍ମୃତି ଚାରଣ କରିବା ସହିତ ସେ ଜଣେ ସରଳ, ଅମାୟିକ ବ୍ୟକ୍ତିତ୍ୱ ତଥା ଦକ୍ଷ ଅଭିନେତା ଥିଲେ ବୋଲି ମତବ୍ୟକ୍ତ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଅଭିନେତା ଉମାକାନ୍ତ ମିଶ୍ର, ରଂଜନ ରଶ୍ମି ଜେନା, ପ୍ରଦୀପ୍ତ ଡାକୁଆ, ସୁଧାଂଶୁ ଶେଖର ପଣ୍ଡା,ଲକ୍ଷ୍ମୀଧର ସାହୁ,ପ୍ରଦୀପ କୁମାର ସାହୁ, ପ୍ରଫୁଲ୍ଲ କୁମାର ନାୟକ, ଶ୍ରୀକାନ୍ତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ସ୍ବର୍ଗତ ମାଝିଙ୍କ ଆମର ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
Related posts
-
ଓଏଏସ ପାଇଥିବା ଚିନ୍ମୟୀଙ୍କୁ ବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧନା
ନୟାଗଡ଼,(ନୟାଗଡ଼ ଦର୍ପଣ): ନିକଟରେ ପ୍ରକାଶିତ ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଚିନ୍ମୟୀ ପାଣିଗ୍ରାହୀଙ୍କୁ ବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ... -
‘ସଙ୍ଗୀତଧାରା’ ଭକ୍ତିସଙ୍ଗୀତ ପ୍ରତିଯୋଗିତା
୧୬ଜଣ ସେମି ଫାଇନାଲକୁ ଉନ୍ନୀତ ନୟାଗଡ଼,: ‘ସଙ୍ଗୀତଧାରା’ ନୟାଗଡ଼ ପକ୍ଷରୁ ଜିଲ୍ଲାସ୍ତରୀୟ ପ୍ରଥମ ପର୍ଯ୍ୟାୟ ଭକ୍ତି ସଙ୍ଗୀତ ପ୍ରତିଯୋଗିତା ଏନଏସି ହାଇସ୍କୁଲ,... -
ଫତେଗଡ଼ ରାମ ମନ୍ଦିର ଦର୍ଶନ କରି ଫେରିବା ବାଟରେ ପ୍ରେମିକ ଆଗରେ ପ୍ରେମିକାକୁ ଗଣଦୁଷ୍କର୍ମ, ୩ଯୁବକ ଅଟକ
Comments Off on ଫତେଗଡ଼ ରାମ ମନ୍ଦିର ଦର୍ଶନ କରି ଫେରିବା ବାଟରେ ପ୍ରେମିକ ଆଗରେ ପ୍ରେମିକାକୁ ଗଣଦୁଷ୍କର୍ମ, ୩ଯୁବକ ଅଟକଭାପୁର, (ନୟାଗଡ଼ ଦର୍ପଣ): ଭାପୁର ଫତେଗଡ ଥାନା ଅଞ୍ଚଳରେ ଲଜ୍ଜ୍ୟା ଜନକ ଘଟଣା । ଜଙ୍ଗଲ ଭିତରେ ପ୍ରେମିକକୁ ମାଡମାରି ପ୍ରେମିକାକୁ...