ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନୟାଗଡ଼ ସଚେତନତା କାର୍ଯ୍ୟକ୍ରମ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ଓ ଦୌରାଜଜ ତଥା ଅଧ୍ୟକ୍ଷ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ଶ୍ରୀ ଆନନ୍ଦ ନାରାୟଣ ମହାରଣାଙ୍କ ଅନୁମୋଦନ କ୍ରମେ, ଶ୍ରୀମତୀ ଅଞ୍ଜଳି ମଛଖଣ୍ଡ, ସଚିବ ତଥା ବରିଷ୍ଠ ବର୍ଗ ବିଚାରପତି, ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନୟାଗଡ଼ ସଚେତନତା କାର୍ଯ୍ୟକ୍ରମ କରିଥିଲେ । ନୟାଗଡ଼ ଯଜଙ୍ଗୀସାହି ଠାରେ ଅଧିବାସୀମାନଙ୍କୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ସାମାଜିକ ଯୋଜନା ବର୍ଣ୍ଣନା କରିବା ସହିତ ଅଭିଯୋଗ ଶୁଣାଣି କରିଥିଲେ । ପୌର ପରିଷଦ କାର୍ଯ୍ୟନିବାହି ଅଧିକାରୀ, ଶ୍ରୀମତୀ ସ୍ନେହଲତା ଆଚାର୍ୟ ଉପସ୍ଥିତ ରହିଥିଲେ । ଲେଖନପୁର ସ୍ଥିତ ସମର୍ପଣ ବୃଦ୍ଧା ଶ୍ରମ ଅନ୍ତେବାସୀମାନଙ୍କ ସହିତ ସମୟ ଅତିବାହିତ କରି, ସେମାନଙ୍କ ଭଲମନ୍ଦ ବୁଝିବା ସହିତ ଗୀତ ଆସରରେ ସେମାନଙ୍କୁ ବିମୁଗ୍ଧ କରିଥିଲେ । ନୂଆଗାଁ ବ୍ଲକ ବଡଗୋଠ ପଞ୍ଚାୟତରେ କେନ୍ଦ୍ର ଓ ରାଜ୍ୟ ସାମାଜିକ ଯୋଜନା ଆଲୋଚନା କରିଥିଲେ । ସରପଞ୍ଚ ଶ୍ରୀମତୀ ତିଳୋତମା ନାୟକଙ୍କ ସହାୟତାରେ ମହିଲାମାନଙ୍କ ମତାମତ ଶୁଣିଥିଲେ । ଶେଷରେ ଚଣ୍ଡିବସ୍ତ ପଂଚାୟତ ଅନ୍ତରର୍ଗତ ହାଟଦ୍ଵାର ଠାରେ ଶ୍ରୀ ସତ୍ୟବାଦୀ ନାୟକଙ୍କ ଉପସ୍ଥିତିରେ, ଶ୍ରମିକ ସହାୟତା ଯୋଜନା ବୁଝାଇଥିଲେ । ଉପରୋକ୍ତ ୪ ଗୋଟି କାର୍ଯ୍ୟକ୍ରମରେ ବରିଷ୍ଠ ଅଧିବକ୍ତା ଶ୍ରୀ ରମେଶ ଚନ୍ଦ୍ର ମହାରଣା, ପ୍ରାଧିକରଣ ସଦସ୍ୟ ମହମ୍ମଦ ଓମାର ମାଲ୍ଲିକ, ପ୍ରାଧିକରଣ କର୍ମଚାରୀ ଶ୍ରୀ ଗଦାଧର ବିଶ୍ଵାଳ, ଶ୍ରୀ ପବନ କୁମାର ବେହେରା ଏବଂ ଶ୍ରୀ ରାଜେଶ କୁମାର ବାରିକ ସହାୟତା କରିଥିଲେ।

Related posts