ଭାପୁର,(୩୦/୦୮):- ନୟାଗଡ ଜିଲ୍ଲା ଭାପୁର ବ୍ଲକରେ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଶ୍ରୀରାମ ଫାଉଣ୍ଡେସନ ଓଡିଶା ତରଫରୁ ଆଶା ମହାସଂଘର ସମସ୍ତ ଆଶାକର୍ମୀଙ୍କୁ କରୋନା ମହାମାରୀର ତୃତୀୟ ଲହର ବିଷୟରେ ସଚେତନ କରିବା ସହ ଭାପୁର ବ୍ଲକରେ ବ୍ୟାପୁଥିବା ଡେଗୁଂ ରୋଗ ବିଷୟରେ ସଚେତନ କରାଯାଇଥିଲା। ବିଗତ ଦିନରେ ଆଶା ମହାସଘଂ ଶ୍ରୀରାମ ଫାଉଣ୍ଡେସନର କାର୍ଯଶୈଳିରେ ଖୁସି ହୋଇ ସମସ୍ତେ ଫାଉନ୍ଡେସନର ସଦସ୍ଯ ହୋଇଥିଲେ। ସରକାର ଦେଇଥିବା କାର୍ଯ୍ୟ କରିବା ସହ ଶ୍ରୀରାମ ଫାଉଣ୍ଡେସନ ସଦସ୍ୟ ହିସାବରେ ଅନ୍ୟ ସଦସ୍ୟ ମାନକଂ ସହ ମିଶି କୋଭିଡ ସମୟରେ ଅସହାୟକୁଂ ସାହାୟ୍ଯ ଓ ଅଞ୍ଚଳର ଉନ୍ନତିରେ ସଦାସର୍ବଦା ଲାଗି ପଡିଛନ୍ତି। ଶ୍ରୀରାମ ଫାଉଣ୍ଡେସନ ରାଜ୍ୟ ବୋଡ କମିଟିର ସହ ସମ୍ପାଦକ ଦେବୀପ୍ରସାଦ ମିଶ୍ର ସମସ୍ତ ମା’ ମାନଙ୍କୁ ସମସ୍ତଙ୍କ ଉପସ୍ଥିତିରେ ସ୍ବାସ୍ଥ୍ୟ ବିଭାଗର ସମସ୍ତ ବିଭାଗୀୟ କର୍ମଚାରୀଙ୍କୁ କୋଭିଡ ଯୋଦ୍ଧାର ଆଖ୍ୟା ଦେଇ ସମସ୍ତ ଆଶା ଓ ଉପସ୍ଥିତି ଥିବା ଏନଏମମମାନକୁ଼ଂ ମାସ୍କ ଓ ସାନିଟାଇଜର ବଣ୍ଟନ କରିଥିଲେ। ଜିଲ୍ଲା ବିଭାଗୀୟ ମୂଖ୍ୟ ଅଧିକାରୀ ଡ଼. ଶକ୍ତି ପ୍ରସାଦ ମିଶ୍ର ଓ ଭାପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡ଼. ସତ୍ୟ ପ୍ରକାଶଙ୍କ ପାଇଁ ବିଭାଗର ବହୁତ ଉନ୍ନତି ଆସିଛି ବୋଲି ଶ୍ରୀ ମିଶ୍ର କହିଥିଲେ। ଆବଶ୍ୟକ ହେଲେ ଫାଉଣ୍ଡେସନ ତରଫରୁ ରାଜ୍ୟ ବରିଷ୍ଠ ଅଧିକାରୀମାନଙ୍କୁ ଜଣାଇ ସମସ୍ତ ଉନ୍ନତିମୂଳକ କାର୍ଯ୍ୟରେ ସହଯୋଗ କରିବାର ପ୍ରତିଶ୍ରୁତି ଦେଇଥିଲେ। ଏହି କାର୍ଯ୍ୟକ୍ରମ ଭାପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପଦ୍ମାବତୀ ସ୍ବାସ୍ଥ୍ୟକେନ୍ଦ୍ର ଠାରେ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଓ ଅନ୍ୟ କର୍ମଚାରୀ ମାନେ ମଧ୍ୟ ଉପସ୍ଥିତି ଥିଲେ। ଆଗାମୀ ଦିନରେ ସମସ୍ତ ପଞ୍ଚାୟତ ଲୋକମାନକଂ ସୁଖ ଦୁଃଖରେ ଏକହୋଇ ଠିଆ ହୋଇ ଅଞ୍ଚଳର ଉନ୍ନତି କରିବା ପାଇଁ ଆଶାକର୍ମୀମାନେ ସମାଜସେବୀ ଶ୍ରୀ ମିଶ୍ରଙ୍କ ଆଗରେ ଭଗବାନଙ୍କ ନାମରେ ଶପଥ କରିଥିଲେ।

