ନୟାଗଡ଼,(ନୟାଗଡ ଦର୍ପଣ,୧୬/୦୩): ଜିଲ୍ଲାପାଳ ଡା. ପୋମା ଟୁଡୁଙ୍କ ଅଧ୍ୟକ୍ଷତୋର ଗଭର୍ଧାରଣ ପୂର୍ବ ଏବଂ ଜନ୍ମପୂର୍ବ ଲିଙ୍ଗ ନିରୂପଣ ଅଧିନିୟମ ୧୯୯୪(PCPNDT) ଉପରେ ପରାମର୍ଶ ସମିତିର ଏକ ସମୀକ୍ଷା ବୈଠକ ଜିଲ୍ଲାପାଳଙ୍କ ମିନି ସଭାଗୃହେର ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ଜିଲ୍ଲାରେ ଚାଲୁଥିବା ସମୁଦାୟ ୯ ଗୋଟି ଅଲଟ୍ରାସାଉଣ୍ଡ୍ କ୍ଲିନିକ୍ର ସ୍ଥିତି ଏବଂ କାର୍ଯ୍ୟକାରିତା ଉପେର ଅୋଲାଚନା ଏବଂ ସମୀକ୍ଷା କରାଯାଇଥିଲା । ୯ ଗୋଟି ଅଲଟ୍ରାସାଉଣ୍ଡ୍ କ୍ଲିନିକ୍ ମଧ୍ୟରୁ ରଶ୍ମି ଡାେଇଗ୍ନାଷ୍ଟିକ୍ ଏବଂ କେୟାର ଡାେଇଗ୍ନାଷ୍ଟିକ୍ ଦୀର୍ଘ ଦିନରୁ ବନ୍ଦ ହୋଇରହିଅଛି । ଏହି ଦୁଇଟିର ପଂଜୀକରଣ ରଦ୍ଦ ଉପେର ଆଲୋଚନା ହୋଇ କେୟାର ଡାେଇଗ୍ନାଷ୍ଟିକ୍ ପଂଜୀକରଣ ରଦ୍ଦ ଉପରେ ନିଷ୍ପତି ନିଆଗଲା । କିନ୍ତୁ ରଶ୍ମି ଡାେଇଗ୍ନାଷ୍ଟିକ୍ର କୋଟର୍ରେ କେସ୍ ଚାଲିଥିବାରୁ ଏହାର ରଦ୍ଦ ଉପେର କୌଣସି ନିଷ୍ପତି ନିଆଯାଇପାରିଲା ନାହିଁ । ସଂଜିବନୀ ଡାେଇଗ୍ନାଷ୍ଟିକ୍ ପଂଜୀକରଣ ଅବଧି ସମାପ୍ତ ହୋଇଥିଲେ ମଧ୍ୟ କୋର୍ଟ ନିର୍ଦେଶ ବବଳରେ ଏହା ଚାଲୁଅଛି । ଚାନ୍ଦପୁରରେ ଚାଲୁଥିବା ବସନ୍ତ ମଂଜରୀ ଡାକ୍ତରଖାନାର ଅଲଟ୍ରାସାଉଣ୍ଡ୍ ବିଭାଗରେ ଡା. ସ୍ୱାଗତିକା ମାଡାମଙ୍କୁ ଦାୟିତ୍ୱରେ ରଖି ସୂଚାରୁରୂପେ ଅଲଟ୍ରାସାଉଣ୍ଡ୍ ଚଳାଇବା ନିମନ୍ତେ ଜିଲ୍ଲାପାଳ ଡା. ଟୁଡୁ ନିର୍ଦ୍ଦେଶ ଦେଇଥିଲେ । ଅଲଟ୍ରାସାଉଣ୍ଡ୍ କ୍ଲିନିକର ସମସ୍ତ ପଂଜୀକରଣ ଅନ୍ଲାଇନରେ www.pndtorissa.gov.in ମାଧ୍ୟମରେ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶ ଅନୁସାରେ କରିବା ପାଇଁ ନିଷ୍ପତି ହୋଇଥିଲା । ସନ୍ଆପୋଲୋ ଡାଇଗ୍ନୋଷ୍ଟିକ ଅଲଟ୍ରାସାଉଣ୍ଡ୍ କ୍ଲିନିକ୍ର ପୁନଃ ନବୀକରଣ ଅନଲାଇନ୍ ଦରଖାସ୍ତକୁ ଅନୁମୋଦନ କରାଯାଇଥିଲା ।ନୟାଗଡ଼ ଜିଲ୍ଲାରେ ଗତ ଜନଗଣନା ଠାରୁ ବର୍ତମାନ ପର୍ଯ୍ୟନ୍ତ ଜନ୍ମିତ କନ୍ୟା ଶିଶୁ ସଂଖ୍ୟାର ଅନୁପାତ ହାର ରାଜ୍ୟସ୍ତର ଠାରୁ ବହୁତ କମ ହୋଇଥିବାରୁ ସଭାସଦ୍ମାନେ ଉଦବେଗ ପ୍ରକାଶ କରିଥିଲେ । ଅଲଟ୍ରାସାଉଣ୍ଡ୍ କ୍ଲିନିକର ମାଲିକମାନେ କ୍ଲିନିକର ସମସ୍ତ ଦସ୍ତାବିଜ୍କୁ ସାଇତି ରଖିବା ଓ ଉଦ୍ଦିଷ୍ଟ ପ୍ରୋଫର୍ମାରେ ପ୍ରତିମାସର ୫ତାରିଖ ସୁଦ୍ଧା କ୍ଲିନିକର ଆନୁସଙ୍ଗିକ ତଥ୍ୟ ଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ଠାରେ ଦାଖଲ କରିବା ନିମନ୍ତେ ନିଷ୍ପତି ନିଆଯାଇଥିଲା । ଏଥିରେ ଅବହେଳା କଲେ ପଂଜୀକରଣ ରଦ୍ଦ କରିବା ପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିଷ୍ପତି ନିଆଯାଇଥିଲା । ଏହି ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ମକରାନନ୍ଦ ବେଉରା ସ୍ୱାଗତ ଭାଷଣ ଦେଇଥିବା ବେଳେ ନିଶ୍ୱାର୍ଥର ସଂପାଦକ ଶ୍ରୀ ଅରୁଣ କୁମାର ମହାନ୍ତି , ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀ ସୁରେନ୍ଦ୍ର କୁମାର ସାହୁ , ଶିଶୁରୋଗ ବିଶେଷଜ୍ଞ ଡା. ଆଶିଷ କୁମାର ଦିକ୍ଷିତ୍, ଭେଷଜ ବିଶେଷଜ୍ଞ ଡା. ଶତୃଘ୍ନ ନାୟକ, ସ୍ତ୍ରୀରୋଗ ବିଶେଷଜ୍ଞ ଡା.ସୁଧାଂଶୁ ଶେଖର ଷଡ଼ଙ୍ଗୀ, ଜିଲ୍ଲା ପରିଚାଳକ(ଆଇନ୍) ଶ୍ରୀ ଅଜିତ କୁମାର ପାଣିଗ୍ରାହୀ, ଉପସହାୟକ ଶ୍ରୀ କିଶୋର ପ୍ରସାଦ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।
Related posts
-
ବ୍ଲକସ୍ତରୀୟ ନିପୁଣ ଓଡ଼ିଶା ମେଳା ଅନୁଷ୍ଠିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ବ୍ଲକ ସ୍ତରୀୟ ନିପୁଣ ଓଡ଼ିଶା ମେଳା-୨୦୨୫ ବ୍ରଜେନ୍ଦ୍ର ହାଇସ୍କୁଲ, ନୟାଗଡ଼ ଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମରୁ ତୃତୀୟ... -
ପଞ୍ଚୁପାଣ୍ଡବ ମହୋତ୍ସବର ଦ୍ଵିତୀୟ ସନ୍ଧ୍ୟାରେ ମନମୋହିଲା ସାନ ବଡ଼ ଘୁଡୁକା ଲୋକନୃତ୍ୟ ଏବଂ ନୂଆଗାଁ ବନ୍ଦନା
February 4, 2025 Jajati Comments Off on ପଞ୍ଚୁପାଣ୍ଡବ ମହୋତ୍ସବର ଦ୍ଵିତୀୟ ସନ୍ଧ୍ୟାରେ ମନମୋହିଲା ସାନ ବଡ଼ ଘୁଡୁକା ଲୋକନୃତ୍ୟ ଏବଂ ନୂଆଗାଁ ବନ୍ଦନାନୂଆଗାଁ, (ନୟାଗଡ଼ ଦର୍ପଣ): ନୂଆଗାଁ ବ୍ଲକର କଳା, ଐତିହ୍ୟ, ସଂସ୍କୃତି ଏବଂ ପରମ୍ପରାକୁ ନେଇ ପଞ୍ଚୁପାଣ୍ଡବ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା-୨୦୨୫ର... -
ନୂଆଗାଁ ବ୍ଲକର କଳା, ଐତିହ୍ୟ, ସଂସ୍କୃତି ଏବଂ ପରମ୍ପରାକୁ ନେଇ ପଞ୍ଚୁପାଣ୍ଡବ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା
February 3, 2025 Jajati Comments Off on ନୂଆଗାଁ ବ୍ଲକର କଳା, ଐତିହ୍ୟ, ସଂସ୍କୃତି ଏବଂ ପରମ୍ପରାକୁ ନେଇ ପଞ୍ଚୁପାଣ୍ଡବ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳାନୂଆଗାଁ,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକର କଳା, ଐତିହ୍ୟ, ସଂସ୍କୃତି ଏବଂ ପରମ୍ପରାକୁ ନେଇ ପଞ୍ଚୁପାଣ୍ଡବ ମହୋତ୍ସବ ଓ ପଲ୍ଲିଶ୍ରୀ...