ନୟାଗଡ଼,(ନୟାଗଡ଼ ଦର୍ପଣ): ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ସଂଗୀତ ନାଟକ ଏକାଡେ଼ମୀ, ପୂର୍ବାଞ୍ଚଳ ସାଂସ୍କୃତିକ କେନ୍ଦ୍ର କୋଲକାତା ତଥା ଓଡ଼ିଶା ନାଟ୍ୟ ସଂଘର ମିଳିତ ଆନୁକୂଲ୍ୟରେ ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପ ଠାରେ ଅନୁଷ୍ଠିତ ହୋଇଥିବା ଜାତୀୟ ନାଟ୍ୟ ଉତ୍ସବ ପୂର୍ବ ରଂଗ ର ଉଦଯାପନୀ ସଂଧ୍ୟାରେ ଉନ୍ମୋଚିତ ହୋଇଯାଇଛି ଓଡ଼ିଶାର ୫ ଜଣ ନାଟ୍ୟକାରଙ୍କ ନାଟକ ଗ୍ରନ୍ଥାବଳୀ ‘ ନାଟକ ସମଗ୍ର ‘। ଏହି କାର୍ଯ୍ୟକ୍ରମରେ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ରଜଂନ କୁମାର ଦାସ, ସଂଗୀତ ନାଟକ ଏକାଡେ଼ମୀ ସଭପତି ଅରୁଣା ମହାନ୍ତି,ସଚିବ ପ୍ରବୋଧ କୁମାର ରଥ, ଉପସଭାପତି ମନ୍ମଥ ଶତପଥୀ, ନାଟ୍ୟ ସଂଘର ସଭାପତି ହରେନ ସାହୁଙ୍କ ସହ ପାଞ୍ଚ ଜଣ ନାଟ୍ୟକାର ଉପସ୍ଥିତ ରହି ନାଟକ ସମଗ୍ର ର ଉନ୍ମୋଚନ କରିଥିଲେ।ନାଟକ ସମଗ୍ର ରେ ନୟାଗଡ଼ର ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ଓ ନାଟ୍ୟକାର ଶରତ ଚନ୍ଦ୍ର ଆଚାର୍ଯ୍ୟ ଙ୍କ ନାଟକ ‘ ଓଡଶ’ ସ୍ଥାନିତ ହୋଇଅଛି। ପ୍ରକାଶଯୋଗ୍ୟ ଯେ ଶ୍ରୀ ଆଚାର୍ଯ୍ୟଙ୍କ ଚର୍ଚ୍ଚିତ ନାଟକ ପଥର ଉଭୟ ଓଡ଼ିଆ ଓ ହିନ୍ଦୀ ଭାଷାରେ ଓଡ଼ିଶାର ବିଭିନ୍ନ ମଂଚ ତଥା ପ୍ରବାସୀ ଓଡ଼ିଆଙ୍କ ଦ୍ୱାରା ଆମେରିକାର ମିଚିଗାନ୍ ରେ ଅଭିନୀତ ହୋଇ ବିପୁଳ ଦର୍ଶକୀୟ ଆଦୃତି ପାଇବାପରେ ପୁସ୍ତକ ଭାବେ ପ୍ରକାଶିତ ହୋଇ ଯଥେଷ୍ଟ ପାଠକୀୟ ଶ୍ରଦ୍ଧା ଲାଭ କରିପାରିଛି। ନାଟ୍ୟକାରଙ୍କ ରଚିତ ହିନ୍ଦୀ ନାଟକ ‘ଆଇନା ‘ନୟାଗଡ଼ ପ୍ରଜାମଣ୍ଡଳ ମହିଳା ମହାବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ୱାରା ରାଜ୍ୟ ଯୁବ ଉତ୍ସବରେ ଅଭିନୀତ ହୋଇ ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିବା ସହ ଜାତୀୟସ୍ତରରେ ପ୍ରଦର୍ଶନ ପାଇଁ ଯୋଗ୍ୟ ବିବେଚିତ ହୋଇଥିଲା। ସଂପ୍ରତି ନାଟକ ଓଡଶ ପ୍ରଥମେ ଭୁବନେଶ୍ଵରର ଜୀବନରେଖା ଅନୁଷ୍ଠାନ ତରଫରୁ ବିଶିଷ୍ଟ ନିର୍ଦ୍ଦେଶକ ପବିତ୍ର ମହାନ୍ତି ଙ୍କ ନିର୍ଦ୍ଦେଶନାରେ ରବୀନ୍ଦ୍ର ମଣ୍ଡପ ଠାରେ ମଞ୍ଚସ୍ଥ ହୋଇ ବେଶ୍ ଚର୍ଚ୍ଚିତ ହୋଇଥିଲା। ଏହି ପୁସ୍ତକ ଉନ୍ମୋଚନ ଉତ୍ସବରେ ଓଡ଼ିଶାର ୫ ଜଣ ନାଟ୍ୟକାରଙ୍କୁ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଉତ୍ତରୀୟ ଓ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରିଥିଲେ।
Related posts
-
ପଞ୍ଚୁପାଣ୍ଡବ ମହୋତ୍ସବର ଦ୍ଵିତୀୟ ସନ୍ଧ୍ୟାରେ ମନମୋହିଲା ସାନ ବଡ଼ ଘୁଡୁକା ଲୋକନୃତ୍ୟ ଏବଂ ନୂଆଗାଁ ବନ୍ଦନା
ନୂଆଗାଁ, (ନୟାଗଡ଼ ଦର୍ପଣ): ନୂଆଗାଁ ବ୍ଲକର କଳା, ଐତିହ୍ୟ, ସଂସ୍କୃତି ଏବଂ ପରମ୍ପରାକୁ ନେଇ ପଞ୍ଚୁପାଣ୍ଡବ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା-୨୦୨୫ର... -
ନୂଆଗାଁ ବ୍ଲକର କଳା, ଐତିହ୍ୟ, ସଂସ୍କୃତି ଏବଂ ପରମ୍ପରାକୁ ନେଇ ପଞ୍ଚୁପାଣ୍ଡବ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା
ନୂଆଗାଁ,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକର କଳା, ଐତିହ୍ୟ, ସଂସ୍କୃତି ଏବଂ ପରମ୍ପରାକୁ ନେଇ ପଞ୍ଚୁପାଣ୍ଡବ ମହୋତ୍ସବ ଓ ପଲ୍ଲିଶ୍ରୀ... -
ସାମ୍ବାଦିକ ଭବନ ସଭାଗୃହ ପ୍ରତିଷ୍ଠା
ନୟାଗଡ଼,(ନୟାଗଡ଼ ଦର୍ପଣ): ପବିତ୍ର ଶ୍ରୀ ପଞ୍ଚମୀ ଅବସରରେ ଆଜି ନୟାଗଡ଼ ସାମ୍ବାଦିକ ଭବନ ସଭାଗୃହ ପ୍ରତିଷ୍ଠା କରାଯାଇଛି । ସଭାପତି ବୈଦ୍ୟ...