ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ନିକଟ ଲେଖନପୁର ସ୍ଥିତ ସମର୍ପଣ ବୃଦ୍ଧାଶ୍ରମ ହେଉଛି ଅସହାୟ ମାନଙ୍କ ପାଇଁ ସହାୟ। ବହୁ ଅଭାବ ଅନାଟନ ଜୀବନ ନିର୍ବାହ କରୁଥିବା ତଥା ଅବହେଳିତ ନିଷ୍ପେଷିତ ବୃଦ୍ଧବୃଦ୍ଧା ମାନଙ୍କ ନିମିତ୍ତ ଏକ ନିର୍ଭର ଯୋଗ୍ୟ ଅନୁଷ୍ଠାନ ହେଉଛି ସମର୍ପଣ ବୃଦ୍ଧାଶ୍ରମ । ବହୁ ବଦାନ୍ଯ ବ୍ଯକ୍ତି ମାନଙ୍କର ଅକୁଣ୍ଠିତ ସାହାଯ୍ୟ ସହଯୋଗରେ ବେଶ୍ ଆନନ୍ଦ ରେ ରହୁଛନ୍ତି ଏହି ଅନୁଷ୍ଠାନର ୨୫ ଜଣ ଅନ୍ତେବାସୀ ।ସେହି ବଦାନ୍ଯ ବ୍ଯକ୍ତି ମାନଙ୍କ ମଧ୍ଯରେ ଅନ୍ଯତମ ହେଉଛନ୍ତି ଭାଟସାହି ସରପଞ୍ଚ ସାରଦା କୁମାରୀ ସାହୁ।ଆଜି ଶ୍ରୀମତୀ ସାହୁ ଦୁଇ ଝିଅ ଙ୍କୁ ସାଥିରେ ଆଣି ସମର୍ପଣ ଅନ୍ତେବାସୀ ମାନଙ୍କୁ ଫଳ ଓ ମିଠା ବଣ୍ଟନ କରିବା ସହିତ ୧୦ ହଜାର ଟଙ୍କା ପ୍ରଦାନ କରିଛନ୍ତି। ସରପଞ୍ଚ ଶ୍ରୀମତୀ ସାହୁଙ୍କ ଏହି ବଦାନ୍ଯତା ପାଇଁ ସମର୍ପଣ ସଂପାଦକ ଶ୍ରୀଧର ସାହୁ ତାଙ୍କୁ ଆନ୍ତରିକ କୃତଜ୍ଞତା ଜ୍ଞାପନ କରିଛନ୍ତି।
Related posts
-
ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ପତାକା ଉତ୍ତୋଳନ କଲେ ରଣପୁରର ପ୍ରାକ୍ତନ ବିଧାୟକ ସତ୍ଯ ନାରାୟଣ ପ୍ରଧାନ
ନୟାଗଡ଼, (ନୟାଗଡ଼ ଦର୍ପଣ): ୭୬ ତମ ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ସମଗ୍ର ଦେଶ ଉତ୍ସବ ମୁଖର। ପୁରପଲ୍ଲୀ ସବୁଠି ଫରଫର... -
ପଠାଣି ସାମନ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୭୬ତମ ସାଧାରଣତନ୍ତ୍ର ଦିବସ ପାଳିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ପବିତ୍ର ୭୬ତମ ସାଧାରଣତନ୍ତ୍ର ଦିବସର ଐତିହାସିକ ପରମ୍ପରାକୁ ସ୍ମରଣ କରି ପଠାଣି ସାମନ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ... -
ସହରରେ ପାର୍କିଂ ଓ ଟ୍ରାଫିକ ସମସ୍ୟା ନେଇ ସାମ୍ବାଦିକଙ୍କ ଅସନ୍ତୋଷ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସହରରେ ସୃଷ୍ଟି ହେଉଥିବା ଟ୍ରାଫିକ ସମସ୍ୟା ଓ ପାର୍କିଂ ସମସ୍ୟାକୁ ନେଇ ଜିଲ୍ଲା ସାମ୍ବାଦିକମାନେ ଗଭୀର ଉଦବେଗ...