ନୟାଗଡ଼,(୦୫/୦୮):- ୟୁଥ ଫର ଆକ୍ସନ ପକ୍ଷରୁ ବୃକ୍ଷ ରୋପଣ ତଥା ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାରେ ନୂତନ ଭାବରେ ଗଠନ ହୋଇଥିବା ୟୁଥ ଫର ଆକ୍ସନ ନାମକ ସାମାଜିକ ସଂଗଠନର ଯୁବକମାନେ ବଡ଼ ପଣ୍ଡୁସର ଶ୍ରୀ ରଘୁନାଥ ଜୀଉ ସ୍ଵଛ ପରିବେଶ ମିଳିତ ଆନୁକୂଲ୍ୟରେ ପଣ୍ଡୁସର ସ୍ଥିତ ଶିବ ମନ୍ଦିର ପରିସରରେ ବିଭିନ୍ନ ପ୍ରକାର ବୃକ୍ଷ ରୋପଣ କରିବା ସହ ପରିବେଶକୁ ସମ୍ପୂର୍ଣ ପରିଷ୍କାର କରିଥିଲେ। ପରିଶେଷରେ ରାଜ୍ୟ ସଂଯୋଜକ ତଥା ଜିଲ୍ଲା ପ୍ରଭାରୀ ସଞ୍ଜୟ କୁମାର ନାୟକ ଏବଂ ଜିଲ୍ଲା ସଭାପତି ପରମେଶ୍ୱର ସାହୁ ଉଭୟ ପରିବେଶକୁ କିପରି ସଫା ସୁତରା ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱଚ୍ଛ ଭାରତ ମିଶନକୁ ସଫଳ କରିବା ଉପରେ ସଚେତନତା ବାର୍ତ୍ତା ଦେଇଥିଲେ।

ଏହି କାର୍ଯ୍ୟକ୍ରମକୁ ଆଗକୁ ବଢାଇବା ସହିତ ଅସହାୟ, ଗରିବ ଲୋକଙ୍କ ସେବାରେ ପ୍ରତି ମୁହୂର୍ତ୍ତରେ ଛିଡ଼ାହେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଏହି ଅବସରରେ ଜିଲ୍ଲା ଉପ ସଭାପତି ପ୍ରଫୁଲ୍ଲ ଖୁଣ୍ଟିଆ ସାଧାରଣ ସମ୍ପାଦକ ଜୀବନ ଘଡ଼ାଇ, ସୁଜିତ ମନୋହର ଦାସ ପ୍ରମୁଖ ଉପସ୍ଥିତ ରହିବା ସହିତ ରଘୁନାଥ ଜୀଉ ସ୍ବଛ ପରିବେଶ ଗ୍ରୁପ ସଭାପତି ଅପୁରୀ ପ୍ରଧାନ, ସମ୍ପାଦକ ଜୟନ୍ତୀ ପ୍ରଧାନ, ପାର୍ବତୀ ପ୍ରଧାନ, ଶାନ୍ତିଲତା ବିଶ୍ୱାଳ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।