ନୟାଗଡ଼,(ନୟାଗଡ଼ ଦର୍ପଣ/୧୩.୦୩): ଅଲ ଓଡିଶା ଚେସ ଆସୋସିଏସନ ଦ୍ୱାରା ପରିଚାଳିତ ତଥା ନୟାଗଡ଼ ଜିଲ୍ଲା ଚେସ ଆସୋସିଏସନ ଓ କେ.ସି. କ୍ଲବ ଦ୍ୱାରା ଆୟୋଜିତ ଜିଲ୍ଲାସ୍ତରୀୟ ଚେସ୍ ଟୁର୍ଣ୍ଣାମେଣ୍ଟ ସ୍ଥାନୀୟ କେସି କ୍ଲବ ସଭାଗୃହରେ ଆଜି ଉଦଯାପିତ ହୋଇଯାଇଛି। ସ୍ୱିସ ପଏଣ୍ଟ ମାଧ୍ୟମରେ ଖେଳାଯାଇଥିବା ଏହି ପ୍ରତିଯୋଗିତାରେ ମୋଟ ୨୬ ଜଣ ପ୍ରତିଯୋଗୀଙ୍କ ମଧ୍ୟରେ ସର୍ବାଧିକ ୬ ପଏଣ୍ଟ ଅର୍ଜନ କରି ଓଡ଼ଗାଁର ଜିତେନ୍ଦ୍ର ଦାସ ଚାମ୍ପିଅନ ହୋଇଥିବା ବେଳେ ୪.୫ ପଏଣ୍ଟ ପାଇ ଦେଉଳ ପଲ୍ଲୀର ଜୟପ୍ରକାଶ ବୈରିଗଞ୍ଜନ ଦ୍ଵିତୀୟ ସ୍ଥାନ ଅଧିକାର କରିଛନ୍ତି। ସେହିପରି ଦଶପଲ୍ଲା ଜାନିସାହିର ବାଲାରସେନ ପାତ୍ର ୪.୫ ପାଇ ୩ୟ ସ୍ଥାନ ହାସଲ କରିଛନ୍ତି। ଉଦଯାପନୀ ଉତ୍ସବରେ ଯୋଗଦେଇ ମୁଖ୍ୟ ଅତିଥି ସତ୍ୟନାରାୟଣ ଶତପଥି, ଅନ୍ୟତମ ଅଥିତି କେସି କ୍ଲବର ସମ୍ପାଦକ ପ୍ରଭାତ ସାହୁ, ଜିଲ୍ଲା ଚେସ ଆସୋଏସନ ସଭାପତି…
Read MoreCategory: ଗଣିଆ ବ୍ଲକ
ଜିଲ୍ଲାସ୍ତରୀୟ ଚେସ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ
ନୟାଗଡ଼,(ନୟାଗଡ଼ ଦର୍ପଣ/୧୨.୦୩): ନୟାଗଡ଼ ଜିଲ୍ଲା ଚେସ ଆସୋସିଏସନ ଏବଂ କୃଷ୍ଣଚନ୍ଦ୍ର କ୍ଲବ,ନୟାଗଡ଼ ଆନୁକୁଲ୍ୟରେ ଜିଲ୍ଲାସ୍ତରୀୟ ଚେସ୍ ଟୁର୍ଣ୍ଣାମେଣ୍ଟ ସ୍ଥାନୀୟ କେସି କ୍ଲବ ସଭାଗୃହରେ ଆଜି ଉଦଘାଟିତ ହୋଇଯାଇଛି। ଏଥିରେ ସମଗ୍ର ଜିଳ୍ଲାରୁ ୨୬ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। ଏମାନଙ୍କ ମଧ୍ୟରେ ୪ଜଣ ଛୋଟ ପିଲା ଅଂଶ ଗ୍ରହଣ କରିଥିବା ବେଳେ ୩ଜଣ ଝିଅ ମଧ୍ୟ ଅଂଶ ଗ୍ରହଣ କରିଛନ୍ତି । ଅଲ ଓଡିଶା ଚେସ ଆସୋସିଏସନ ଦ୍ୱାରା ପରିଚାଳିତ ତଥା ନୟାଗଡ଼ ଜିଲ୍ଲା ଚେସ ଆସୋସିଏସନ ଓ କେ.ସି. କ୍ଲବ ଦ୍ୱାରା ଆୟୋଜିତ ଏହି ପ୍ରତିଯୋଗୀତା ସ୍ୱିସ୍ ଲିଗ ସିଷ୍ଟମ ମାଧ୍ୟମରେ ଖେଳାଯାଉଛି। ଦୁଇ ଦିନ ବିଶିଷ୍ଟ ଏହି ପ୍ରତିଯୋଗୀତାରେ ଛଅରାଉଣ୍ଡ ଖେଳା ଯିବାକୁ ଥିବା ବେଳେ ପ୍ରଥମ ଦିନରେ ତିନି ରାଉଣ୍ଡ ଖେଳ ସମ୍ପୂର୍ଣ ହୋଇଛି । ଜିଳ୍ଲା ଚେସ ଆସୋଏସନ ସଭାପତି ଚିତ୍ତରଂଜନ…
Read Moreସମନ୍ବିତ କୃଷି ପ୍ରଣାଳୀ ନିମନ୍ତେ ଜିଲ୍ଲାପାଳଙ୍କ ବୈଠକ
ନୟାଗଡ଼,(ନୟାଗଡ଼ ଦର୍ପଣ/୧୦.୩): ଜିଲ୍ଲାପାଳ ଡା. ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ସମ୍ବନ୍ନିତ କୃଷି ପ୍ରଣାଳୀ ପାଇଁ ସମସ୍ତ ବ୍ଲକରୁ ଆବେଦନ କରିଥିବା କରିଥିବା ଚାଷୀମାନଙ୍କ ଆବେଦନ ପତ୍ରର ଅନୁମୋଦନ ନିମନ୍ତେ ଏକ ବୈଠକ ଜିଲ୍ଲାପାଳଙ୍କ ମିନି ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ୨୦୨୧-୨୨ଆର୍ଥିକ ବର୍ଷ ପାଇଁ ଆବେଦନ କରିଥିବା ୨୨ଜଣ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ଦେବା ପାଇଁ ଅନୁମୋଦନ କରାଯାଇଥିଲା । ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଶ୍ରୀ ବିଜୟ କୁମାର ପ୍ରଧାନ ଜିଲ୍ଲାପାଳଙ୍କୁ ବିସ୍ତୃତ ଭାବେ ଅବଗତ କରାଇଥିଲେ । ସହକାରୀ କୃଷି ଉପନିର୍ଦ୍ଦେଶକ ଶ୍ରୀ ସୁଧାଂଷୁ କୁମାର ନନ୍ଦ ଏହାକୁ ପରିଚାଳନା କରିଥିଲେ । ଉଦ୍ୟାନ କୃଷି ଉପନିର୍ଦ୍ଦେଶକ, ଜିଲ୍ଲା ମତ୍ସ୍ୟ ଅଧିକାରୀ, ଓଡ଼ିଶା ଜୀବିକା ମିଶନ ଅଧିକାରୀ, ଜିଲ୍ଲା ପ୍ରାଣୀ ସଂପଦ ଅଧିକାରୀ, ବରିଷ୍ଠ ବୈଜ୍ଞାନିକ କୃଷି ବିଜ୍ଞାନ କେନ୍ଦ୍ର,ଅଗ୍ରଣୀ ବ୍ୟାଙ୍କ ଅଧିକାରୀ ଓ ସହକାରୀ…
Read Moreଗ୍ରାମୀଣ ଆତ୍ମ ନିଯୁକ୍ତି ତାଲିମ ପ୍ରତିଷ୍ଠାନର ଆଡ୍ଭାଇଜରି କମିଟି ବୈଠକ
ନୟାଗଡ଼,(ନୟାଗଡ଼ ଦର୍ପଣ/୧୦.୦୩): ସମୟରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ନୟାଗଡ଼ର ଗ୍ରାମୀଣ ଆତ୍ମ ନିଯୁକ୍ତି ତାଲିମ ପ୍ରତିଷ୍ଠାନ(RSETI) ଆନୁକୂଲ୍ୟରେ ଏକ ଆଡ୍ଭାଇଜରି କମିଟି ମିଟିଙ୍ଗ୍ ଜିଲ୍ଲାପାଳ ଡା. ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ମିନି ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଷ୍ଠାନରେ ୨୦୨୧-୨୨ ଆର୍ଥିକ ବର୍ଷର ୩ୟ ତ୍ରୈୟ ମାସରେ ୯ଟି ଟ୍ରେନିଂ ପ୍ରୋଗ୍ରାମ କରାଯାଇଥରଲା । ସେଥିରେ ୨୪୨ଜଣ ଆର୍ଥିକ ଅନଗ୍ରସର ଶ୍ରେଣୀର, ୯ଜଣ ହରିଜନ ଓ ଆଦିବାସୀ ଶ୍ରେଣୀର ଅନ୍ତର୍ଭୁକ୍ତ ଥିଲେ । ଏହାପରେ ୪ର୍ଥ ତ୍ରୈୟ ମାସର ଯୋଜନା ଉପରେ ଆଲୋଚନା କରାଯାଇଥିଲା। ଏହି ଆଲୋଚନାରେ କିନ୍ନର ଏବଂ ୧୮ ରୁ ୪୫ବର୍ଷ ବୟସର ଜେଲ ଅନ୍ତେବାସୀମାନଙ୍କ ଆତ୍ମ ନିର୍ଭରଶୀଳ ଉପରେ ଜିଲ୍ଲାପାଳ ଡା. ଟୁଡୁ ବିଶେଷ ଗୁରୁତ୍ୱ ଦେଇଥିଲେ । ଜେଲ ଅନ୍ତେବାସୀମାନଙ୍କୁ ଛତୁଚାଷ ତାଲିମ ଏବଂ କିନ୍ନରମାନଙ୍କୁ ବିୟୁଟି ପାର୍ଲର…
Read Moreନାଟକ ସମଗ୍ର ରେ ପ୍ରକାଶିତ ହୋଇଛି ନୟାଗଡ଼ର ନାଟ୍ୟକାରଙ୍କ ନାଟକ
ନୟାଗଡ଼,(ନୟାଗଡ଼ ଦର୍ପଣ): ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ସଂଗୀତ ନାଟକ ଏକାଡେ଼ମୀ, ପୂର୍ବାଞ୍ଚଳ ସାଂସ୍କୃତିକ କେନ୍ଦ୍ର କୋଲକାତା ତଥା ଓଡ଼ିଶା ନାଟ୍ୟ ସଂଘର ମିଳିତ ଆନୁକୂଲ୍ୟରେ ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପ ଠାରେ ଅନୁଷ୍ଠିତ ହୋଇଥିବା ଜାତୀୟ ନାଟ୍ୟ ଉତ୍ସବ ପୂର୍ବ ରଂଗ ର ଉଦଯାପନୀ ସଂଧ୍ୟାରେ ଉନ୍ମୋଚିତ ହୋଇଯାଇଛି ଓଡ଼ିଶାର ୫ ଜଣ ନାଟ୍ୟକାରଙ୍କ ନାଟକ ଗ୍ରନ୍ଥାବଳୀ ‘ ନାଟକ ସମଗ୍ର ‘। ଏହି କାର୍ଯ୍ୟକ୍ରମରେ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ରଜଂନ କୁମାର ଦାସ, ସଂଗୀତ ନାଟକ ଏକାଡେ଼ମୀ ସଭପତି ଅରୁଣା ମହାନ୍ତି,ସଚିବ ପ୍ରବୋଧ କୁମାର ରଥ, ଉପସଭାପତି ମନ୍ମଥ ଶତପଥୀ, ନାଟ୍ୟ ସଂଘର ସଭାପତି ହରେନ ସାହୁଙ୍କ ସହ ପାଞ୍ଚ ଜଣ ନାଟ୍ୟକାର ଉପସ୍ଥିତ ରହି ନାଟକ ସମଗ୍ର ର ଉନ୍ମୋଚନ କରିଥିଲେ।ନାଟକ ସମଗ୍ର ରେ ନୟାଗଡ଼ର ବିଶିଷ୍ଟ…
Read Moreଭୂତଳ ଜଳ ପରିଚାଳନା ଏବଂ ବର୍ଷାଜଳ ସଂରକ୍ଷଣ ସମ୍ପର୍କରେ ଜନ ବାର୍ତ୍ତାଳାପ କାର୍ଯ୍ୟକ୍ରମ
ନୟାଗଡ଼,(ନୟାଗଡ଼ ଦର୍ପଣ): ଭାରତ ସରକାରଙ୍କ ଜଳଶକ୍ତି ମନ୍ତ୍ରାଳୟ, ଜଳ ସମ୍ପଦ, ନଦୀ ବିକାଶ ଏବଂ ଗଙ୍ଗା ସଂରକ୍ଷଣ ବିଭାଗ ଅଧିନସ୍ଥ କେନ୍ଦ୍ରୀୟ ଭୂମିଜଳ ପରିଷଦ, ଦକ୍ଷିଣ-ପୂର୍ବ କ୍ଷେତ୍ର, ଭୁବନେଶ୍ଵର ଆନୁକୂଲ୍ୟରେ ଏକ ଦିବସୀୟ ଭୂତଳ ଜଳ ପରିଚାଳନା ଏବଂ ବର୍ଷାଜଳ ସଂରକ୍ଷଣ ସମ୍ପର୍କରେ ଜନ ବାର୍ତ୍ତାଳାପ କାର୍ଯ୍ୟକ୍ରମ ରୋଟାରୀ କ୍ଲବ, ନୟାଗଡରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଭାରତର ୭୫ ତମ ସ୍ବାଧିନତାର ଅମୃତ ମହୋତ୍ସବ ପାଳନ ଅବସରରେ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବୈଜ୍ଞାନିକ ଶ୍ରୀମତୀ ମୌସୁମୀ ସାହୁ, ସୁଶ୍ରୀ ପୂର୍ବା ବେରା, ଶ୍ରୀ ସତ୍ୟମ ଶୁକ୍ଳା, ଶ୍ରୀ ସଚିଦାନନ୍ଦ ପୃଷ୍ଟି, ପ୍ରାଧ୍ୟାପକ ହରପ୍ରସାଦ ମହାପାତ୍ର ଏବଂ ରୋଟାରୀ କ୍ଲବର ସଭାପତି ଧିରେନ୍ଦ୍ର ପଟ୍ଟନାୟକ ପ୍ରମୁଖ ଯୋଗଦେଇ ଭୂତଳ ଜଳ ସ୍ଥିତି, ଗୁଣବତ୍ତା ଏବଂ ପରିଚାଳନା ଆଦି ବିଷୟରେ ଆଲୋଚନା କରିଥିଲେ ।…
Read Moreଶିକ୍ଷକ ମହାସଂଘ ପକ୍ଷରୁ ସହିଦ ଦିବସ ପାଳନ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଶିକ୍ଷକ ମହାସଂଘ ପକ୍ଷରୁ ସହିଦ ଦିବସ ବୁଧବାର ପୂର୍ବାହ୍ନରେ ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ଏକ ସ୍ମୃତି ସଭାରେ ବିଶିଷ୍ଟ ଶ୍ରମିକ ନେତା ବିଶ୍ୱନାଥ ମହାପାତ୍ର ଅଧ୍ୟକ୍ଷତା କରିଥିବା ବେଳେ ମହାବିଦ୍ୟାଳୟ ଅଧ୍ୟକ୍ଷ ସୁରେଶ କୁମାର ପ୍ରଧାନ, ସମାଜସେବୀ ପ୍ରମୋଦ ପଟ୍ଟନାୟକ, ଅନାଦି ଚରଣ ମହାନ୍ତି, ଅଧ୍ୟାପକ ଡ.ଦିଲିପ ମିଶ୍ର, ଡ.ଆଶୁତୋଷ ମିଶ୍ର, ଶିକ୍ଷକ ଲକ୍ଷ୍ମୀଧର ସାହୁ, ପ୍ରଶାନ୍ତ ପଟ୍ଟନାୟକ, ଅଶୋକ ମଲ୍ଲ, ମାଣିକେଶ୍ୱର ସ୍ୱାଇଁ ପ୍ରମୁଖ ଯୋଗଦାନ କରି ସ୍ମୃତିଚାରଣ କରିବା ସହ କଲେଜ ପରିସରରେ ଥିବା ସ୍ୱର୍ଗତ କାହ୍ନୁ ଚରଣ ପଟ୍ଟନାୟକଙ୍କ ସ୍ମୃତିସ୍ତମ୍ଭରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ସୂଚନାଯୋଗ୍ୟ ଯେ, ୧୯୭୮ ମସିହା ମାର୍ଚ୍ଚ ୯ତାରିଖରେ ଭୁବନେଶ୍ୱରଠାରେ ଶିକ୍ଷକମାନଙ୍କ ବିଭିନ୍ନ ଦାବି ନେଇ ଶିକ୍ଷକ ମହାସଂଘର ଆନ୍ଦୋଳନ…
Read Moreନୟାଗଡ଼ ଟାଉନ ପୋଲିସ ଦ୍ୱାରା ଦୁଇ ଗୋ-ଚାଲାଣକାରୀ ଗିରଫ
୬ ଗୋମାତା ଉଦ୍ଧାର, ୨ଖଣ୍ଡା ଜବତ ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଟାଉନ ଥାନା ଅଧିକାରିଣୀ ପ୍ରଜ୍ଞା ପାରମିତା ଜେନାଙ୍କ ନିର୍ଦ୍ଦେଶ କ୍ରମେ ପୁଲିସ ପେଟ୍ରୋଲିଂ କରୁଥିବା ବେଳେ ଦୁଇ ଗୋ-ଚାଲାଣକାରୀଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଖୋର୍ଦ୍ଧା ଜିଲ୍ଲା ମାଣିକାଗୋଡ଼ା ଗ୍ରାମର ସେକ ମନସୁର ଏବଂ ମାନସ ପରମାଣିକ। ସେମାନେ ଏକ ଡାଲା ପିକ୍ଅପ୍ ଭ୍ୟାନ ଯୋଗେ ଦଶପଲ୍ଲାରୁ ମାଣିକାଗୋଡ଼ା ଗୋ-ଚାଲାଣ କରୁଥିବା ବେଳେ ନୟାଗଡ଼ ନୂଆ ବସଷ୍ଟାଣ୍ଡ ନିକଟରେ ପୁଲିସ ହାବୁଡ଼ରେ ପଡିଥିଲେ। ପୋଲିସ ସେଠାରୁ ୬ଟି ଗୋରୁଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ସହ ପିକଅପ ଭ୍ୟାନ ଏବଂ ସେମାନଙ୍କ ନିକଟରୁ ଦୁଇଟି ଖଣ୍ଡାକୁ ଜବତ କରାଯାଇ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଟାଉନ ଥାନା ଅଧିକାରିଣୀ ସୂଚନା ଦେଇଛନ୍ତି ।
Read Moreରୋଟାରୀ କ୍ଲବ ଏବଂ ୟୁନିଟେକ କଲେଜ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ରୋଟାରୀ କ୍ଲବ ଏବଂ ୟୁନିଟେକ କଲେଜ, ନୟାଗଡର ମିଳିତ ଆନୁକୂଲ୍ୟରେ ଆଜି ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମର ମୂଖ୍ୟ ଅତିଥି ସହକାରୀ କୃଷି ଅଧିକାରୀ ଶ୍ରୀମତୀ ମୁକ୍ତିଲିନା ମୋନିକା, ନୟାଗଡ଼ ରୋଟାରୀ କ୍ଲବର ସଭାପତି ରୋଟାରିଆନ ଧିରେନ୍ଦ୍ର ପଟ୍ଟନାୟକ ଏବଂ ଇନରହୁଇଲ କ୍ଲବର ସଭାପତି ସ୍ମିତା ସ୍ବାଇଁ, ଆୟୋଜିତ ସଭାରେ ଉଦବୋଧନ ଦେଇ ନାରୀ ସଶକ୍ତିକରଣ ଉପରେ ଗୁରୁତ୍ବ ଦବା ସହ ଉପସ୍ଥିତ ଛାତ୍ରୀ ମାନଙ୍କର ଉଜ୍ଜ୍ବଳ ଭବିଷ୍ୟତର କାମନା କରିଥିଲେ । ଏହି ସଭାକୁ ପରିଚାଳନା କରିଥିଲେ ୟୁନିଟେକ କଲେଜର ନିର୍ଦ୍ଧେଶକ ରୋଟାରିଆନ ପ୍ରବୀର ପୃଷ୍ଟି । ଆଜିର ଏହି କାର୍ଯ୍ୟକ୍ରମ ଅବସରରେ ଛାତ୍ରୀ ମାନଙ୍କୁ ନେଇ ଏକ ତର୍କ ପ୍ରତିଯୋଗିତା ର ଆୟୋଜନ କରାଯାଇଥିଲା । କାର୍ଯ୍ୟକ୍ରମ କୁ ସରସ ସୁନ୍ଦର କରିବା ପାଇଁ ପ୍ରେରଣାଦାୟୀ…
Read Moreନୟାଗଡ଼ରେ ବିଶ୍ୱ ମହିଳା ଦିବସ ପାଳିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ଆଜି ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହରେ ଜିଲ୍ଲାପାଳ ଡା. ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଉପସ୍ଥିତ ସମସ୍ତ ସଦସ୍ୟ/ସଦସ୍ୟାମାନଙ୍କ ସର୍ବପ୍ରଥମେ ସ୍ୱାଗତ ଜଣାଇବା ସଙ୍ଗେ ସଙ୍ଗେ ଆଜିର ଦିବସର ତାତ୍ପର୍ଯ୍ୟ ଉପରେ ବୁଝାଇବାକୁ ଯାଇ କହିଲେ ଯେ, ସମାଜରେ ଲିଙ୍ଗଗତ ସମାନତା ନିତାନ୍ତ ଜରୁରୀ । ଏହା ନ ରହିଲେ ଭବିଷ୍ୟତରେ ଆମ ସମାଜରେ ଶୃଙ୍ଖଳା ରହିବ ନାହିଁ । PNDT Actକୁ କଡ଼ାକଡ଼ି ଭାବରେ ପାଳନ କରିବା ଉପରେ ଗୁରୁତ୍ୱ ଦେଇଥିଲେ । ନାରୀ ବିନା ସମାଜରେ ସୃଷ୍ଟି ଅସମ୍ଭବ। ତେଣୁ ନାରୀମାନଙ୍କୁ ନଗଣ୍ୟ ମନେକରିବା ଅନୁଚିତ୍ । ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀ ଶଙ୍କର ଜେନା ସର୍ବପ୍ରଥମେ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଏହାକୁ ଜିଲ୍ଲା ସଂଯୋଜିକା(ବାଲ୍ୟବିବାହ) ଇପସିତା…
Read More