ମା’ ଫାଉଣ୍ଡେସନ୍ କପ୍-୨୦୨୨ ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ନୟାଗଡ଼,(ନୟାଗଡ଼ ଦର୍ପଣ/୧୩.୦୩): ସ୍ଥାନୀୟ ସିଦ୍ଧେଶ୍ଵରୀ କଲ୍ଯାଣ ମଣ୍ଡପ ଭଲିବଲ୍ ପଡିଆଠାରେ ମା’ ସିଦ୍ଧେଶ୍ଵରୀ କ୍ଲବ୍, ରାଜାବଗିଚା ଓ ମା,’ଫାଉଣ୍ଡେସନ୍, ନୟାଗଡ଼ର ମିଳିତ ଆନୁକୁଲ୍ୟରେ ଜିଲ୍ଲାସ୍ତରୀୟ ପ୍ରଥମ ମା’ ଫାଉଣ୍ଡେସନ୍ କପ୍-୨୦୨୨ ଚଳିତ ମାସ ୪ ତାରିଖଠାରୁ ଆରମ୍ଭ କରି ୧୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଟୁର୍ଣ୍ଣାମେଣ୍ଟର ଉଦଯାପନୀ ସନ୍ଧ୍ଯାରେ ସ୍ଥାନୀୟ ବିଧାୟକ ତଥା ମାନ୍ଯବର ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।

ଅନ୍ଯାନ୍ଯ ଅତିଥି ଭାବେ ନୟାଗଡ ପୌର ପରିଷଦର ଅଧ୍ୟକ୍ଷା ପ୍ରାର୍ଥୀନୀ ନିରୂପମା ଖଟେଇ, ୧୫ନଂ ଓ୍ବାର୍ଡର କାଉନସିଲର୍ ପ୍ରାର୍ଥୀ ଜାନକୀ ବଲ୍ଲବ ଜେନା, ମା’ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ସଂପାଦକ ରଂଜନ ରଶ୍ମି ଜେନା, ସଭାପତି ବସନ୍ତ କୁମାର ମିଶ୍ର, ବରିଷ୍ଠ ଶିକ୍ଷକ ଦାସରଥି ପଟ୍ଟନାୟକ ଓ ଵରିଷ୍ଠ ନାଗରିକ ଅଜୟ କୁମାର ସେଠୀ ପ୍ରମୁଖ ଯୋଗଦେଇଥିଲେ। ଟୁର୍ଣ୍ଣାମେଂଟରେ ଚମ୍ପିୟାନ ହୋଇଥିବା ମା’ ସୁଳିଆ କ୍ଳଵ, ଲେଙ୍କୁଢିପଡା ଦଳକୁ ଟ୍ରଫି ସହ ୬୦୦୦ଟଙ୍କାର ଚେକ୍ ଏବଂ ପ୍ରଥମ ରନର୍ସଅପ ଟ୍ରିପଲ ଏକ୍ସ, ନୟାଗଡ଼ ଦଳଙ୍କୁ ଟ୍ରଫି ସହ ୪୦୦୦ ଟଙ୍କା ଏବଂ ଦ୍ବିତୀୟ ରନରସଅପ୍ ମା’ ଶୁଳିଆ ଆଥଲେଟିକ୍ କ୍ଳଵଙ୍କୁ ଟ୍ରଫି ସହ ୨୦୦୦ ଟଙ୍କା ପ୍ରଦାନ କରାଯାଇଥିଲା।

ଦୀର୍ଘ ଆଠ ଦିନ ବ୍ଯାପି ଚାଲିଥିବା ଏହି ଟୁର୍ଣ୍ଣାମେଣ୍ଟକୁ ନୟାଗଡ଼ର ବହୁ କ୍ରିଡାପ୍ରେମୀ ଉପଭୋଗ କରିଥିଲା ବେଳେ ମା ସିଦ୍ଧେଶ୍ଵରୀ ଭଲୀବଲ କ୍ଳଵର ସଭାପତି ନିହାର ରଞ୍ଜନ ତ୍ରିପାଠୀ, ସଂପାଦକ ରମଣୀ ରଞ୍ଜନ ଜେନା, ନୀଳମଣୀ ଭଟ୍ଟ(ଟୁଆଁ)ଙ୍କ ପ୍ରତ୍ଯକ୍ଷ ତତ୍ବାବଧାନରେ ଵହୁ ସକ୍ରିୟ ସଦସ୍ଯ ରାଜା, ରଂଜନ ଓ ପିଣ୍ଟୁ ଇତ୍ୟାଦି ଏଥିରେ ସହଯୋଗ କରିଥିଲେ। ସବୁ ଦିନର ଖେଳ ପରିଚାଳନା ଦାୟିତ୍ବରେ ଚିଣ୍ଟୁ ଥିଲାବେଳେ ଉଦଯାପନୀ ସନ୍ଧ୍ୟାର ସଭାକୁ ମା’ ଫାଉଣ୍ଡସନର ଉପ- ସଭାପତି ଗୋପୀନାଥ ସେଠୀ ପରିଚାଳନା କରିଥିଲେ।

Related posts