ନଭେମ୍ବର ୧୫ରେ ନାଟକ ‘କୁଆଁରୀ କୋଠି’

‘ତୃତୀୟ ନୟନ’ ପକ୍ଷରୁ ପଠାଣି ସାମନ୍ତ ଅଡିଟୋରିୟମରେ ହେବ ମଞ୍ଚସ୍ଥ ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ର ପ୍ରଗତିଶୀଳ ନାଟ୍ୟମଞ୍ଚ ‘ତୃତୀୟ ନୟନ’ ପକ୍ଷରୁ ଆସନ୍ତା ନଭେମ୍ବର ୧୫ ତାରିଖରେ ପଠାଣି ସାମନ୍ତ ଅଡିଟୋରିୟମରେ ନାଟକ ‘କୁଆଁରୀ କୋଠି’ ମଞ୍ଚସ୍ଥ କରାଯିବ। କମ୍ରେଡ୍ ବିଶ୍ୱନାଥ ମହାପାତ୍ରଙ୍କ ରଚିତ ଏହି ନାଟକକୁ ନାଟ୍ୟକାର ଗଦାଧର ନନ୍ଦ ନିର୍ଦ୍ଦେଶନା ଦେବେ। ଅନୁଷ୍ଠାନର ସଭାପତି ତଥା ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ନାଟକ ମଞ୍ଚସ୍ଥ କରିବା ନେଇ ନିଷ୍ପତ୍ତି ନିଆଯାଇଥିଲା। ନାଟକଟି ଦର୍ଶକମାନଙ୍କ ପାଇଁ ବେଶ୍ ଉପଭୋଗ୍ୟ ହେବ ବୋଲି କଳାକାରମାନେ ଆଶା ପ୍ରକାଶ କରିଛନ୍ତି। ଅକ୍ଟୋବର ୪ ତାରିଖ ସନ୍ଧ୍ୟାରେ ଶିକ୍ଷକ ଭବନଠାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ପ୍ରବୀଣ କଳାକାର ମିଷ୍ଟର କାଳିଆ, ଅନ୍ତର୍ଯ୍ୟାମୀ ମହାନ୍ତି, ପ୍ରଦୀପ୍ତ ଡାକୁଆ, ସୁଦର୍ଶନ ରାଉତ, ନିରଞ୍ଜନ ସାହୁ, ପ୍ରତାପ ସାହୁ,…

Read More

ନୟାଗଡ଼ ମୁଖ୍ୟ ଚିକିତ୍ସାଳୟର ଅବ୍ୟବସ୍ଥା ଦୂର ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର

୧୧ ଦଫା ପ୍ରସ୍ତାବ ରଖିଲା ‘ଜୟ ନୟାଗଡ଼ ଫାଉଣ୍ଡେସନ’; ୮ ତାରିଖରେ ଜିଲ୍ଲାପାଳ ଓ ସିଡିଏମ୍‌ଓଙ୍କ ସହ ଆଲୋଚନା ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରହିଥିବା ବିଭିନ୍ନ ଅବ୍ୟବସ୍ଥାର ସମାଧାନ ଓ ରୋଗୀସେବାକୁ ଅଧିକ ସୁଦୃଢ଼ କରିବା ଦାବିରେ ‘ଜୟ ନୟାଗଡ଼ ଫାଉଣ୍ଡେସନ’ ପକ୍ଷରୁ ଜିଲ୍ଲାପାଳଙ୍କ ଜନଶୁଣାଣିରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଫାଉଣ୍ଡେସନର ପ୍ରତିଷ୍ଠାତା ଶେଖ ଅବଦୁଲ ଆହାଦଙ୍କ ନେତୃତ୍ୱରେ ଏକ ପ୍ରତିନିଧିମଣ୍ଡଳ ଜିଲ୍ଲାପାଳଙ୍କୁ ଭେଟି ଚିକିତ୍ସାଳୟର ବିଭିନ୍ନ ସମସ୍ୟା ଓ ଏହାର ସ୍ଥାୟୀ ସମାଧାନ ସମ୍ପର୍କରେ ଆଲୋଚନା କରିବା ସହ ୧୧ ଦଫା ପ୍ରସ୍ତାବ ଦାବିପତ୍ର ଆକାରରେ ପ୍ରଦାନ କରିଥିଲେ। ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଜିଲ୍ଲାର ଦଶ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କ ପାଇଁ ଏକ ପ୍ରମୁଖ ସ୍ୱାସ୍ଥ୍ୟସେବା କେନ୍ଦ୍ର ହୋଇଥିବାବେଳେ ଡାକ୍ତରଙ୍କ ଅଭାବ, ଆବଶ୍ୟକ ପରୀକ୍ଷା ଉପକରଣର ଅଭାବ ଓ…

Read More

‘ଭୋଟ ବଞ୍ଚାଅ, ସମ୍ବିଧାନ ବଞ୍ଚାଅ, ଦେଶ ବଞ୍ଚାଅ’ ଅଭିଯାନରେ ୮ ଅକ୍ଟୋବର ୧୨ ଘଣ୍ଟିଆ ବନ୍ଦ

ନୟାଗଡ଼ ସଦର ମହକୁମା ବନ୍ଦ ପାଇଁ ଇଣ୍ଡିଆ ମେଣ୍ଟର ପ୍ରସ୍ତୁତି ବୈଠକ ନୟାଗଡ଼, (ନୟାଗଡ଼ ଦର୍ପଣ): ‘ଭୋଟ ବଞ୍ଚାଅ, ସମ୍ବିଧାନ ବଞ୍ଚାଅ, ଦେଶ ବଞ୍ଚାଅ’ ଆହ୍ୱାନରେ ଇଣ୍ଡିଆ ମେଣ୍ଟର ଅଂଶୀଦାର ଦଳଗୁଡ଼ିକ ପକ୍ଷରୁ ନୟାଗଡ଼ ଜିଲ୍ଲା ସଦର ମହକୁମା ବନ୍ଦ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଡିସିସି ସଭାପତି ରଣଜିତ୍ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆସନ୍ତା ୮ ଅକ୍ଟୋବର ଗୁରୁବାର ୧୨ ଘଣ୍ଟିଆ ବନ୍ଦକୁ ସଫଳ କରିବା ନେଇ ବିଭିନ୍ନ ପ୍ରସ୍ତୁତି ଉପରେ ଆଲୋଚନା ହୋଇଥିଲା। ବନ୍ଦ ସମୟରେ ଚକ-ଅଖ, ଦୋକାନ ବଜାର, ସ୍କୁଲ-କଲେଜ, ବ୍ୟାଙ୍କ, ଇନ୍ସୁରାନ୍ସ, ଡାକ ବିଭାଗ ଓ କୋର୍ଟ-କଚେରୀ ଆଦି ବନ୍ଦ ରଖିବା ସହ ରେଳ ଚଳାଚଳ ମଧ୍ୟ ବନ୍ଦ କରିବା ପାଇଁ ଆହ୍ୱାନ ଦିଆଯାଇଛି। ବନ୍ଦକୁ ସଫଳ କରିବା ପାଇଁ ବ୍ୟାପକ…

Read More

ନୟାଗଡ଼ରେ ନୂଆ ଡିଏଲଓଙ୍କ ଦାୟିତ୍ୱ ଗ୍ରହଣ, ଟ୍ରେଡ୍ ୟୁନିଅନ ସମନ୍ୱୟ କମିଟି ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ପ୍ରଭାଗୀୟ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟରେ ଦୀର୍ଘଦିନ ଧରି କାର୍ଯ୍ୟରତ ସହକାରୀ ଶ୍ରମ ଅଧିକାରୀ ଅବଦୁଲ କାଦିର ଖାଁଙ୍କର ନବରଙ୍ଗପୁରକୁ ବଦଳି ହୋଇଥିବାବେଳେ ନୟାଗଡ଼ରେ ଦୁଇଜଣ ନୂତନ ଜିଲ୍ଲା ଶ୍ରମ ଅଧିକାରୀ (ଡିଏଲଓ) ଯୋଗଦେଇଛନ୍ତି। ରଶ୍ମିତା କୁମାରୀ ପାତ୍ର ଏବଂ ଅର୍ଚିତା ସାହୁ ନୟାଗଡ଼ ଜିଲ୍ଲା ଶ୍ରମ ଅଧିକାରୀ ଭାବେ ଯୋଗଦେଇ ଦାୟିତ୍ୱ ଗ୍ରହଣ କରିଛନ୍ତି। ଯୁଗ୍ମ ଶ୍ରମ ଆୟୁକ୍ତ ପ୍ରଣବ କୁମାର ପାତ୍ର ଏବଂ ପ୍ରଭାଗୀୟ ଶ୍ରମ ଆୟୁକ୍ତ ତେଜ କୁମାର ବାଗେଙ୍କ ଉପସ୍ଥିତିରେ ନୂତନ ଡିଏଲଓମାନେ ଦାୟିତ୍ୱ ଗ୍ରହଣ କରିଥିଲେ। ଏହି ଅବସରରେ ସୋମବାର ଅପରାହ୍ନରେ ନୟାଗଡ଼ ଜିଲ୍ଲା ଟ୍ରେଡ୍ ୟୁନିଅନ ସମନ୍ୱୟ କମିଟି ପକ୍ଷରୁ ନୂତନ ଡିଏଲଓମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। କମିଟିର ଅଧ୍ୟକ୍ଷ ଶୂନ୍ୟଜୟୀ ମିଶ୍ର, ମହାସଚିବ ବସୁଦେବ ମହାନ୍ତି, ବରିଷ୍ଠ ସଭ୍ୟ ରଘୁନାଥ…

Read More