ରୋଟାରୀ ପକ୍ଷରୁ “ଓଡ଼ିଆ ସାମ୍ବାଦିକତା ଦିବସ” ପାଳିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ରୋଟାରୀ କ୍ଲବ ଆନୁକୁଲ୍ୟରେ ଓଡ଼ିଆ ସାମ୍ବାଦିକତା ଦିବସ ରୋଟାରୀକ୍ଲବ ସଭାପତି ଶ୍ରୀକାନ୍ତ ଖଟେଇ ଏବଂ ସମ୍ପାଦକ ଅବିନାଶ ସାହୁଙ୍କ ତତ୍ତ୍ବାବଧାନରେ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ସୁରେନ୍ଦ୍ର କୁମାର ସାହୁ, ମୁଖ୍ୟବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ପ୍ରଦୀପ୍ତ କୁମାର ପଟ୍ଟନାୟକ ଯୋଗ ଦେଇଥିଲେ। ସାମ୍ବାଦିକତା ଦିବସରେ ସାମ୍ବାଦିକଙ୍କ କର୍ମମୟ ଜୀବନ, ସଂଘର୍ଷ ଓ ସରକାରଙ୍କ ଉଦାସୀନତା ସମ୍ପର୍କରେ ଅତିଥି ଓ ଉପସ୍ଥିତ ସାମ୍ବାଦିକମାନେ ବକ୍ତବ୍ୟ ରଖିଥିଲେ । ସାମ୍ୱାଦିକମାନଙ୍କ ମଧ୍ୟରୁ ସାମ୍ବାଦିକ ଭବନ ସଭାପତି ବୈଦ୍ୟ ଭୂଷଣ ମହାପାତ୍ର, ପ୍ରଦୀପ୍ତ ରଥ, ସୁବାସ ମହାପାତ୍ର, ଜୟେନ୍ଦ୍ର ବେହେରା, ରଜତ ପଟନାୟକ, ହୁସେନ ଖାନ, ନିର୍ମଳ ସୁରଦେଓ ପ୍ରମୁଖ ସାମ୍ବାଦିକତାକୁ ନେଇ ରହିଥ‌ିବା ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିବା ବେଳେ ସାମ୍ବାଦିକଙ୍କ ବିଭିନ୍ନ ସମସ୍ୟା ଏବଂ ରୋଟାରୀ କ୍ଳବର ବିଭିନ୍ନ ଦିଗ ଉପରେ ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ସ୍ଵରଚିତ କବିତା ଆଲୋଡ଼ନ ସୃଷ୍ଟି କରିଥିଲା। ରୋଟାରୀ କ୍ଲବ ତରଫରୁ ଉପସ୍ଥିତ ସାମ୍ବାଦିକ ମଧ୍ୟରେ ଲଟେରୀ କାଯ୍ୟକ୍ରମ କରାଯାଇଥିଲା ସେଥିରେ ସାମ୍ବାଦିକ ପ୍ରଭାତ କୁମାର ମହାପାତ୍ର ଭାଗ୍ୟଶାଳୀ ବିଜେତା ହୋଇଥିଲେ। ରୋଟରିଆନ ଆରିଫ୍ ଖାନ, ଶ୍ରୀଧର ସାହୁ, ବାସୁଦେବ ସାହୁ, ମଦନମୋହନ ମହାପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Related posts