ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଏକ୍ସ-କ୍ୟାଡର ଶିକ୍ଷକ ସଂଘର ସାମ୍ବିଧାନିକ ବୈଠକ ଏବଂ କର୍ମକର୍ତ୍ତା ନିର୍ବାଚନ ସ୍ଥାନୀୟ ପ୍ରାଥମିକ ଶିକ୍ଷକ ଭବନଠାରେ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଉମେଶ ଚନ୍ଦ୍ର ସ୍ୱାଇଁ ସଭାପତି ଏବଂ ପରମାନନ୍ଦ ସ୍ୱାଇଁ ସମ୍ପାଦକ ଭାବେ ସର୍ବସମ୍ମତି କ୍ରମେ ମନୋନୀତ ହୋଇଛନ୍ତି । ସେହିପରି କାର୍ଯ୍ୟକାରୀ ସମ୍ପାଦକ ଭାବେ ବସନ୍ତ କୁମାର ପରିଡ଼ା, ଉପସଭାପତି ସନ୍ତୋଷ କୁମାର ପଣ୍ଡା, ସହ ସମ୍ପାଦକ କାର୍ତ୍ତିକ ଜେନା ଏବଂ କୋଷାଧ୍ୟକ୍ଷ ଭାବେ ସୁକାନ୍ତ କୁମାର ଦାସ ପ୍ରମୁଖ ମନୋନୀତ ହୋଇଛନ୍ତି । ସେହିପରି ବିଭିନ୍ନ ବ୍ଳକ ସମ୍ପାଦକ ଭାବେ ଓଡ଼ଗାଁ ବ୍ଲକ ସମ୍ପାଦକ ଭାବେ ଜୟକୃଷ୍ଣ ପ୍ରଧାନ, ନୟାଗଡ଼ ବ୍ଳକ ସମ୍ପାଦକ ଭଗବାନ ପଣ୍ଡା, ନୂଆଗାଁ ବ୍ଲକ ସମ୍ପାଦକ ପ୍ରକାଶ ସାହୁ, ଖଣ୍ଡପଡ଼ା ବ୍ଲକ ସମ୍ପାଦକ ଦୀନବନ୍ଧୁ ପ୍ରଧାନ, ଭାପୁର ବ୍ଲକ ସମ୍ପାଦକ ନରେନ୍ଦ୍ର ପ୍ରଧାନ, ଗଣିଆବ୍ଲକ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ସାହୁ ଏବଂ ଦଶପଲ୍ଲା ବ୍ଲକ ସମ୍ପାଦକ ଭାବେ ତ୍ରିନାଥ ସାହୁ ଏବଂ ସଂଗଠନ ସମ୍ପାଦକଭାବେ ଶରତ ରାଉତ ପ୍ରମୁଖ ପୁନଃ ମନୋନୀତ ହୋଇଛନ୍ତି । ସେହିପରି ଉପଦେଷ୍ଟା ଭାବେ ଦେବେନ୍ଦ୍ର ଆଚାର୍ଯ୍ୟ, ଲକ୍ଷ୍ମୀଧର ପାଇକରାୟ ଏବଂ ପବିତ୍ର ପ୍ରଧାନ ରହିଥିବା ବେଳେ ବୈଠକରେ ବରିଷ୍ଠ ସଦସ୍ୟ ରବିନ୍ଦ୍ର କୁମାର ସାହୁ, ବୈଷ୍ଣବ ମହାନ୍ତି ଏବଂ ଜଗନ୍ନାଥ ବାରିକ ପ୍ରମୁଖ ଉପସ୍ଥିତ ଥିଲେ।
ଜିଲ୍ଲା ଏକ୍ସ-କ୍ୟାଡର ଶିକ୍ଷକ ସଂଘ ପୁନଃଗଠିତ, ଉମେଶ ସଭାପତି, ପରମାନନ୍ଦ ସମ୍ପାଦକ
