ଆଜିଠୁ ଖୋଲିଲା ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ

ନୟାଗଡ଼,(୦୬/୦୮):- ନୟାଗଡ଼ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାଷ୍ଠାନ ଖୋଲିବା ପାଇଁ ଜିଲ୍ଲାପାଳ ଡ. ପୋମା ଟୁଡୁ ଆଜି ନିର୍ଦ୍ଦେଶ ଦେଇଛନ୍ତି। କୋଭିଡ୍ କଟକଣା ମଧ୍ୟରେ ମନ୍ଦିର, ମସଜିଦ୍ ଏବଂ ଗୀର୍ଜ୍ଜା ଖୋଲାଯିବ ବୋଲି ନିର୍ଦେଶ ଦେଇଛନ୍ତି । ପୂର୍ବରୁ ମନ୍ଦିର ଖୋଲିବା ନିମନ୍ତେ ବିଭିନ୍ନ ଧର୍ମାନୁଷ୍ଠାନ ପକ୍ଷରୁ ଦାବି ହେଉଥିଲା। ସମସ୍ତ ମନ୍ଦିର ଗୁଡ଼ିକରେ ଭକ୍ତମାନେ ଠାକୁରଙ୍କୁ ଦର୍ଶନ କରିବାକୁ ଅନୁମତି ମିଳିଥିବା ବେଳେ ବିନା ମାସ୍କରେ ପ୍ରବେଶ ନିଷେଧ କରାଯାଇଛି ।

୬ ଫୁଟ ସାମାଜିକ ଦୂରତା ଅବଲମ୍ବନ କରିବାକୁ କୁହାଯାଇଛି। ସେହିଭଳି ଭାବେ ମନ୍ଦିର ଗୁଡ଼ିକୁ ଦୀପ, ଭୋଗ ନେବାକୁ ବାରଣ କରାଯାଇଛି । ୬୫ ବର୍ଷରୁ ଉର୍ଦ୍ଧ୍ବ, ୧୦ ବର୍ଷରୁ କମ ଏବଂ ଗର୍ଭବତୀ ମହିଳାଙ୍କୁ ଦର୍ଶନ କରିବାକୁ ବାରଣ କରାଯାଇଛି । ସମସ୍ତ ବ୍ଲକର ତହସିଲଦାର ଏବଂ ଥାନା ଅଧିକାରୀ ମନ୍ଦିରରେ ଦର୍ଶନ ପାଇଁ ନିୟମ ପାଳନ କରାଯାଉଛି କି ନାହିଁ ତାହାର ତଦାରଖ କରିବାକୁ କୁହାଯାଇଛି।

Related posts