ବରିଷ୍ଠ ନାଗରିକ ମଞ୍ଚର କର୍ମକର୍ତ୍ତା ଚୟନ

ନୟାଗଡ଼,(୦୮/୦୮):- ନୟାଗଡ଼ ସହରାଞ୍ଚଳ ବରିଷ୍ଠ ନାଗରିକ ମଞ୍ଚ ଏଲଡରସ ଭିନନ ଆଣ୍ଡ ଆକ୍ସନ ଗ୍ରୁପର କର୍ମକର୍ତ୍ତା ଚୟନ ଶେଷ ହୋଇଯାଇଛି । ନୂତନ କର୍ମକର୍ତ୍ତାମାନେ ଦୁଇ ବର୍ଷ ପାଇଁ ମନୋନୀତ ହୋଇଛନ୍ତି । ଅମୂଲ୍ୟ କୁମାର ମହାନ୍ତି ସଭାପତି, ହରିହର ମିଶ୍ର ଉପସଭାପତି, ଗୋପାଳଚନ୍ଦ୍ର ନାୟକ ସଂପାଦକ, କୃପାସିନ୍ଧୁ ପଣ୍ଡା କୋଷାଧ୍ୟକ୍ଷଙ୍କ ସମେତ ୭ଜଣ ଉପଦେଷ୍ଟା ଏବଂ ୯ଜଣ କାର୍ଯ୍ୟକାରୀ କମିଟିକୁ ମନୋନୀତ ହୋଇଛନ୍ତି। ଏହି ଅବସରରେ ବରିଷ୍ଠ ନାଗରିକ ସମ୍ମିଳନୀ କକ୍ଷରେ ଏକ ସ୍ୱତନ୍ତ୍ର ବୈଠକରେ ମାନ୍ୟବର ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁଙ୍କ ଉପସ୍ଥିତିରେ ବରିଷ୍ଠ ନାଗରିକ ମଞ୍ଚର ଉପଦେଷ୍ଟା ବିଶ୍ୱନାଥ ନାୟକ ନୂତନ କର୍ମକର୍ତ୍ତା ମାନଙ୍କୁ ଶପଥ ପାଠ କରାଇଥିଲେ । ନୟାଗଡ଼ ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚ ସଭାପତି ସମାଜସେବୀ ପ୍ରମୋଦ ପଟ୍ଟନାୟକ, ସଂପାଦକ ଦୁର୍ଯ୍ୟୋଧନ ସାହୁ ନୂତନ କର୍ମକର୍ତ୍ତାଙ୍କୁ ସହଯୋଗର…

Read More

ରାଜ୍ୟସ୍ତରୀୟ ଉତ୍କଳ ଘଣ୍ଟ ହାସ୍ୟରସିକ ଉପାୟନ ପ୍ରଦାନ ନିମନ୍ତେ ସାମ୍ବାଦିକ ସମ୍ମିଳନୀ

ନୟାଗଡ଼,(୦୭/୦୮):- ସାରା ଓଡ଼ିଶାରେ ଘରେ ଘରେ ପରିଚିତ ନୟାଗଡ଼ ଜିଲ୍ଲା ଇଟାମାଟିର ପ୍ରସିଦ୍ଧ କବି ତଥା ଉତ୍କଳଘଣ୍ଟ କବି ଯଦୁମଣି ମହାପାତ୍ରଙ୍କ ନାମରେ ରାଜ୍ୟ ସ୍ତରୀୟ ପୁରସ୍କାର ପ୍ରଦାନ କରାଯିବା ନେଇ ଆଜି ନୟାଗଡ଼ସ୍ଥିତ ରୋଟାରୀ ଭବନ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ନୟାଗଡ଼ ଜିଲ୍ଲା ସାହିତ୍ୟ ସଂସ୍କୃତି ବିକାଶ ମଞ୍ଚ ଏହି ପୁରସ୍କାର ପ୍ରଦାନ କରିବା ନେଇ ନିଷ୍ପତ୍ତି ନେଇଛି। ହାସ୍ୟ ଓ ବ୍ୟଙ୍ଗ କବି ଯଦୁମଣି ମହାପାତ୍ର ଅଗାଧ ପାଣ୍ଡିତ୍ୟର ଅଧିକାରୀ ଥିଲେ ସେ ଓଡ଼ିଆ ସାହିତ୍ୟକୁ ରୁଦ୍ଧିମନ୍ତ କରିଥିବା ବେଳେ ନୟାଗଡ଼କୁ ସାରା ରାଜ୍ୟରେ ପରିଚିତ କରାଇଥିଲେ। ଜିଲ୍ଲା ସାହିତ୍ୟ ସଂସ୍କୃତି ବିକାଶ ମଞ୍ଚର ସଭାପତି ପ୍ରମୋଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପ୍ରତ୍ୟେକ ବର୍ଷ ମେ’ ମାସ ପ୍ରଥମ ରବିବାର “ବିଶ୍ୱ ହାସ୍ୟ ଦିବସ” ଅବସରରେ ଆୟୋଜିତ…

Read More

ଭାରତ ବିକାଶ ପରିଷଦ ନୟାଗଡ଼ ଶାଖା ତରଫରୁ ରକ୍ତଦାନ ଶିବିର

ନୟାଗଡ଼, (୦୬/୦୮):- ନୟାଗଡ଼ ସର୍କିଟ ହାଉସ ନିକଟସ୍ଥ ଭାରତ ବିକାଶ ପରିଷଦ ଭବନରେ କୋଭିଡ୍ ନିୟମ ପାଳନ କରି ଶାଖା ଅଧ୍ଯକ୍ଷ ହରେକୃଷ୍ଣ ସାହୁଙ୍କ ନେତୃତ୍ବରେ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ସକାଳ ୦୯ଟା ସମୟରେ ଆୟୋଜିତ ରକ୍ତଦାନ ଶିବିରକୁ ନୟାଗଡ଼ ପୌରପରିଷଦର କାର୍ଯ୍ଯନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନା ମୁଖ୍ଯଅତିଥିଭାବେ ଯୋଗଦେଇ ଉଦଘାଟନ କରିଥିଲା ବେଳେ ପରିଷଦର କ୍ଷେତ୍ରୀୟ ସଚିବ ଶ୍ରୀଧର ସାହୁ, ଶାଖା ଉପାଧ୍ୟକ୍ଷ ପ୍ରସନ୍ନ କୁମାର ବସନ୍ତିଆ, ଶାଖା ସଚିବ ଅନାଦି ଚରଣ ମହାନ୍ତି, ପ୍ରାକ୍ତନ ସଚିବ ପ୍ରଦୀପ କୁମାର ସାହୁ, କୋଷାଧ୍ୟକ୍ଷ ପ୍ରଫୁଲ କୁମାର ନାୟକ, ସେବାସଚିବ ଦୁର୍ଯ୍ୟୋଧନ ସାହୁ, ସମାଜସେବୀ ପ୍ରମୋଦ ପଟ୍ଟନାୟକ, ଦାମୋଦର ସାହୁ ଆଦି କାର୍ଯ୍ଯକର୍ତ୍ତାମାନେ ଉପସ୍ଥିତ ଥିଲେ। ଆୟୋଜିତ ରକ୍ତଦାନ ଶିବିରରେ ମୋଟ ୨୯ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ବ୍ଳଡ…

Read More

ନୟାଗଡ଼ ଜିଲ୍ଲା ଭାଜପାର କିଷାନ ମୋର୍ଚ୍ଚା କମିଟି ଗଠିତ

ନୟାଗଡ଼,(୦୫/୦୮):- ଆଜି ନୟାଗଡ ଜିଲ୍ଲା ଭାରତୀୟ ଜନତା ପାର୍ଟିର କିଷାନ ମୋର୍ଚ୍ଚା କମିଟି ଘୋଷଣା କରିଛନ୍ତି ରାଜ୍ୟ କିଷାନ ମୋର୍ଚ୍ଚା ସଭାପତି ଶ୍ରୀଯୁକ୍ତ ପ୍ରଦୀପ ପୁରୋହିତ। ନୟାଗଡ଼ ଜିଲ୍ଲାରେ ଦଳକୁ ସଶକ୍ତ କରିବା ଏବଂ କୃଷକଙ୍କ ବିଭିନ୍ନ ସମସ୍ୟାକୁ ସରକାର ନଜରକୁ ଆଣି ତାର ସମାଧାନ କରି ପାରିବେ ଏହି ଲକ୍ଷରେ କିଷାନ ମୋର୍ଚ୍ଚା ଗଠନ ହୋଇଥିବା କୁହାଯାଇଛି। ଏହି ଅବସରରେ ଜିଲ୍ଲା କିଷାନ ମୋର୍ଚ୍ଚା କମିଟିର ସଭାପତି ଭାବେ ଶିବ ଶଙ୍କର ମହାନ୍ତିଙ୍କ ନାମ ଘୋଷଣା କରାଯାଇଥିବା ବେଳେ ସାଧାରଣ ସମ୍ପାଦକ ଭାବେ ରବି ନାରାୟଣ ବେହେରାଙ୍କ ସମେତ ଜିଲ୍ଲାର ଅନେକଙ୍କ ନାମ ଘୋଷଣା କରାଯାଇଛି। ଏଥିନିମନ୍ତେ ନୟାଗଡ଼ ଜିଲ୍ଳା ସଭାପତି ଲାଲା ମନୋଜ ରାୟ ଏବଂ ଜିଲ୍ଳାର ସମସ୍ତ ବରିଷ୍ଠ କଯ୍ୟକର୍ତ୍ତାଙ୍କୁ ଧନ୍ୟବାଦ ଜଣେଇଛନ୍ତି ଜିଲ୍ଲା କିଷାନ ମୋର୍ଚ୍ଚା କମିଟିର ନୂତନ ସଦସ୍ୟ ବୃନ୍ଦ।

Read More

ୟୁଥ ଫର ଆକ୍ସନ ପକ୍ଷରୁ ବୃକ୍ଷ ରୋପଣ ସହିତ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ

ନୟାଗଡ଼,(୦୫/୦୮):- ୟୁଥ ଫର ଆକ୍ସନ ପକ୍ଷରୁ ବୃକ୍ଷ ରୋପଣ ତଥା ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାରେ ନୂତନ ଭାବରେ ଗଠନ ହୋଇଥିବା ୟୁଥ ଫର ଆକ୍ସନ ନାମକ ସାମାଜିକ ସଂଗଠନର ଯୁବକମାନେ ବଡ଼ ପଣ୍ଡୁସର ଶ୍ରୀ ରଘୁନାଥ ଜୀଉ ସ୍ଵଛ ପରିବେଶ ମିଳିତ ଆନୁକୂଲ୍ୟରେ ପଣ୍ଡୁସର ସ୍ଥିତ ଶିବ ମନ୍ଦିର ପରିସରରେ ବିଭିନ୍ନ ପ୍ରକାର ବୃକ୍ଷ ରୋପଣ କରିବା ସହ ପରିବେଶକୁ ସମ୍ପୂର୍ଣ ପରିଷ୍କାର କରିଥିଲେ। ପରିଶେଷରେ ରାଜ୍ୟ ସଂଯୋଜକ ତଥା ଜିଲ୍ଲା ପ୍ରଭାରୀ ସଞ୍ଜୟ କୁମାର ନାୟକ ଏବଂ ଜିଲ୍ଲା ସଭାପତି ପରମେଶ୍ୱର ସାହୁ ଉଭୟ ପରିବେଶକୁ କିପରି ସଫା ସୁତରା ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱଚ୍ଛ ଭାରତ ମିଶନକୁ ସଫଳ କରିବା ଉପରେ ସଚେତନତା ବାର୍ତ୍ତା ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ଆଗକୁ ବଢାଇବା ସହିତ ଅସହାୟ, ଗରିବ ଲୋକଙ୍କ ସେବାରେ…

Read More

ରୋଟାରୀ କ୍ଲବ ଦ୍ଵାରା ‘ଓଡିଆ ସାମ୍ବାଦିକତା ଦିବସ’ କାର୍ଯ୍ୟକ୍ରମ ଅନୁଷ୍ଠିତ

ନୟାଗଡ,(୦୪/୦୮):- ନୟାଗଡ଼ ରୋଟାରୀ କ୍ଲବ ପକ୍ଷରୁ “ଓଡ଼ିଆ ସାମ୍ବାଦିକତା ଦିବସ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରୋଟାରୀ କ୍ଲବ ସଭାପତି ଧୀରେନ୍ଦ୍ର ପଟ୍ଟନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ନୟାଗଡ଼ ପୌର ପରିଷଦର ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନା ମୁଖ୍ୟଅତିଥିଭାବେ ଯୋଗ ଦେଇଥିବାବେଳେ ସମାଜସେବୀ ତଥା ବରିଷ୍ଠ ସାମ୍ବାଦିକ ପ୍ରମୋଦ ପଟ୍ଟନାୟକ, ଉତ୍କଳ ସାମ୍ବାଦିକ ସଂଘର ନୟାଗଡ଼ ଜିଲ୍ଲା ସଭାପତି ଶ୍ରୀକାନ୍ତ ଖଟ୍ଟେଇ ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ ତତ ସହିତ ରୋଟାରିଆନ୍ ତଥା ଆଇନଜୀବୀ ରଣଜିତ୍ ଦାସ ଓ ରୋଟାରୀ କ୍ଲବର ସଂପାଦକ ମିହିର ରଂଜନ ନାୟକ ପ୍ରମୁଖ ମଞ୍ଚାସୀନଥିଲେ।ଏହି ଅବସରରେ ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ, ପ୍ରଦୀପ୍ତ ରଥ, ବୈଦ୍ୟ ଭୂଷଣ ମହାପାତ୍ର, ଯଏନ୍ଦ୍ର ବେହେରା ବର୍ତ୍ତମାନ ସମୟରେ ସାମ୍ବାଦିକତା ଏବଂ ସାମ୍ବାଦିକଙ୍କ ଉପରେ ସୁଚିନ୍ତିତ ବକ୍ତବ୍ୟ ରଖିଥିଲେ। ଏହି କାର୍ଯ୍ୟକ୍ରମରେ…

Read More

ନୟାଗଡ ଏସ୍ପି ଅଫିସ ଆଗରେ ଧାରଣା ଦେଲେ ଭାପୁର ଅଧ୍ୟକ୍ଷ ଶାନ୍ତିଲତା ବେହେରା

ନୟାଗଡ଼,(୦୩/୦୮): ଭାପୁର ବ୍ଲକ ଅଧ୍ୟକ୍ଷା ଶାନ୍ତିଲତା ବେହେରା ଏବଂ ଉପାଧ୍ୟକ୍ଷଙ୍କ ମଧ୍ୟରେ ବିବାଦ ଦିନକୁ ଦିନ ଅଧିକ ହେବାକୁ ଲାଗିଛି । ଉପାଧ୍ୟକ୍ଷ ୩୨ ଜଣ ପଞ୍ଚାୟତ ଜନ ପ୍ରତିନିଧିଙ୍କ ସହଯୋଗରେ ଅନସ୍ଥା ଭୋଟରେ ଅଧ୍ୟକ୍ଷାଙ୍କୁ ବିଦା କରିବା ନେଇ ସଜବାଜ ହେଉଥିବା ବେଳେ ଆଜି ଅଧ୍ୟକ୍ଷା ସମ୍ପୃକ୍ତ ଉପାଧ୍ୟକ୍ଷଙ୍କ ଗିରଫ ଏବଂ ପୁଲିସ ନିଷ୍କ୍ରିୟତା ବିରୁଦ୍ଧରେ ନୟାଗଡ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି । ଫତେଗଡ଼ ପୁଲିସ ପ୍ରିୟାପ୍ରୀତି ମନୋଭାବ ଦେଖାଇ କୋହଳ ଦଫା ଲଗାଇଥିବା ମଧ୍ୟ ଅଭିଯୋଗ କରିଛନ୍ତି ଅଧ୍ୟକ୍ଷା ଶାନ୍ତିଲତା ବେହେରା। ରାଜ୍ୟ ଆମ୍ବେଦକର ବିଚାର ମଞ୍ଚ ସଭାପତି ଦେବରାଜ ନାୟକ ଏବଂ କାର୍ଯ୍ୟକାରୀ କମିଟି ସଦସ୍ୟ ଭରତ କୁମାର ବେହେରାଙ୍କ ନେତୃତ୍ୱରେ ଏହି ଧାରଣା ଦିଆଯାଇଛି । ଏହି ଧାରଣା ଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଚାଲୁ ରଖାଯିବ ବୋଲି…

Read More

ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିଚାଳନା କମିଟି ପୁନର୍ଗଠିତ

ନୟାଗଡ଼,(୦୩/୦୮):- ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ନିର୍ଦ୍ଦେଶରେ ଜୁଲାଇ ୩୦ତାରିଖରେ ନୟାଗଡ଼ ସ୍ୱଂୟ ଶାସିତ ମହାବିଦ୍ୟାଳୟ ପରିଚାଳନା କମିଟି ପୁର୍ନଗଠନ ହୋଇଛି । ଏହାର କାର୍ଯ୍ୟକାଳ ୩ବର୍ଷ ପାଇଁ ରହିବ ବୋଲି ପ୍ରତସଂଖ୍ୟା ୨୯୯୫୦ରେ ଜଣାଯାଇଛି। ନୂତନ ପରିଚାଳନା କମିଟି ସଭାପତିଭାବେ ଅବସରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ. ସୁରେଶ ଚନ୍ଦ୍ର ମିଶ୍ର ଏବଂ ସମ୍ପାଦକଭାବେ ମହାବିଦ୍ୟାଳୟର ଅଧ୍ୟକ୍ଷ ସୁରେଶ କୁମାର ପ୍ରଧାନ ରହିଥିବାବେଳେ ସମାଜସେବୀ ପ୍ରମୋଦ ପଟ୍ଟନାୟକ, ଆଇନଜୀବୀ ଦାଶରଥି ସାହୁ, ରାଜେନ୍ଦ୍ର କୁମାର ସାମନ୍ତରାୟ, ସୈାଦାମିନି ସ୍ୱାଇଁ, ଏମ୍. ଆଉରଙ୍ଗଜେବଙ୍କ ସହିତ ମହାବିଦ୍ୟାଳୟର ଅଧ୍ୟାପକ ହିମାଂଶୁ ଶେଖର ପଟ୍ଟନାୟକ, ଶିବ ପ୍ରସାଦ ଦାଶ, ଉତ୍କଳ ବିଶ୍ୱ ବିଦ୍ୟାଳୟ ପକ୍ଷରୁ, ପ୍ରଫେସର ପି.କେ ହୋତା ସଭ୍ୟ ଭାବେ ମନୋନୀତ ହୋଇଛନ୍ତି । ୟୁଜିସି ଏବଂ ଡିପିଆଇଙ୍କ ପକ୍ଷରୁ ଆଉ ୨ଜଣ ସଭ୍ୟ ମନୋନୀତ ହେଲେ…

Read More

ମହନ୍ତ ସୁଦାମ ଚରଣ ଦାସ ମହାରାଜଙ୍କ ବିୟୋଗରେ ଶୋକବ୍ୟକ୍ତ କଲେ ବହୁ ବିଶିଷ୍ଟ ବ୍ୟକ୍ତି

ନୟାଗଡ଼,(୦୨/୦୮):- ନୟାଗଡ଼ ପୁରୁଣା ସହରସ୍ଥିତ ବଡମଠର ମହନ୍ତ ସୁଦାମ ଚରଣ ଦାସ ମହାରାଜଙ୍କର ପରଲୋକ ଘଟିଛି। ଦୀର୍ଘ ଦିନ ଧରି ଅସୁସ୍ଥ ହୋଇ ଚିକିତ୍ସା ହେଉଥିଲେ । ଗତକାଲି ରାତିରେ ତାଙ୍କ ଦେହ ଗୁରୁତର ହେବାରୁ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଆଜି ସକାଳ ୧୦ଘଟିକା ସମୟରେ ତାଙ୍କର ପରଲୋକ ଘଟିଛି। ସେ ୧୯୫୨ ମସିହାରେ ସନ୍ୟାସ ଗ୍ରହଣ କରିଥିଲେ, ୧୯୬୮ ମସିହାରୁ ବଡମଠର ମହନ୍ତ ଭାବେ କାର୍ଯ୍ୟ କରି ଆସୁଥିଲେ। ମହାରାଜଙ୍କ ମୃତ୍ୟୁ ବେଳକୁ ତାଙ୍କୁ ୭୮ବର୍ଷ ହୋଇଥିଲା। ନୟାଗଡର ବହୁ ସଙ୍ଗଠନ ସହିତ ସେ ପ୍ରତ୍ୟକ୍ଷଭାବେ ଜଡିତ ଥିଲେ । ନୟାଗଡ଼ ଶାନ୍ତି କମିଟିର ସଭ୍ୟ ଥିବା ସହ ଦକ୍ଷିଣ କାଳୀ ମନ୍ଦିର କମିଟିର ସଭାପତି ଭାବେ କାର୍ଯ୍ୟ ତୁଲାଉଥିଲେ। ମହାରାଜ ନୟାଗଡ଼ ଜିଲ୍ଲାରେ ଘରେଘରେ ଜଣେ ପରିଚିତ ବ୍ୟକ୍ତି ଥିଲେ। ତାଙ୍କର…

Read More

କ୍ରାନ୍ତି ଦିବସରେ ଆଇନ ଅମାନ୍ୟ ଆନ୍ଦୋଳନ ପାଇଁ ସଜବାଜ

ନୟାଗଡ଼/ଓଡ଼ଗାଁ,(୦୨/୦୮):- କୃଷକ ବିରୋଧୀ କଳା ଆଇନ ପ୍ରତ୍ୟାହାର, ଶ୍ରମିକ ବିରୋଧୀ ଶ୍ରମକୋଡ ବାତିଲ, ସମସ୍ତଙ୍କୁ ମାଗଣା କରୋନା ଟିକାକରଣ, ପର୍ୟ୍ୟାପ୍ତ ନିଯୁକ୍ତି ଯୋଜନା, ଗରିବଙ୍କୁ ମାଗଣା ଖାଦ୍ୟ ଯୋଗାଣ, ଦରଦାମ ବୃଦ୍ଧି ଉପରେ ଲଗାମ ଲଗାଇବା ସହିତ ନୟାଗଡ଼ ଚିନିକଳ ଚାଲୁ କରିବା ଓ ବୃତ୍ତଙ୍ଗ ଜଳସେଚନ ଯୋଜନା କାର୍ୟ୍ୟକାରୀ କରିବା ଇତ୍ୟାଦି ଦାବିରେ ଆସନ୍ତା ଅଗଷ୍ଟ ୯ କ୍ରାନ୍ତି ଦିବସରେ ନୟାଗଡ଼ରେ ହେବାକୁ ଥିବା ଗଣ ଆଇନ ଅମାନ୍ୟକୁ ସଫଳ କରିବା ପାଇଁ ଶ୍ରମିକ ନେତା ବିଶ୍ୱନାଥ ମହାପାତ୍ର ଓ କୃଷକ ନେତା ଗୋଲକ ବିହାରୀ ମୁଦୁଲିଙ୍କ ନେତୃତ୍ୱରେ ଏକ ଟିମ ନୟାଗଡ଼ ଓ ଓଡ଼ଗାଁ ବ୍ଲକର ବିଭିନ୍ନ ଗ୍ରାମରେ ଗ୍ରାମ ସଭାମାନ ସଂଗଠିତ କରୁଛନ୍ତି । ଦରଦାମ ବୃଦ୍ଧିରେ ଜର୍ଜରିତ ସାଧାରଣ ଲୋକ କରୋନା ଜନୀତ ଅସ୍ୱାଭାବିକ ବିକଳ ପରିସ୍ଥିତିକୁ ମୁକାବିଲା କରୁଥିବା ବେଳେ…

Read More