ସୋହମ ଓ ନେତାଜୀ ସେବା ସଂଘ ତରଫରୁ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର

ନୟାଗଡ଼,(ନୟାଗଡ଼ ଦର୍ପଣ/୧୩.୦୩): ନୟାଗଡର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ “ସୋହମ” ଓ ନେତାଜୀ ସେବା ସଂଘର ମିଳିତ ଆନୁକୁଲ୍ୟରେ ତାରିଣୀ ନଗର ସ୍ଥିତ “ସୋହମ” କାର୍ଯ୍ୟାଳୟ ଠାରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଯାଇଅଛି । ନୟାଗଡର ବିଶିଷ୍ଟ ସମାଜସେବୀ ଦାମଦୋର ସାହୁ ଓ ଡାକ୍ତର ସଞ୍ଜୟ ଦାସ ପ୍ରଦୀପ ପ୍ରଜ୍ବଳନ କରି ଏହାକୁ ଉଦଘାଟନ କରିଥିଲେ । ଏହି ଶିବିରରେ କୋଭିଡ ନିୟମକୁ ପାଳନ କରି ମୋଟ ୨୪ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା।

ଏହି କାର୍ଯ୍ୟକ୍ରମକୁ ସୋହମ୍ ଅନୁଷ୍ଠାନର ସମ୍ପାଦକ କାମାକ୍ଷା ପ୍ରସାଦ ଦାଶ ପରିଚାଳନା କରିଥିଲେ। ଏଥିରେ ନେତାଜୀ ସେବା ସଂଘର ସଭାପତି ଶରତ ଚନ୍ଦ୍ର ସାହୁ, ଉପସଭାପତି ରବିନ୍ଦ୍ର କୁମାର ନାୟକ, ସମ୍ପାଦକ ବୈକୁଣ୍ଠ ନାଥ ମିଶ୍ର, ନୟାଗଡର ଜଣାଶୁଣା ସାହିତ୍ୟିକ, ନିର୍ଦ୍ଦେଶକ ଶରତ ଚନ୍ଦ୍ର ଆଚାର୍ଯ୍ୟଙ୍କ ସମେତ ସସ୍ମିତା ଆଚାର୍ଯ୍ୟ, ବିନୋଦିନୀ ବରାଡ, ସସ୍ମିତା ନାୟକ, ବୁଲବୁଲ ଫ୍ଲେଜର, ବବ୍ଲି ଫ୍ଲେଜର, ଆଡଭୋକେଟ ମନ୍ମୟ ଦାଶ, ରଘୁନାଥ ଦାଶ, ଚରଣ ଗୁରୁ, ରକ୍ତ ଭଣ୍ଡାରର ଅଜୟ ପଟ୍ଟନାୟକ, ପଞ୍ଚୁ ଦଳେଇ ଏବଂ ଅନ୍ୟ ସମସ୍ତ କର୍ମଚାରୀ ଯୋଗଦେଇ ଉତ୍ସବଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ ।

Related posts