ଆଞ୍ଚଳିକ ସାଧନକେନ୍ଦ୍ର ସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ

ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଆଜି ଓଡ଼ଗାଁ ବ୍ଲକ୍ ଅନ୍ତର୍ଗତ ସମସ୍ତ ଆଞ୍ଚଳିକ ସାଧନକେନ୍ଦ୍ର ପରିସରରେ ଆସନ୍ତା ସ୍ୱାଧିନତା ଦିବସ ପରିପ୍ରେକ୍ଷୀରେ ପ୍ରଥମଶ୍ରେଣୀ ଠାରୁ ଯୁକ୍ତ ତିନି ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କୁ ନେଇ ଓଡ଼ିଆ ବକ୍ତୃତା, ଇଂରାଜୀ ବକ୍ତୃତା, ଓଡ଼ିଆ ପ୍ରବନ୍ଧ, ଇଂରାଜୀ ପ୍ରବନ୍ଧ, ଦେଶାତ୍ମବୋଧକ ସଂଗୀତ, ଚିତ୍ରାଙ୍କନ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।ଏ ଅବସରରେ ସରକାରୀ ଉ.ପ୍ରା.ବିଦ୍ୟାଳୟ, ମଶାବାରୀରେ ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ଯଶୋବନ୍ତ ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ଉକ୍ତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ସାଧନକେନ୍ଦ୍ର ଅନ୍ତର୍ଗତ ଷୋହଳଟି ବିଦ୍ୟାଳୟରୁ ବିଭିନ୍ନ ବିଭାଗରେ ୬୨ଜଣ ଛାତ୍ରଛାତ୍ରୀ ଏବଂ ସେମାନଙ୍କର ଗାଇଡ୍ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।

ଦେଶାତ୍ମବୋଧକ ସଂଗୀତ ପ୍ରତିଯୋଗିତାରେ ସର୍ବକନିଷ୍ଠ ବିଭାଗରେ ଗାୟତ୍ରୀ ବିଦ୍ୟାମନ୍ଦିର ମଶାବାରୀର ଆଦ୍ୟାଶା ପାଣିଗ୍ରାହୀ,କନିଷ୍ଠ ବିଭାଗରେ ସରକାରୀ ପ୍ରାଥମିକ ବିଦ୍ୟାଳୟ ବାହାଡାପିଠାର ରିଧିମା ରିଜୁଲ୍ ଦାଶ ଓ ବରିଷ୍ଠ ବିଭାଗରେ ମଶାବାରୀ ଉଚ୍ଚ ବିଦ୍ୟାଳୟର ଓମ୍ ପ୍ରସାଦ ପାତ୍ର, ସେହିପରି ଓଡ଼ିଆ ବକ୍ତୃତାରେ ସରକାରୀ ପ୍ରାଥମିକ ବିଦ୍ୟାଳୟ ରଙ୍ଗଣୀପାଟଣାର ପୁନମ୍ ପ୍ରିୟମ୍ବଦା ସାହୁ, ଜନଶକ୍ତି ଉଚ୍ଚ ବିଦ୍ୟାଳୟ ଦେଓଗାଁ ଭାଲିଆଡିହିର ଅନ୍ୱେଷା ପାତ୍ର ଓ ନିଶିରାଣୀ ପାତ୍ର ଏବଂ ଇଂରାଜୀ ବକ୍ତୃତାରେ ଯଥାକ୍ରମେ ମଶାବାରୀ ଉ.ପ୍ରା. ବିଦ୍ୟାଳୟର ଲକ୍ଷ୍ମୀମୟୀ ଜେନା, ସରକାରୀ ପ୍ରାଥମିକ ବିଦ୍ୟାଳୟ ପନ୍ତିଖାରୀର ଦୀପାଞ୍ଜଳି ସାହୁ, କଳାକାହ୍ନୁ ଉଚ୍ଚ ବିଦ୍ୟାଳୟର ସୁଚିତ୍ରା ପ୍ରିୟଦର୍ଶିନୀ ପରିଡ଼ା, ଓଡ଼ିଆ ପ୍ରବନ୍ଧରେ କେବଳ ବରିଷ୍ଠ ବିଭାଗରୁ ଜନତା ସରକାରୀ ଉଚ୍ଚ ବିଦ୍ୟାଳୟ, କୁରୁମବାଙ୍କତରାର ସ୍ୱୀକୄତି ଦାସ, ଇଂରାଜୀ ପ୍ରବନ୍ଧରେ ମଶାବାରୀ ଉ.ପ୍ରା.ବିଦ୍ୟାଳୟର ଶ୍ରୀୟାଶ୍ରଦ୍ଧା କର ଏବଂ ଚିତ୍ରାଙ୍କନ ପ୍ରତିଯୋଗିତାରେ ଗାୟତ୍ରୀ ବିଦ୍ୟାମନ୍ଦିର ମଶାବାରୀର ଶୁଭଲକ୍ଷ୍ମୀ ପ୍ରଧାନ ପ୍ରମୁଖ ମଣ୍ଡଳସ୍ତରୀୟ ପ୍ରତିଯୋଗିତା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଉପସ୍ଥିତ ସମସ୍ତ ପ୍ରତିଯୋଗୀଙ୍କୁ ମଶାବାରୀ ଉ.ପ୍ରା.ବିଦ୍ୟାଳୟର ପ୍ରଧାନଶିକ୍ଷକ ଭାବଗ୍ରାହୀ ମହାପାତ୍ର ଉପାଦେୟ ପୁସ୍ତକ ବଣ୍ଟନ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।

Related posts