“ସୋହମ” ପରିସରରେ ୭ମ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ

ନୟାଗଡ଼: ନୟାଗଡ଼ର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ “ସୋହମ” କାର୍ଯ୍ୟାଳୟ ପରିସରରେ ୭ମ ଆନ୍ତର୍ଜାତିକ ଯୋଗ ଦିବସ ଅନୁଷ୍ଠାନର ଉପ-ସଭାପତି ଶ୍ରୀଯୁକ୍ତ ଅନାଦି ଚରଣ ମହାନ୍ତିଙ୍କ ସଭାପତିତ୍ତ୍ୱରେ, ସମ୍ପାଦକ ଶ୍ରୀ କାମାକ୍ଷା ପ୍ରସାଦ ଦାଶଙ୍କ ସଂଯୋଜନାରେ ପାଳିତ ହୋଇଯାଇଅଛି । ଏହି ଉତ୍ସବରେ ଯୋଗ ପ୍ରଶିକ୍ଷକ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ଶତପଥି ଅନୁଷ୍ଠାନର ସଦସ୍ୟ ମାନଙ୍କୁ ପ୍ରାୟୋଗିକ ଯୋଗ ଶିକ୍ଷା ଦେଇଥିଲେ । ସଦସ୍ୟମାନେ ପବନ ମୁକ୍ତାସନ, ସୂର୍ଯ୍ୟନମସ୍କାର ଓ ପ୍ରାଣୟମ ଅଭ୍ୟାସ କରିଥିଲେ । ଏହାପରେ ଦର୍ଶନ ଅଧ୍ୟାପକ ଶ୍ରୀଯୁକ୍ତ ବିଜୟାନନ୍ଦ ଶତପଥି ଯୋଗ ଦର୍ଶନର ଅଷ୍ଠାଙ୍ଗ ଯୋଗ ସମ୍ବନ୍ଧରେ ବିସ୍ତୃତ ଭାବେ ଆଲୋକପାତ କରିଥିଲେ। ପରିଶେଷରେ ଯୋଗ ସମ୍ବନ୍ଧୀୟ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ହୋଇଥିଲା । ଏଥିରେ ଅନୁଷ୍ଠାନର ଶ୍ରୀ ରଘୁନାଥ ଦାଶ, ନରେନ୍ଦ୍ର କୁମାର ବେହେରା, ଶିବପ୍ରସାଦ ସାହୁ, ହରପ୍ରସାଦ ତ୍ରିପାଠୀ ଓ ଚରଣ ଗୁରୁ…

Read More

ବିପୁଳ ପରିମାଣରେ ଦେଶୀ ମଦ ଜବତ, ଦୁଇ ଗିରଫ

ନୟାଗଡ଼,(ନୟାଗଡ଼ ଦର୍ପଣ): ପୁଲିସକୁ ଚକମା ଦେଉଥିବା ଦୁଇ ଚୋରା ମଦ ବ୍ୟବସାୟୀ ଗିରଫ। ଦୀର୍ଘ ଦିନ ଧରି ଖଣ୍ଡପଡ଼ା ପୁଲିସକୁ ଚକମା ଦେଇଆସୁଥିବା ମଦ ବ୍ୟବସାୟୀ ବର୍ତ୍ତମାନ ନୟାଗଡ଼ ସଦରଥାନା ପୁଲିସ ହାତରେ ଧରାପଡ଼ିଛନ୍ତି। ଦେଶୀ ମଦ ପାଉଚ ନେଇ ବ୍ୟବସାୟୀମାନଙ୍କୁ ଦେବାକୁ ଯାଉଥିବା ସମୟରେ ୨ଜଣଙ୍କୁ କାବୁ କରିଥିଲା ସଦର ଥାନା ପୁଲିସ୍ । ପୁଲିସ୍ ଏହି ମାମଲାରେ ୨ଜଣଙ୍କୁ ଗିରଫ କରିଥିବା ବେଳେ ଗୋଟିଏ ମୋଟର ସାଇକେଲ ଜବତ କରିଛି । ସୂଚନାନୁସାରେ, ଖଣ୍ଡପଡ଼ା ଥାନା ଅଧିନରେ ଥିବା ଯୋଗିଆପଲ୍ଲୀ ଗାଁର ଏହି ଦୁଇବ୍ୟକ୍ତି ବହୁ ଦିନ ଧରି ଚୋରାରେ ମଦ ବ୍ୟବସାୟ କରିଆସୁଥିଲେ । ପୁଲିସ ଚଢ଼ାଉ କରିବା ପାଇଁ ଯିବାବେଳେ ପୂର୍ବ ସୂଚନା ପାଇ ଚତୁରତାର ସହ ପୁଲିସକୁ ଚକମା ଦେଇ ଖସି ଯାଉଥିଲେ । ରବିବାର ସଟଡାଉନ ଥିବାବେଳେ ବିଳମ୍ବିତ…

Read More

ନୟାଗଡ଼ ମୁନିସପାଲିଟିର ବିଭିନ୍ନ ୱାର୍ଡ ବୁଲି ଲୋକଙ୍କ ସମସ୍ୟା ବୁଝିଲେ ମନ୍ତ୍ରୀ

ନୟାଗଡ଼: ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଆଜି ନୟାଗଡ଼ ମୁନିସପାଲିଟିର ବିଭିନ୍ନ ୱାର୍ଡ଼ ବୁଲି ଲୋକଙ୍କୁ କରୋନା ସମ୍ବଦ୍ଧରେ ସଚେତନ କରିବା ସହ ସେମାନଙ୍କ ସୁବିଧା ଅସୁବିଧା ବିଷୟରେ ପଚାରି ବୁଝିଛନ୍ତି। ସହରର ବିକାଶ ପାଇଁ ସାଧାରଣ ଲୋକଙ୍କ ଆବଶ୍ୟକତା ଏବଂ ମୈାଳିକ ସୁବିଧା ପ୍ରତି ପ୍ରାଧାନ୍ୟ ଦିଆଯିବ ବୋଲି ମନ୍ତ୍ରୀ ପ୍ରତିଶୃତି ଦେଇଛନ୍ତି । ବୁଲିବା ସମୟରେ ବରିଷ୍ଠ ନାଗରିକମାନଙ୍କ ପରାମର୍ଶକୁ ମଧ୍ୟ ସହୃଦୟତାର ସହ ଶୁଣୁଥିଲେ ଏବଂ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ତୁରନ୍ତ ଗ୍ରହଣ କରିବାକୁ ଉପସ୍ଥିତ ମୁନିସିପାଲିଟିର ଅଧିକାରୀଙ୍କୁ ନିର୍ଦ୍ଦେଶ ମଧ୍ୟ ଦେଉଥିଲେ। ଏଥିସହିତ ବିଗତ ଦିନରେ ପୈାରାଞ୍ଚଳ ଦ୍ୱାରା କରାଯାଇଥିବା ଉନ୍ନତି ମୂଳକ କାର୍ଯ୍ୟର ସମୀକ୍ଷା ଏବଂ ତଦାରଖ କରିଛନ୍ତି । ମନ୍ତ୍ରୀଙ୍କ ସହ ପୈାରନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନା, ପୂର୍ବତନ ନଗରପାଳ ଗୁରୁପ୍ରସାଦ ଜେନା…

Read More

ସଟଡାଉନରେ ଚାଲିଥିଲା ବେପାର ପହଞ୍ଚିଗଲେ ପୁଲିସ ଏବଂ ତହସିଲଦାର

ନୟାଗଡ଼: ନୟାଗଡ଼ ଜିଲ୍ଲାରେ କରୋନା ସଂକ୍ରମଣ କମୁ ନଥିବା ବେଳେ ସରକାରଙ୍କ କୋଭିଡ ନିୟମ ପାଳନ କରୁନଥିବା ଅମାନିଆଙ୍କ ସଂଖ୍ୟା ବୃଦ୍ଧି ପାଉଛି । ସରକାର ଜାରି କରିଥିବା ସପ୍ତାହନ୍ତ ସଟଡାଉନ ଶନିବାର ଓ ରବିବାରରେ ମଧ୍ୟ ନୟାଗଡ଼ ଉପକଣ୍ଠ ସିନ୍ଦୁରିଆରେ କିଛି ଅମାନିଆ ମାଛ ଓ ମାଂସ ଦୋକାନ ଖୋଲି ବେଧଡ଼କ ବେପାର କରୁଥିଲେ । ବିଶ୍ୱସ୍ତ ସୂତ୍ରରୁ ଖବରପାଇ ନୟାଗଡ଼ ତହସିଲଦାର ଭିକାରୀ ସାହୁ ଏବଂ ଟାଉନଥାନା ପୁଲିସ ଚଢ଼ାଉ କରିଥିବା ଜଣାଯାଇଛି । ସିନ୍ଦୁରିଆର ବିଭିନ୍ନ ଦୋକାନଙ୍କଠାରୁ ୩୬ଶହ ଟଙ୍କା ଜୋରିମାନା ଆଦାୟ କରିଛି । ସେହିଭଳି ଭାବେ ଇଟାମାଟିରେ ରଘୁନାଥ ଟିୟୁଟୋରିଆଲକୁ ୨ହଜାର ଏବଂ ଆଉ ଏକ ରାସନ ଦୋକାନୀଙ୍କଠାରୁ ୧ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଥିବା ସୂଚନା ମିଳିଛି ।

Read More

ନୟାଗଡ଼ ମୁଖ୍ୟ ଚିକିତ୍ସାଳୟରେ ୬ ଶଯ୍ୟା ବିଶିଷ୍ଟ ଆଇ.ସି.ୟୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ନୟାଗଡ଼: ନୟାଗଡ଼ ଜିଲ୍ଲା ପାଇଁ ଏକ ଖୁସି ଖବର। ଜନ ସାଧାରଣଙ୍କ ସେବା ନିମନ୍ତେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୬ଶଯ୍ୟା ବିଶିଷ୍ଟ ଆଇ.ସି.ୟୁ ବ୍ୟବସ୍ଥାର ଶୁଭ ଉଦଘାଟନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦ୍ୱାରା କରାପଯାଇଛି । ଏଥିସହିତ ଚାନ୍ଦପୁର ବସନ୍ତ ମଞ୍ଜରୀ ଡାକ୍ତରଖାନାରେ ଚାପ ଅବଶୋଷଣ ପ୍ରଣାଳୀରେ ମେଡିକାଲ ଅକ୍ସିଜେନ ଉତ୍ପାଦନ ଏବଂ ବଣ୍ଟନ ବ୍ୟବସ୍ଥାର ଭିତ୍ତି ରଖାଯାଇଛି । ଆଜି ଭର୍ଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବା ସହ ଶିଳାନ୍ୟାସ କରିଥିଲେ । ନୟାଗଡ଼ ବିଧାୟକ ତଥା ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତି କରଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ.ଅରୁଣ କୁମାର ସାହୁ ଉପସ୍ଥିତ ରହିଥିଲେ । ଏଥି ସହିତ ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ ମଧ୍ୟ ଯୋଗଦେଇଥିଲେ । ଏହି ଅବସରରେ…

Read More

ଡିଜିଟାଲ ପ୍ଲାଟଫର୍ମରେ ଫକୀରମୋହନ ସେନାପତିଙ୍କ ଶ୍ରାଦ୍ଧ ଦିବସ ପାଳିତ

ନୟାଗଡ଼:- (ନୟାଗଡ଼ ଦର୍ପଣ) ଆଧୁନିକ ଗଳ୍ପ ଓ ଉପନ୍ୟାସର ଏଯାବତ୍ ଅପ୍ରତିଦ୍ୱନ୍ଦୀ ସମ୍ରାଟ ଫକୀରମୋହନ ସେନାପତିଙ୍କ ଶ୍ରାଦ୍ଧ ଦିବସ ନୟାଗଡ଼ର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ତଥାସ୍ତୁ ଆନୂକୂଲ୍ୟରେ ଭର୍ଚୁଆଲ ଦ୍ୱାରା ଆୟୋଜିତ ହୋଇଅଛି। ଓଡ଼ିଆ ଭାଷା ସାହିତ୍ୟର ଉନ୍ନତି, ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଆଦି କ୍ଷେତ୍ରରେ ଫକୀର ମୋହନ ସେନାପତିଙ୍କ ଅବଦାନ ଓଡ଼ିଆ ଜାତି ପାଇଁ ଅବିସ୍ମରଣୀୟ ବୋଲି ବକ୍ତାମାନେ ମତପ୍ରକାଶ କରିଥିଲେ। ତଥାସ୍ତୁର ସଭାପତି ବସିରନ୍ ବିବିଙ୍କ ଅଧ୍ୟକ୍ଷତାରେ ଏବଂ ସଂପାଦକ ଶରତ ଆଚାର୍ଯ୍ୟଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନୟାଗଡର ସଂସ୍କୃତି ପୁରଷ ପ୍ରଦୀପ୍ତ କୁମାର ପଟ୍ଟନାୟକ ମୁଖ୍ୟ ଅତିଥି ତଥା କବି, କଥାକାର, ସ୍ତମ୍ଭକାର ଶତ୍ରୁଜିତ୍ ସମ୍ମାନିତ ବକ୍ତା ଭାବେ ଫକୀରମୋହନ ସେନାପତିଙ୍କ ସାହିତ୍ୟ,ଜୀବନୀ ଉପରେ ବିସ୍ତୃତ ଆଲୋଚନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ହୃଷୀକେଶ ଦାଶ, ସୁଧୀର ମହାପାତ୍ର, ଶରତ ଚନ୍ଦ୍ର…

Read More

ନୟାଗଡ଼ର ଗର୍ବ ଓ ଗୌରବ ପଦ୍ମଶ୍ରୀ ରାଧାମୋହନଙ୍କ ପରଲୋକ

ନୟାଗଡ଼/ଓଡ଼ଗାଁ: (ନୟାଗଡ଼ ଦର୍ପଣ) ପଦ୍ମଶ୍ରୀ ରାଧାମୋହନଙ୍କ ପରଲୋକ ଘଟିଛି । ଭୁବନେଶ୍ବର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି । ଗତକାଲି ରାତିରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ସମ୍ଭବ ସ୍ବେଛାସେବୀ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ବିଶ୍ବର ଜଣେ ଆଗଧାଡିର ପରିବେଶ ବିତ ପଦ୍ମଶ୍ରୀ ପ୍ରଫେସର ରାଧାମୋହନ । ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ରଙ୍ଗଣୀପାଟଣା ଗ୍ରାମର ପ୍ରଫେସର ରାଧାମୋହନ ଏବଂ ତାଙ୍କ ଝିଅ ସାବରମତୀଙ୍କୁ ଗତବର୍ଷ ପଦ୍ମଶ୍ରୀ ସମ୍ମାନ ମିଳିଥିଲା । ସେ ଏକ ଟାଙ୍ଗରା ଭୂମୀରେ ସୁନାର ଫସଲ ଫଳାଇ ଚର୍ଚ୍ଚାକୁ ଆସିଥିଲେ । ୧୯୮୯ ମସିହାରେ ଓଡ଼ଗାଁ ବ୍ଲକ ରୋହିବାଙ୍କ ଅଞ୍ଚଳର ଏକର ଏକର ଚାଷ ଜମି ଅନୂର୍ବର ହୋଇ ପଡ଼ି ରହିଥିଲା । ଏହି ଜମି ସବୁ ପାଣି ଅଭାବରୁ ଟାଙ୍ଗରା ପାଲଟିଥିଲା । ଲୋକମାନେ…

Read More

ସମାଜସେବୀଙ୍କ ଦ୍ଵାରା ବୃଦ୍ଧାଶ୍ରମ ସମର୍ପଣକୁ ୧ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ

ନୟାଗଡ଼ ସହର ଡିଆରଡିଏ ରୋଡ଼ରେ ଥିବା ବୃଦ୍ଧାଶ୍ରମ ସମର୍ପଣକୁ ୧ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି। ଏହି ସହାୟତା ରାଶିକୁ ନୟାଗଡ଼ର ବିଶିଷ୍ଟ ସମାଜସେବୀ ପୂର୍ଣ୍ଣଚନ୍ଦ୍ର ନାୟକ ୪୦ ହଜାର, ବ୍ଲକ ଉପାଧ୍ୟକ୍ଷ ସୁବାସ କଅଁର ୩୦ ହଜାର, ନୟାଗଡ଼ ମୁନିସପାଲଟିର ପୂର୍ବତନ ନଗରପାଳ ଗୁରୁପ୍ରସାଦ ଜେନା ୩୦ ହଜାର ଟଙ୍କା ଚେକ ପ୍ରଦାନ କରିଛନ୍ତି । “ସମର୍ପଣ” ପରିଚାଳନା କମିଟିର ପ୍ରମୋଦ ପଟ୍ଟନାୟକ, ଅରୁଣ ମହାନ୍ତି ଏବଂ ଶ୍ରୀଧର ସାହୁ ଉପସ୍ଥିତ ରହି ଏହି ସହାୟତା ରାଶିକୁ ଗ୍ରହଣ କରିବା ସହ ଏହି ଅର୍ଥ “ବୃଦ୍ଧାଶ୍ରମ”ର ପରିଚାଳନା ଏବଂ ଉନ୍ନତି କରଣ କାର୍ଯ୍ୟରେ ବିନିଯୋଗ ହେବ ବୋଲି କହିଛନ୍ତି।

Read More

ନୟାଗଡ଼ ଜିଲ୍ଲାର ଗର୍ବ ଓ ଗୌରବ ସୂର୍ଯ୍ୟ ସିଦ୍ଧାନ୍ତ ରଥ

ନୟାଗଡ଼: (ନୟାଗଡ଼ ଦର୍ପଣ) ନୟାଗଡ଼ ସହରର ଛାୟାପଥ ଲେନରେ ରହୁଥିବା ଦୂରଦୁରା ଗ୍ରାମର ଶ୍ରୀଯୁକ୍ତ ନିରଞ୍ଜନ ରଥଙ୍କ ସୁପୁତ୍ର ତଥା ନୟାଗଡ଼ ଜିଲ୍ଲାର ଗର୍ବ ଓ ଗୌରବ ସୂର୍ଯ୍ୟ ସିଦ୍ଧାନ୍ତ ରଥ ପିଏଚଡି ଗବେଷଣା ପାଇଁ ( phD) ରାଜ୍ୟ ସରକାରଙ୍କ ବିଜ୍ଞାନ ଓ ବୈଷୟିକ ବିଭାଗ ଦ୍ୱାରା ୨୦-୨୧ବର୍ଷ ପାଇଁ ବିଜୁ ପଟ୍ଟନାୟକ ରିସର୍ଚ୍ଚ ଫେଲୋ ପୁରସ୍କାର ପାଇବା ନିମନ୍ତେ ଯୋଗ୍ୟ ବିବେଚିତ ହୋଇ ଜିଲ୍ଳା ପାଇଁ ଗର୍ବ ଆଣିଛନ୍ତି। ପିଲାଟି ଦିନରୁ ଜଣେ ମୋଧାବି ଛାତ୍ର ଭାବେ ବିଭିନ୍ନ କ୍ଷେତ୍ରରେ ନିଜର ପାରଦର୍ଶିତା ଦେଖାଇଥିବା ଶ୍ରୀମାନ ରଥଙ୍କ ଏହି ସଫଳତା ନିଶ୍ଚୟ ଅନ୍ୟ ମାନଙ୍କ ପ୍ରେରଣା ହେବ। ‘ନୟାଗଡ଼ ଦର୍ପଣ’ ତାଙ୍କର ଉଜ୍ବଳ ଭବିଷ୍ୟତ କାମନା କରୁଛି।

Read More

ଯାହାର କେହି ନାହିଁ ତାର ସାହା ଭରସା “ଅନନ୍ୟା”

ନୟାଗଡ଼: (ନୟାଗଡ଼ ଦର୍ପଣ) ନିରବଚ୍ଛିନ୍ନ ଭାବେ ସମାଜସେବା କରି ଆସୁଥିବା ନୟାଗଡ଼ ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ଅନନ୍ୟା ଫାଉଣ୍ଡେସନ’ ପକ୍ଷରୁ ଆଜି ଜନୈକ କୋଭିଡ ସନ୍ଦିଗ୍ଧ ମହିଳାଙ୍କ ଶବ ସତ୍କାର କରି ମାନବୀୟ ଗୁଣର ନିଦର୍ଶନ ସୃଷ୍ଟି କରିଛନ୍ତି। କୋଭିଡ ଭୟରେ ନିଜ ସାଇପଡିଶା ତଥା ବନ୍ଧୁବାନ୍ଧବ ଚାରି କାନ୍ଧ ଦେବା ପାଇଁ ପଛଘୁଞ୍ଚା ଦେଇଥିବା ବେଳେ ଅନନ୍ୟା ଫାଉଣ୍ଡେସନ ଏହି ମହାନ କାର୍ଯ୍ୟ ପାଇଁ ଆଗେଇ ଆସିଥିଲା। ଖବରରୁ ପ୍ରକାଶ ଯେ ନୟାଗଡ଼ ଉପକଣ୍ଠ ଘଡୁଆଳ ଗ୍ରାମର ଦୋଇତ ଦେଈ ନାମ୍ନୀ ଜନୈକ ମହିଳା କିଛି ଦିନ ଜ୍ବରରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇଥିଲେ । କିନ୍ତୁ ଗତକାଲି ରାତିରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା। ମୃତ ଦେହ ଘର ମଧ୍ୟରେ ପଡ଼ି ରହିଥିବା ବେଳେ ଗ୍ରାମବାସୀମାନେ କରୋନା ସନ୍ଦେହରେ ଶବଦାହ କରି ନଥିଲେ…

Read More