“ମାଆ ପାଇଁ ଗଛଟିଏ” କାର୍ଯ୍ୟକ୍ରମ ପାଳିତ

ଓଡ଼ଗାଁ,(ନୟାଗଡ଼ ଦର୍ପଣ): ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶରେ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ଆନୁକୂଲ୍ୟରେ ସାରା ରାଜ୍ୟର ବିଦ୍ୟାଳୟରେ ଗତ ୨୨ ତାରିଖରୁ ଚାଲୁ ରହିଛି ଶିକ୍ଷା ସପ୍ତାହ ପାଳନ। ଏ ଅବସରରେ ଶିକ୍ଷଣସାମଗ୍ରୀ ଦିବସ, ମୌଳିକ ଭାଷା ଓ ସଂଖ୍ୟାଜ୍ଞାନ ଦିବସ,କ୍ରୀଡ଼ା ଦିବସ, ସାଂସ୍କୃତିକ ଦିବସ, ଦକ୍ଷତା ଓ ଡିଜିଟାଲ୍ ପ୍ରୋତ୍ସାହନ ଦିବସ, ଇକୋକ୍ଲବ୍ ତଥା ପୋଷଣ ଦିବସ ଏବଂ ଗୋଷ୍ଠୀ ସଂପୃକ୍ତି ଦିବସ ପାଳନ କରାଯିବା ପାଇଁ ନିର୍ଦ୍ଦେଶନାମା ରହିଛି।

ଆଜି ଷଷ୍ଠ ଦିବସରେ ଓଡ଼ଗାଁ ବ୍ଲକ୍ ମଶାବାରୀ କ୍ଲଷ୍ଟର ଅନ୍ତର୍ଗତ ଉଦ୍ଧବ ସରକାରୀ ଉ.ପ୍ରା. ବିଦ୍ୟାଳୟରେ ପାଳିତ ହୋଇଛି ଏକ ନିଆରା କାର୍ଯ୍ୟକ୍ରମ “ମାଆ ପାଇଁ ଗଛଟିଏ”। ଏ ପରିପ୍ରେକ୍ଷୀରେ ଛାତ୍ରଛାତ୍ରୀମାନେ ନିଜ ନିଜର ମାଆମାନଙ୍କ ସହ ମିଶି ବିଦ୍ୟାଳୟ ହତା ମଧ୍ୟରେ ବୄକ୍ଷରୋପଣ କରିଥିଲେ।ସ୍ଥାନୀୟ ସରପଞ୍ଚ ସସ୍ମିତା ପାତ୍ର, ମଶାବାରୀ ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ଯଶୋବନ୍ତ ପଟ୍ଟନାୟକ, ମାତୄମଞ୍ଚ ସଭାପତି ପ୍ରମୋଦିନୀ ସାହୁ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ପୂର୍ଣ୍ଣଚନ୍ଦ୍ର ଦାଶ, ହସ୍ତକଳା ପ୍ରଶିକ୍ଷିକା ସ୍ମିତାଶ୍ରୀ ପାଣିଗ୍ରାହୀ ଓ କଳାଶିକ୍ଷକ ଏକଲବ୍ୟ ଦାଶ ପ୍ରମୁଖ ଅତିଥି ଭାବେ ଉପସ୍ଥିତ ରହି ଚାରାରୋପଣ କରିବା ସହ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ।

ମାଆମାନଙ୍କ ମଧ୍ୟରେ ମିଲିବାଳା ସାହୁ, ଶୈଳବାଳା ରାଜ୍, ସୁନିତା ସାହୁ,ରଶ୍ମିତା ସେଠୀ, ସୁଜାତା ସାହୁ, ଲକ୍ଷ୍ମୀପ୍ରିୟା ଜେନା, ଝିଲିବାଳା ନାହାକ ଏବଂ ବାପାମାନଙ୍କ ମଧ୍ୟରେ ବିଦ୍ୟାଧର ବେହେରା, ଭଗବାନ ଦଳବେହେରା,ଲକ୍ଷ୍ମଣ ଦଳବେହେରା, ଅକ୍ଷୟ କୁମାର ଦାଶ, ପ୍ରସନ୍ନ କୁମାର ନାୟକ, ପ୍ରକାଶ ଚନ୍ଦ୍ର ସାହୁ, ଗୌରହରି ସାହୁ ଏବଂ ଛାତ୍ର ପ୍ରତିନିଧି ଅଶୋକ କୁମାର ଦାଶ, ଛାତ୍ରୀ ପ୍ରତିନିଧି ଅନ୍ନପୂର୍ଣ୍ଣା ଜେନା ଉକ୍ତ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ପ୍ରଧାନଶିକ୍ଷୟିତ୍ରୀ ଉଷାରାଣୀ ଦାଶ ଓ ଶିକ୍ଷୟିତ୍ରୀ ସସ୍ମିତା କୁମାରୀ ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ବିଦ୍ୟାଳୟ ତରଫରୁ କଳା, ସାହିତ୍ୟ, ହସ୍ତକଳା ସମ୍ପର୍କୀୟ ଆଲୋଚନାଚକ୍ର ଓ ସଚେତନତା ସଭା ମଧ୍ୟ ଅନୁଷ୍ଠିତ ହୋଇଥିଲା।

Related posts