ନୟାଗଡ଼,(ନୟାଗଡ଼ ଦର୍ପଣ/୧୦.୦୩): ସମୟରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ନୟାଗଡ଼ର ଗ୍ରାମୀଣ ଆତ୍ମ ନିଯୁକ୍ତି ତାଲିମ ପ୍ରତିଷ୍ଠାନ(RSETI) ଆନୁକୂଲ୍ୟରେ ଏକ ଆଡ୍ଭାଇଜରି କମିଟି ମିଟିଙ୍ଗ୍ ଜିଲ୍ଲାପାଳ ଡା. ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ମିନି ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଷ୍ଠାନରେ ୨୦୨୧-୨୨ ଆର୍ଥିକ ବର୍ଷର ୩ୟ ତ୍ରୈୟ ମାସରେ ୯ଟି ଟ୍ରେନିଂ ପ୍ରୋଗ୍ରାମ କରାଯାଇଥରଲା । ସେଥିରେ ୨୪୨ଜଣ ଆର୍ଥିକ ଅନଗ୍ରସର ଶ୍ରେଣୀର, ୯ଜଣ ହରିଜନ ଓ ଆଦିବାସୀ ଶ୍ରେଣୀର ଅନ୍ତର୍ଭୁକ୍ତ ଥିଲେ । ଏହାପରେ ୪ର୍ଥ ତ୍ରୈୟ ମାସର ଯୋଜନା ଉପରେ ଆଲୋଚନା କରାଯାଇଥିଲା।
ଏହି ଆଲୋଚନାରେ କିନ୍ନର ଏବଂ ୧୮ ରୁ ୪୫ବର୍ଷ ବୟସର ଜେଲ ଅନ୍ତେବାସୀମାନଙ୍କ ଆତ୍ମ ନିର୍ଭରଶୀଳ ଉପରେ ଜିଲ୍ଲାପାଳ ଡା. ଟୁଡୁ ବିଶେଷ ଗୁରୁତ୍ୱ ଦେଇଥିଲେ । ଜେଲ ଅନ୍ତେବାସୀମାନଙ୍କୁ ଛତୁଚାଷ ତାଲିମ ଏବଂ କିନ୍ନରମାନଙ୍କୁ ବିୟୁଟି ପାର୍ଲର ତାଲିମ ଦିଆଯାଇ ସେମାନଙ୍କୁ ଆତ୍ମନିର୍ଭରଶୀଳ କରାଯିବା ପାଇଁ ନିଷ୍ପତି ହୋଇଥିଲା ।
ଏଥିରେ ଉଦ୍ୟାନକୃଷି ବିଭାଗ, ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଏବଂ କୃଷି ବିଜ୍ଞାନ କେନ୍ଦ୍ର, ନୟାଗଡ଼ଙ୍କ ମିଳିତ ସହଯୋଗରେ ଉପରୋକ୍ତ କାର୍ଯ୍ୟ କରାଯିବ । ଏହି ସଭାରେ ଆଡ୍ଭାଇଜରି କମିଟିର ଉପାଧ୍ୟକ୍ଷ ଶ୍ରୀ ସୁବାସ ଚନ୍ଦ୍ର ରାୟ, RSETI ନିର୍ଦ୍ଦେଶକ ଶ୍ରୀ ମନୋଜ କୁମାର ସ୍ୱାଇଁ, ଅଗ୍ରଣୀ ବ୍ୟାଙ୍କର ପରିଚାଳକ ଶ୍ରୀ ଶଶିଶେଖର ପଟ୍ଟନାୟକ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀ ସୁରେନ୍ଦ୍ର କୁମାର ସାହୁ, DPM,OLM ଶ୍ରୀ ସଂଜୟ କୁମାର ମହାପାତ୍ର, କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଡ. ଲତା ମଲ୍ଲିକ, IPO,DIC ଶ୍ରୀ ଆର.କେ.ସୁବୁଦ୍ଧି, Executive Assistant, ORMAS ଶ୍ରୀ ନଟବର ସ୍ୱାଇଁ, ନୟାଗଡ଼ ଶିଳ୍ପ ତାଲିମ କେନ୍ଦ୍ରର ଶ୍ରୀ ଅନୁଜ କୁମାର ରାଉତରାୟ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ ।