ନୟାଗଡ଼,(୩୧/୦୮):- ୧୯୫୩ ମସିହାରେ ଗଠିତ ହୋଇଥିବା ନୟାଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ ୨୦୧୯ ମସିହା ଫେବୃୟାରୀ ୧୧ ତାରିଖରେ ପୌର ପରିଷଦର ମାନ୍ୟତା ପାଇଛି । ଦୁଇ ବର୍ଷ ମଧ୍ୟରେ ସହରର ଅଭୂତପୂର୍ବ ବିକାଶ ହୋଇଛି । ନୟାଗଡ଼ରେ ୨୫ କୋଟି ଟଙ୍କା ବ୍ୟୟରେ ୨୫ କିଲୋମିଟର ରାସ୍ତା ନିର୍ମାଣ କରାଯାଇଛି । ପୌରାଞ୍ଚଳରେ ୭୮୪ ଜଣ ଯୋଗ୍ୟ ହିତାଧିକାରୀଙ୍କ ମଧ୍ୟରୁ ମୋଟ ୪୯୯ ଜଣଙ୍କ ଭୂମୀ ଅଧିକାର ପ୍ରମାଣ, ୨୮୫ ଜଣଙ୍କୁ ଯୋଗ୍ୟତା ପ୍ରମାଣ ପତ୍ର ପ୍ରଦାନ କରାଯାଇଛି । ବିଭିନ୍ନ ସ୍ଥାନରେ କଚ୍ଚା ଘରେ ରହିଥିବା ୪୭୭ ପରିବାକୁ ଆବାସ ଯୋଜନାରେ ସାମିଲ କରାଯାଇଛି । ସେମାନଙ୍କ ମଧ୍ୟରୁ ୩୨୯ ଜଣଙ୍କ ଗୃହ ନିର୍ମାଣ କାମ ସମ୍ପୂର୍ଣ୍ଣ ହୋଇଛି । ୧୩ଟି ୱାର୍ଡ଼ରେ ୧୩ଟି ମିଶନ ଶକ୍ତି ଗୃହ ନିର୍ମାଣ ପାଇଁ ଅନୁମୋଦନ ମିଳିଛି । ଗୋଟିଏ ଗୃହ ନିର୍ମାଣ କାମ ଶେଷ ହୋଇଛି, ଅନ୍ୟ ୧୨ଟି ନିର୍ମାଣ କାର୍ଯ୍ୟ ଚାଲିଛି । ପୌରପରିଷଦ ଅଧୁନରେ ୬ଟି ପରିଚୟ ନିର୍ମାଣ ଶେଷ ହୋଇଛି । ୬୦ ଲକ୍ଷ ଟଙ୍କା ବ୍ୟୟରେ କ୍ଷୁଦ୍ର ଜୈବିକ ଖତ ପ୍ରସ୍ତୁତ, ୪୦ ଲକ୍ଷ ବ୍ୟୟରେ ନିର୍ମାଣ ହୋଇଛି । ଚତ୍ଯୁ୍ପାର୍ଶ୍ବ ଉନ୍ନତୀ କରଣ ଓ ଯନ୍ତ୍ରାଂଶ ବାବଦରେ ଆଉ ୫୦ ଲକ୍ଷ ବ୍ୟୟ କରାଯାଇ କାର୍ଯ୍ୟକ୍ଷମ ହୋଇଛି ।

ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ୨ କୋଟି ୪୭ ଲକ୍ଷ ଟଙ୍କା ବ୍ୟୟରେ ମଳ ବିଶୋଧନ କେନ୍ଦ୍ର ନିର୍ମାଣ ହେଇ କାର୍ଯ୍ୟକ୍ଷମ ହେବାକୁ ରହିଛି । ୨ କୋଟି ୭୬ ଲକ୍ଷ ବ୍ୟୟରେ ନୂଆ ବସଷ୍ଟାଣ୍ଡ ନବୀକରଣ କରାଯାଉଛି । ସ୍ଵତନ୍ତ୍ର ଯାତ୍ରୀ ଅପେକ୍ଷା ସୁଳ ଏବଂ ଏକ ହୋଟେଲ ଗୃହ ପାଇଁ ପୌର ପରିଷଦ ପକ୍ଷରୁ ୨୯ ଲକ୍ଷ ବ୍ୟୟ କରାଯାଉଛି । ୧୯ ଲକ୍ଷ ବ୍ୟୟରେ ଏକ ସୁଲଭ ଶୌଚାଳୟ ଏକ କୋଟି ଟଙ୍କାରୁ ଉର୍ଦ୍ଧ୍ବ ବ୍ୟୟରେ ୨ଟି ମାର୍କେଟ କମ୍ପ୍ରସ୍ରେ ୯୦ ଟି ଦୋକାନ ନିର୍ମାଣ କରାଯାଇଛି । ବସଷ୍ଟାଣ୍ଡ ପରିସରରେ ପୁରୁଷ, ମହିଳା ପରିଶ୍ରାଗାର, ପିଇବା ପାଣି ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇ ୯୦ ପ୍ରତିଶତ କାର୍ଯ୍ୟ ସରିଛି । ସହର ମଧ୍ୟରେ ୧୧ କିଲୋମିଟର ୫ ଶହ ମିଟର ରାସ୍ତାରେ ଗ୍ରୀନ୍ ଫିଲ୍ମି ଆଲୋକିକରଣ ବ୍ୟବସ୍ଥା ହୋଇଛି । ୭ ଶହ ୫୦ ପୋଲ ଏବଂ ଏଲଇଡି ଲାଇଟ ଲଗାଯାଇଛି । ପୁରୁଣାସହର ମଣ୍ଡାବାଗନ ପଡ଼ିଆ ମିନି ଷ୍ଟାଡିୟମକୁ ସରସ ସୁନ୍ଦର କରିବା ପାଇଁ ୨୧ ଲକ୍ଷ ବ୍ୟୟରେ ଉନ୍ନତୀ କରଣ କାର୍ଯ୍ୟ କରାଯାଇଛି । ୧୦ ଲକ୍ଷ ଟଙ୍କା ବ୍ୟୟରେ ଘାସ ଲଗାଇବା କାର୍ଯ୍ୟ କରାଯାଇଛି । ପଡ଼ିଆ ଆଖପାଖ ଆଲୋକୀକରଣ, ଜିମ୍ ସେଣ୍ଟର ଏବଂ ପେଣ୍ଡାଲ ନିର୍ମାଣ କରାଯାଇଛି । ୧୪ ଲକ୍ଷ ଟଙ୍କା ବ୍ୟୟରେ ବଲାଙ୍ଗୀ ପାର୍କରେ, ୫ ଲକ୍ଷ ଟଙ୍କା ବ୍ୟୟରେ ସହରର ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ କରାଯାଉଛି । ଏହାବାଦ ପୌର ପରିଷଦ ସହଭାଗିତାରେ ବିଶ୍ବ ସ୍ତରୀୟ ବଲାଙ୍ଗୀ ପାର୍କ ନିର୍ମାଣ କରାଯାଉଛି । ଦକ୍ଷିଣକାଳୀ, ଜଗନ୍ନାଥମନ୍ଦିର ଏବଂ ଗୋପୀନାଥ ମନ୍ଦିର ଉନ୍ନତୀକରଣ କରାଯାଇଛି । ସାଗର ପୋଖରୀ, ରାମେଶ୍ବର ପୋଖରୀର ମଧ୍ୟ ଉନ୍ନତୀକରଣ କାର୍ଯ୍ୟ କରାଯାଇଛି । ଦେବତ୍ତାର କଲୋନୀରେ ୧ ହଜାର ୩୮ ମିଟର ଟ୍ରେନ୍ ନିର୍ମାଣ କରାଯାଇଛି । ରାଜ୍ୟ ସରକାରଙ୍କ ଡ୍ରେନେଜ ବିଭାଗ ସହଯୋଗରେ ୪ କୋଟି ୩୨ ଲକ୍ଷ ଟଙ୍କା ବ୍ୟୟ କରାଯାଇଛି । ଆଗାମୀ ଦିନରେ ପୌର ପରିଷଦ ୧୦ ନଂ ୱାର୍ଡ଼ ଏବଂ ବଲାଙ୍ଗୀ ପାର୍କ ନିର୍ମାଣ କରିବା ପାଇଁ ପ୍ରସ୍ତୁତି ଶେଷ କରିଛି । ଏଥି ପାଇଁ ୫ କୋଟି ୬ ଲକ୍ଷ ଟଙ୍କା ବ୍ୟୟ ବରାଦ ହୋଇଅଛି।

