ନୟାଗଡ଼,(୦୫/୦୮):- ଆଜି ନୟାଗଡ ଜିଲ୍ଲା ଭାରତୀୟ ଜନତା ପାର୍ଟିର କିଷାନ ମୋର୍ଚ୍ଚା କମିଟି ଘୋଷଣା କରିଛନ୍ତି ରାଜ୍ୟ କିଷାନ ମୋର୍ଚ୍ଚା ସଭାପତି ଶ୍ରୀଯୁକ୍ତ ପ୍ରଦୀପ ପୁରୋହିତ। ନୟାଗଡ଼ ଜିଲ୍ଲାରେ ଦଳକୁ ସଶକ୍ତ କରିବା ଏବଂ କୃଷକଙ୍କ ବିଭିନ୍ନ ସମସ୍ୟାକୁ ସରକାର ନଜରକୁ ଆଣି ତାର ସମାଧାନ କରି ପାରିବେ ଏହି ଲକ୍ଷରେ କିଷାନ ମୋର୍ଚ୍ଚା ଗଠନ ହୋଇଥିବା କୁହାଯାଇଛି।

ଏହି ଅବସରରେ ଜିଲ୍ଲା କିଷାନ ମୋର୍ଚ୍ଚା କମିଟିର ସଭାପତି ଭାବେ ଶିବ ଶଙ୍କର ମହାନ୍ତିଙ୍କ ନାମ ଘୋଷଣା କରାଯାଇଥିବା ବେଳେ ସାଧାରଣ ସମ୍ପାଦକ ଭାବେ ରବି ନାରାୟଣ ବେହେରାଙ୍କ ସମେତ ଜିଲ୍ଲାର ଅନେକଙ୍କ ନାମ ଘୋଷଣା କରାଯାଇଛି। ଏଥିନିମନ୍ତେ ନୟାଗଡ଼ ଜିଲ୍ଳା ସଭାପତି ଲାଲା ମନୋଜ ରାୟ ଏବଂ ଜିଲ୍ଳାର ସମସ୍ତ ବରିଷ୍ଠ କଯ୍ୟକର୍ତ୍ତାଙ୍କୁ ଧନ୍ୟବାଦ ଜଣେଇଛନ୍ତି ଜିଲ୍ଲା କିଷାନ ମୋର୍ଚ୍ଚା କମିଟିର ନୂତନ ସଦସ୍ୟ ବୃନ୍ଦ।