ନୟାଗଡ଼,(ନୟାଗଡ଼ ଦର୍ପଣ/୧୩.୦୩): ଅଲ ଓଡିଶା ଚେସ ଆସୋସିଏସନ ଦ୍ୱାରା ପରିଚାଳିତ ତଥା ନୟାଗଡ଼ ଜିଲ୍ଲା ଚେସ ଆସୋସିଏସନ ଓ କେ.ସି. କ୍ଲବ ଦ୍ୱାରା ଆୟୋଜିତ ଜିଲ୍ଲାସ୍ତରୀୟ ଚେସ୍ ଟୁର୍ଣ୍ଣାମେଣ୍ଟ ସ୍ଥାନୀୟ କେସି କ୍ଲବ ସଭାଗୃହରେ ଆଜି ଉଦଯାପିତ ହୋଇଯାଇଛି। ସ୍ୱିସ ପଏଣ୍ଟ ମାଧ୍ୟମରେ ଖେଳାଯାଇଥିବା ଏହି ପ୍ରତିଯୋଗିତାରେ ମୋଟ ୨୬ ଜଣ ପ୍ରତିଯୋଗୀଙ୍କ ମଧ୍ୟରେ ସର୍ବାଧିକ ୬ ପଏଣ୍ଟ ଅର୍ଜନ କରି ଓଡ଼ଗାଁର ଜିତେନ୍ଦ୍ର ଦାସ ଚାମ୍ପିଅନ ହୋଇଥିବା ବେଳେ ୪.୫ ପଏଣ୍ଟ ପାଇ ଦେଉଳ ପଲ୍ଲୀର ଜୟପ୍ରକାଶ ବୈରିଗଞ୍ଜନ ଦ୍ଵିତୀୟ ସ୍ଥାନ ଅଧିକାର କରିଛନ୍ତି। ସେହିପରି ଦଶପଲ୍ଲା ଜାନିସାହିର ବାଲାରସେନ ପାତ୍ର ୪.୫ ପାଇ ୩ୟ ସ୍ଥାନ ହାସଲ କରିଛନ୍ତି।
ଉଦଯାପନୀ ଉତ୍ସବରେ ଯୋଗଦେଇ ମୁଖ୍ୟ ଅତିଥି ସତ୍ୟନାରାୟଣ ଶତପଥି, ଅନ୍ୟତମ ଅଥିତି କେସି କ୍ଲବର ସମ୍ପାଦକ ପ୍ରଭାତ ସାହୁ, ଜିଲ୍ଲା ଚେସ ଆସୋଏସନ ସଭାପତି ଚିତ୍ତରଂଜନ ତ୍ରିପାଠୀ, ସଂପାଦକ ସ୍ୱଦେଶ ରଥ ବିଜେତା ମାନଙ୍କୁ ଟ୍ରଫି ସହ ନଗଦ ପୁରସ୍କାର ପ୍ରଦାନ କରିଥିଲେ। ଉପସ୍ଥିତ ଥିବା ଅନ୍ୟତମ ସଦସ୍ୟ ଗୋରାଚାନ୍ଦ ମିଶ୍ର, ରାମଚନ୍ଦ୍ର ବେହେରା, ଆଲୋକ ଦାଶଙ୍କ ସମେତ ଆୟୋଜକ ଧିରେନ ପଟ୍ଟନାୟକ ଓ ଲକ୍ଷ୍ମୀଧର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଓସିଏ ସ୍ୱୀକୃତି ପ୍ରାପ୍ତ ଆର୍ବିଟର ସନ୍ତୋଷ ମହାପାତ୍ର ମ୍ୟାଚ ପରିଚାଳନା କରିଥିଲେ ।