ନୟାଗଡ଼,(୦୩/୦୮): ଭାପୁର ବ୍ଲକ ଅଧ୍ୟକ୍ଷା ଶାନ୍ତିଲତା ବେହେରା ଏବଂ ଉପାଧ୍ୟକ୍ଷଙ୍କ ମଧ୍ୟରେ ବିବାଦ ଦିନକୁ ଦିନ ଅଧିକ ହେବାକୁ ଲାଗିଛି । ଉପାଧ୍ୟକ୍ଷ ୩୨ ଜଣ ପଞ୍ଚାୟତ ଜନ ପ୍ରତିନିଧିଙ୍କ ସହଯୋଗରେ ଅନସ୍ଥା ଭୋଟରେ ଅଧ୍ୟକ୍ଷାଙ୍କୁ ବିଦା କରିବା ନେଇ ସଜବାଜ ହେଉଥିବା ବେଳେ ଆଜି ଅଧ୍ୟକ୍ଷା ସମ୍ପୃକ୍ତ ଉପାଧ୍ୟକ୍ଷଙ୍କ ଗିରଫ ଏବଂ ପୁଲିସ ନିଷ୍କ୍ରିୟତା ବିରୁଦ୍ଧରେ ନୟାଗଡ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି । ଫତେଗଡ଼ ପୁଲିସ ପ୍ରିୟାପ୍ରୀତି ମନୋଭାବ ଦେଖାଇ କୋହଳ ଦଫା ଲଗାଇଥିବା ମଧ୍ୟ ଅଭିଯୋଗ କରିଛନ୍ତି ଅଧ୍ୟକ୍ଷା ଶାନ୍ତିଲତା ବେହେରା। ରାଜ୍ୟ ଆମ୍ବେଦକର ବିଚାର ମଞ୍ଚ ସଭାପତି ଦେବରାଜ ନାୟକ ଏବଂ କାର୍ଯ୍ୟକାରୀ କମିଟି ସଦସ୍ୟ ଭରତ କୁମାର ବେହେରାଙ୍କ ନେତୃତ୍ୱରେ ଏହି ଧାରଣା ଦିଆଯାଇଛି । ଏହି ଧାରଣା ଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଚାଲୁ ରଖାଯିବ ବୋଲି ସଭାପତି ଦେବରାଜ ନାୟକ କହିଛନ୍ତି ।
ନୟାଗଡ ଏସ୍ପି ଅଫିସ ଆଗରେ ଧାରଣା ଦେଲେ ଭାପୁର ଅଧ୍ୟକ୍ଷ ଶାନ୍ତିଲତା ବେହେରା
