ନୟାଗଡ,(୦୪/୦୮):- ନୟାଗଡ଼ ରୋଟାରୀ କ୍ଲବ ପକ୍ଷରୁ “ଓଡ଼ିଆ ସାମ୍ବାଦିକତା ଦିବସ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରୋଟାରୀ କ୍ଲବ ସଭାପତି ଧୀରେନ୍ଦ୍ର ପଟ୍ଟନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ନୟାଗଡ଼ ପୌର ପରିଷଦର ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନା ମୁଖ୍ୟଅତିଥିଭାବେ ଯୋଗ ଦେଇଥିବାବେଳେ ସମାଜସେବୀ ତଥା ବରିଷ୍ଠ ସାମ୍ବାଦିକ ପ୍ରମୋଦ ପଟ୍ଟନାୟକ, ଉତ୍କଳ ସାମ୍ବାଦିକ ସଂଘର ନୟାଗଡ଼ ଜିଲ୍ଲା ସଭାପତି ଶ୍ରୀକାନ୍ତ ଖଟ୍ଟେଇ ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ ତତ ସହିତ ରୋଟାରିଆନ୍ ତଥା ଆଇନଜୀବୀ ରଣଜିତ୍ ଦାସ ଓ ରୋଟାରୀ କ୍ଲବର ସଂପାଦକ ମିହିର ରଂଜନ ନାୟକ ପ୍ରମୁଖ ମଞ୍ଚାସୀନଥିଲେ।ଏହି ଅବସରରେ ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ, ପ୍ରଦୀପ୍ତ ରଥ, ବୈଦ୍ୟ ଭୂଷଣ ମହାପାତ୍ର, ଯଏନ୍ଦ୍ର ବେହେରା ବର୍ତ୍ତମାନ ସମୟରେ ସାମ୍ବାଦିକତା ଏବଂ ସାମ୍ବାଦିକଙ୍କ ଉପରେ ସୁଚିନ୍ତିତ ବକ୍ତବ୍ୟ ରଖିଥିଲେ। ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଜିଲ୍ଲାର ବିଭିନ୍ନ ସମସ୍ତ ପ୍ରିଣ୍ଟ ଓ ବୈଦ୍ୟୁତିକ ଗଣମାଧ୍ୟମର ଜିଲ୍ଲା ପ୍ରତିନିଧିମାନଙ୍କୁ ରୋଟାରୀ କ୍ଲବ ପକ୍ଷରୁ ସାଟିଫିକେଟ ପ୍ରଦାନ କରଯାଇଥିଲା।
ରୋଟାରୀ କ୍ଲବ ଦ୍ଵାରା ‘ଓଡିଆ ସାମ୍ବାଦିକତା ଦିବସ’ କାର୍ଯ୍ୟକ୍ରମ ଅନୁଷ୍ଠିତ
