ନୟାଗଡ଼, (୦୬/୦୮):- ନୟାଗଡ଼ ସର୍କିଟ ହାଉସ ନିକଟସ୍ଥ ଭାରତ ବିକାଶ ପରିଷଦ ଭବନରେ କୋଭିଡ୍ ନିୟମ ପାଳନ କରି ଶାଖା ଅଧ୍ଯକ୍ଷ ହରେକୃଷ୍ଣ ସାହୁଙ୍କ ନେତୃତ୍ବରେ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ସକାଳ ୦୯ଟା ସମୟରେ ଆୟୋଜିତ ରକ୍ତଦାନ ଶିବିରକୁ ନୟାଗଡ଼ ପୌରପରିଷଦର କାର୍ଯ୍ଯନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନା ମୁଖ୍ଯଅତିଥିଭାବେ ଯୋଗଦେଇ ଉଦଘାଟନ କରିଥିଲା ବେଳେ ପରିଷଦର କ୍ଷେତ୍ରୀୟ ସଚିବ ଶ୍ରୀଧର ସାହୁ, ଶାଖା ଉପାଧ୍ୟକ୍ଷ ପ୍ରସନ୍ନ କୁମାର ବସନ୍ତିଆ, ଶାଖା ସଚିବ ଅନାଦି ଚରଣ ମହାନ୍ତି, ପ୍ରାକ୍ତନ ସଚିବ ପ୍ରଦୀପ କୁମାର ସାହୁ, କୋଷାଧ୍ୟକ୍ଷ ପ୍ରଫୁଲ କୁମାର ନାୟକ, ସେବାସଚିବ ଦୁର୍ଯ୍ୟୋଧନ ସାହୁ, ସମାଜସେବୀ ପ୍ରମୋଦ ପଟ୍ଟନାୟକ, ଦାମୋଦର ସାହୁ ଆଦି କାର୍ଯ୍ଯକର୍ତ୍ତାମାନେ ଉପସ୍ଥିତ ଥିଲେ। ଆୟୋଜିତ ରକ୍ତଦାନ ଶିବିରରେ ମୋଟ ୨୯ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ବ୍ଳଡ ବ୍ଯାଙ୍କ, ନୟାଗଡର ଡାକ୍ତର ଜୁଲିଏତ୍ ଦାସ, ଅଜୟ କୁମାର ପଟ୍ଟନାୟକ, ସରେଜ କୁମାର ସାହୁ, ଅଭିମନ୍ୟୁ ସାହୁ, ପଞ୍ଚୁ ଦଳେଇ ଓ ହାଇଦର ମଲ୍ଲିକ ପରିଚାଳନା କରିଥିଲା ବେଳେ ପ୍ରଫେସର ଶ୍ରୀଧର ମିଶ୍ର, ଅରୁଣ କୁମାର ମହାନ୍ତି, ଅବିନାଶ ସାହୁ, ସୌଦାମିନୀ ସ୍ବାଇଁ ପ୍ରମୁଖ ବହୁ ବରିଷ୍ଠ ସଦସ୍ଯ ସହଯୋଗ କରିଥିଲେ।
