ନୟାଗଡ଼ ମୋର କର୍ମଭୂମି, ନୟାଗଡ଼ ର ବିକାଶ ମୋର ପ୍ରାଥମିକତା -ଡ଼ ଅରୁଣ କୁମାର ସାହୁ

ନୟାଗଡ଼, (ନୟାଗଡ଼ ଦର୍ପଣ): ମୋର ଜନ୍ମମାଟି ରାସଙ୍ଗ ହୋଇଥିଲେ ହେଁ ନୟାଗଡ଼ ସହର ମୋର କର୍ମଭୂମି। ନୟାଗଡ଼ର ସର୍ବାଙ୍ଗ ଉର୍ନତି ଏବଂ ଚରମବିକାଶ ମୋ ଜୀବନର ଲକ୍ଷ୍ୟ ଗଡଜାତ ମାଟିର ସଂଗ୍ରାମୀ ରକ୍ତ ମୋ ଦେହରେ ପ୍ରଭାହିତ। ନୟାଗଡ଼ ଜିଲ୍ଲାରେ ମେଡିକାଲ କଲେଜ ସ୍ଥାପନ ଏବଂ ନୟାଗଡ଼ ସୋୟଂଶାସିତ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ଦାବି ଯଥାର୍ଥ ଏବଂ ସମୟର ଆହ୍ୱାନ ବୋଲି କହିବା ସଙ୍ଗେସଙ୍ଗେ ଦାବି ପୂରଣ ଦିଗରେ ମୋର ଗୁରୁଦାୟିତ୍ୱକୁ ମୁଁ ସୁଚାର ରୂପେ ପାଳନ କରିବିବୋଲି ମାନ୍ୟବର ବିଧାୟକ ଡ଼. ସାହୁ ଆଗ୍ରହର ସହ ପ୍ରକାଶ କରିଛନ୍ତି। ଆଜି ସକାଳ ଆନ୍ଦୋଳନର ଆବାହକ ସମାଜସେବୀ ପ୍ରମୋଦ ପଟ୍ଟନାୟକ ଏବଂ ଅନ୍ୟତମ ସହଯୋଗୀ ଶ୍ରମିକ ନେତା ଶ୍ରୀକାନ୍ତ ପଟନାୟକ ବିଧାୟକଙ୍କୁ ତାଙ୍କ ନୟାଗଡ ସ୍ଥିତ ବାସଭବନରେ ଦାବି ସମ୍ପର୍କକିତ ସ୍ମାରକପତ୍ର ପ୍ରଦାନ କରିବା ସଙ୍ଗେସଙ୍ଗେ ପରବର୍ତ୍ତୀ କାଯ୍ୟକ୍ରମର ଖସଡ଼ା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ।

Related posts