ରାଜସୁନାଖଳା,(୦୪/୦୮):- ବିଗତ ଦିନରେ ସ୍ୱପ୍ନାଦେଶ ପାଇ ବଡ଼ଠାକୁରଙ୍କ ବିଭିନ୍ନ ବେଶ ନୀତିକାନ୍ତି ସହ, ଘୋଷଯାତ୍ରା ଅବସରରେ ତିନି ଇଞ୍ଚର ତିନିରଥ ନିର୍ମାଣ କରି ସାମାଜିକ ଗଣମାଧ୍ୟମରେ ବେଶ ଚର୍ଚ୍ଚିତ ହୋଇଥିବା ନୟାଗଡ଼ ଜିଲ୍ଲା ରାଜସୁନାଖଳାର କୁନି ଭକ୍ତ ତଥା କୁନି ବଳରାମ ଭାବେ ବେଶ ପରିଚିତ ଶୁଭ୍ରାଂଶୁ ସାହୁ ଆଜି ଇଣ୍ଡିଆ ବୁକ ଅଫ ରେକର୍ଡ ଏବଂ ଏସିଆ ବୁକ ଅଫ ରେକର୍ଡ ପାଇ ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି।ତେବେ ଏ ନେଇ ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳର ବହୁ ବୁଦ୍ଧିଜୀବୀ, ସମାଜସେବୀ ତଥା ଜଗନ୍ନାଥ ପ୍ରେମୀଙ୍କ ପକ୍ଷରୁ ପ୍ରଶଂସାର ସୁଅ ଛୁଟିଛି। ଆଜି ରାଜସୁନାଖଳା ମହୋତ୍ସବ କମିଟିର ଅଧ୍ୟକ୍ଷ ତଥା ଯୁବ ସାମ୍ବାଦିକ ଆର୍ତ୍ତତ୍ରାଣ ପ୍ରଧାନ ଏବଂ ଯୁବ ସମାଜସେବୀ ଚିତରଞ୍ଜନ ପ୍ରଧାନ ଶୁଭ୍ରାଂଶୁଙ୍କୁ ଭେଟି ଶୁଭେଚ୍ଛା ଜଣାଇଛନ୍ତି।
ଇଣ୍ଡିଆ ବୁକଅଫ ରେକର୍ଡ ଓ ଏସିଆ ବୁକଅଫ ରେକର୍ଡ ପାଇଲେ କୁନି ବଳରାମ
