ଉଦଘାଟିତ ହେଲା ମେଗା ନର୍ସରି

ନୟାଗଡ଼,(୦୫/୦୮):- ଉଦଘାଟିତ ହେଲା ନୂଆଗାଁ ବ୍ଳକ ସଂପଡାସ୍ଥିତ ମେଗା ନର୍ସରି। ଆଜି ଓଡ଼ିଶାର ପ୍ରଧାନ ମୁଖ୍ୟ ବନ ସଂରକ୍ଷକ(ପିସିସିଏଫ୍) ଶିଶିର କୁମାର ରଥ ଏବଂ ଆଞ୍ଚଳିକ ବନ ସଂରକ୍ଷକ(ଆରସିସିଏଫ୍) ନୟାଗଡ଼ ଜିଲ୍ଲା ଗସ୍ତରେ ଆସି ବନ ବିଭାଗର ବିଭିନ୍ନ କାର୍ଯ୍ୟ ସମୀକ୍ଷା କରିବା ସହ ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ନର୍ସରୀ ଗୁଡ଼ିକୁ ବୁଲି ଦେଖିଛନ୍ତି।

ଭୁବନେଶ୍ୱରରୁ ଆସିଲାବେଳେ ପ୍ରଥମେ ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥ ବିଜିପୁରଠାରୁ ମହୀପୁର ପର୍ଯ୍ୟନ୍ତ ଚାଲିଥିବା ପଥପାର୍ଶ୍ଵ ବନୀକରଣ, ଖେଡ଼ପଡ଼ା ସେସ୍କନ ରୋହିସାହିଠାରେ ଲଣ୍ଡା ପାହାଡ଼ ବନୀକରଣ, ଦଶପଲ୍ଲା ବନାଞ୍ଚଳ କୁଆଁରିଆ ନର୍ସରୀ, ଗଣିଆ ବନାଞ୍ଚଳ ଆଡ଼କଟା ନର୍ସରୀ ଏବଂ ଖଣ୍ଡପଡ଼ା ବନାଞ୍ଚଳ ଦୁର୍ଗାପୁର ନର୍ସରୀରେ ବନବିଭାଗ ପକ୍ଷରୁ ଉତ୍ପାଦିତ ଚାରା ଦେଖିଛନ୍ତି। ଏହି କାର୍ଯ୍ୟକ୍ରମରେ ନୟାଗଡ଼ ବନଖଣ୍ଡ ଅଧିକାରୀ ଧନରାଜ୍ ଏଚ୍.ଡି, ଅତିରିକ୍ତ ବନଖଣ୍ଡ ଅଧିକାରୀ ଅରବିନ୍ଦ ମହାନ୍ତି, ସ୍ୱେତାଲୀନ ସାହୁ ଏବଂ ବନ ବିଭାଗର କର୍ମଚାରୀମାନେ ଉପସ୍ଥିତଥିଲେ ।

Related posts