ରାଜ୍ୟପାଳଙ୍କ ଦ୍ଵାରା ଲୋକାର୍ପିତ ହେଲା ଡ. ସୁରେଶ ବରାଡ଼ଙ୍କ କବିତା ପୁସ୍ତକ “ଗୁରୁ”

ଓଡଗାଁ, (ନୟାଗଡ଼ ଦର୍ପଣ): ଓଡଗାଁ ବ୍ଲକ ଅନ୍ତର୍ଗତ ହରିହରପୁର ଗ୍ରାମର ବିଶିଷ୍ଟ କବି ଡ.ସୁରେଶ ଚନ୍ଦ୍ର ବରାଡ଼ଙ୍କ ଦ୍ଵାରା ଲିଖିତ କବିତା ସଂଗ୍ରହ “ଗୁରୁ” ପୁସ୍ତକକୁ ଓଡ଼ିଶାର ମହାମହିମ ରାଜ୍ୟପାଳ, ପ୍ରଫେସର ଗଣେଶୀ ଲାଲଙ୍କ କରକମଳରେ ଉନ୍ମୋଚିତ ହୋଇଯାଇଛି। ଏହି ପୁସ୍ତକ ଉନ୍ମୋଚନ ଅବସରରେ ଆନ୍ତଜାର୍ତୀୟ ଚାରଣ ଗୋଷ୍ଠୀର ସମ୍ପାଦକ ଗୋବିନ୍ଦ ଚନ୍ଦ୍ର ବେହେରା, କେଉଁଝର ଜିଲ୍ଲା ସଂଗଠକ ତପନ କୁମାର ନାୟକ, କବି କଲ୍ଲୋଳ ଗୋଦାବରୀ ବସନ୍ତିଆ ଉକ୍ତ କାଯ୍ୟର୍କ୍ରମରେ ଉପସ୍ଥିତ ଥିଲେ। ଦୁଇଟି ଭାଗରେ ବିଭକ୍ତ ପୁସ୍ତକଟିରେ ପ୍ରଥମେ ଗୁରୁଗୀତା ସଂସ୍କୃତ ପୁସ୍ତକର ତିନୋଟି ଅଧ୍ୟାୟର ଓଡ଼ିଆ ଭାଷାନ୍ତର ସହିତ ଗୀତାନୁବାଦ ପ୍ରଦାନ କରାଯାଇଛି। ଦ୍ଵିତୀୟ ଭାଗରେ ସାମ୍ପ୍ରତିକ ଯୁଗରୁ ବୈଦିକ ଯୁଗ ପଯ୍ୟର୍ନ୍ତ ବିଭିନ୍ନ ସମୟର ଗୁରୁ ଶିଷ୍ୟ ସମ୍ପର୍କକୁ ନେଇ ୨୧ ଜଣ ଗୁରୁଶିଷ୍ୟଙ୍କ ଚରିତ ସରସ-ସୁନ୍ଦର, ସରଳ-ସାବଲୀଳ ଭାଷାରେ ରଚିତ…

Read More

ନୟାଗଡ଼ ଜିଲ୍ଲା ସରପଞ୍ଚ ସଂଘ ଗଠିତ, ନୀରଞ୍ଜନ ହେଲେ ସଭାପତି, ଦୀପ୍ତିରଞ୍ଜନ ସାଧାରଣ ସମ୍ପାଦକ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ସରପଞ୍ଚ ସଂଘ ଗଠିତ ହୋଇଯାଇଛି । ନୟାଗଡ଼ ସହର ମଧ୍ୟରେ ଥିବା ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ପରିସରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l କାର୍ଯ୍ୟକାରୀ ସଭାପତି ନୀରଞ୍ଜନ ବିଧାରଙ୍କ ଆହ୍ୱାନ କ୍ରମେ ଆଜିର ଏହି ବୈଠକରେ ଶ୍ରୀଯୁକ୍ତ ବିଧାର ସର୍ବସମ୍ମତି କ୍ରମେ ସଭାପତି ଦାୟିତ୍ବ ଗ୍ରହଣ କରିଛନ୍ତି । ଏଥିସହିତ ସାଧାରଣ ସମ୍ପାଦକ ଭାବେ ଦୀପ୍ତିରଞ୍ଜନ ପରିଡ଼ା, ଉପସଭାପତି ଭାବେ ଗୀତାଞ୍ଜଳୀ ଜେନା, ମାନସ କୁମାର ମହାକୁଡ଼, ବୃନ୍ଦାବନ ମହାନ୍ତିଙ୍କୁ ଚୟନ କରାଯାଇଛି । ସମ୍ପାଦକ ଭାବେ ରମେଶ ପ୍ରସାଦ ରାଉତ, ନିରୂପମା ପାତ୍ରଙ୍କୁ ଚୟନ କରଯାଇଛି । ସଂଘର ଉପଦେଷ୍ଟା ଭାବେ ସନ୍ୟାସୀ ପ୍ରଧାନ, ପ୍ରଭାତ କୁମାର ପ୍ରଧାନ ଏବଂ ସଞ୍ଜୟ ପଟ୍ଟନାୟକଙ୍କୁ ମନୋନୀତ କରାଯାଇଛି । ପ୍ରଦୀପ କୁମାର ସ୍ବାଇଁଙ୍କୁ କୋଷାଧ୍ୟକ୍ଷ ଭାବେ ଦାୟିତ୍ୱ ଦିଆଯାଇଛି…

Read More

ନୟାଗଡ଼ରେ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ଜାତୀୟ ଆଇନ ସେବା ପ୍ରାଧିରଣଙ୍କ ନିର୍ଦ୍ଦେଶମତେ ଆଜି ଭାରତର ସମସ୍ତ ବିଚାର ବିଭାଗୀୟ ଅଦାଲତ ପରିସରରେ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଅଛି । ନୟାଗଡ ଜିଲ୍ଲାର ଉକ୍ତ ଲୋକ ଅଦାଲତରେ ୫ଟି ମୋଟର ଦୁର୍ଘଟଣା ଜନିତ ମାମଲା ଫଇସଲା କରାଯାଇ କ୍ଷତିପୂରଣ ବାବଦକୁ ଷୋଳ ଲକ୍ଷ ପଞ୍ଚାଅଶୀ ହଜାର ଟଙ୍କା ପ୍ରଦାନ କରିବା ପାଇଁ ବୀମା କମ୍ପାନୀ ମାନଙ୍କୁ ନିର୍ଦେଶ ଦିଆଯାଇଥିଲା । ସେହିପରି ୫୧ ଟି ଦେୱାନି ମାମଲା ଫଇସଲା କରାଯାଇଥିଲା। ଏନ. ଆଇ. ଆକ୍ଟ କେସ ୬ଟି ଏବଂ ବିବାହଜନିତ ୧୦ ମାମଲା ଫଇସଲା କରାଯାଇଥିଲା ।  ବ୍ୟାଙ୍କରୁ ଋଣ ନେଇ ଋଣ ପରିଶୋଧ କରିନଥିବା ୧୩୦ ଜଣ ଋଣ ଗ୍ରହିତାଙ୍କଠାରୁ ୮୦,୬୯, ୫୭୧ ଟଙ୍କା ଦେବା ପାଇଁ ରାଜିନାମା…

Read More

ଲୋକ ନୋଡ଼ାଲ ବିଦ୍ୟାପୀଠରେ ସ୍ବଚ୍ଛତା ପକ୍ଷ

ଓଡ଼ଗାଁ, (ନୟାଗଡ଼ ଦର୍ପଣ): ଶରଣକୁଳ ନିକଟବର୍ତ୍ତୀ ପଞ୍ଚିରିଡା ମାନପୁର ଗ୍ରାମରେ ଥିବା ଲୋକ ନୋଡ଼ାଲ ବିଦ୍ୟାପୀଠରେ ସ୍ବଚ୍ଛତା ପକ୍ଷ ପାଳନ ଅବସରରେ ସ୍ବଚ୍ଛତା ରାଲି ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ପୂର୍ବାହ୍ନରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଦ୍ବେତ ନାରାୟଣ ରଣସିଂହଙ୍କ ପୌରୋହିତ୍ୟରେ ସାମୁହିକ ସ୍ବଚ୍ଛତା ଶପଥ ପାଠ କରା ଯାଇଥିଲା। ତାହା ପରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଶିକ୍ଷକ ମନୋରଞ୍ଜନ ରାଉତଙ୍କ ନେତୃତ୍ବରେ ସ୍ବଚ୍ଛତା ରାଲିରେ ଗ୍ରାମ ପରିକ୍ରମାରେ ବାହାରି ଥିଲେ। ସ୍ବଚ୍ଛତା ରାଲି ବିଦ୍ୟାଳୟରୁ ବାହାରି ପଞ୍ଚିରିଡା ମାନପୁର ଗ୍ରାମର ନୂଆସାହି, ମଝିସାହି ଓ ତଳସାହି ପରିକ୍ରମା କରିଥିଲା। ରାଲି ଫେରିବା ପରେ ଆଜି ହାତଧୂଆ ଦିବସ ପାଳନ ଅବସରରେ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସବୁ ପିଲା ହାତ ଧୋଇ ମଧ୍ୟାହ୍ନ ଭୋଜନ ଖାଇଥିଲେ। ଦ୍ବିତୀୟ ପାଳିରେ ସ୍ବଚ୍ଛତା ପ୍ରତିଯୋଗିତା ଆୟୋଜିତ ହୋଇଥିଲା।…

Read More

ଗୁରୁ ଦିବସରେ ଡ.ସୁରେଶ ବରାଡ଼ଙ୍କ ପୁସ୍ତକ “ଗୁରୁ” ଉନ୍ମୋଚିତ

ଓଡ଼ଗାଁ, (ନୟାଗଡ଼ ଦର୍ପଣ): ନୟାଗଡ଼ ଶରଣକୁଳ ନିକଟସ୍ଥ ପଞ୍ଚିରିଡ଼ା ମାନପୁର ଗ୍ରାମରେ ଥିବା ଲୋକ ନୋଡ଼ାଲ ବିଦ୍ୟାପୀଠରେ ଗୁରୁ ଦିବସ ଅବସରରେ ଏକ ଆୟୋଜିତ ଆଡ଼ମ୍ବରପୂର୍ଣ୍ଣ ଉତ୍ସବରେ ଡ଼. ସୁରେଶ ଚନ୍ଦ୍ର ବରାଡ଼ଙ୍କ ଦ୍ଵାରା ଲିଖିତ କବିତା ପୁସ୍ତକ “ଗୁରୁ” ଉନ୍ମୋଚିତ ହୋଇ ଯାଇଛି। ଏଥି ନିମନ୍ତେ ଲଡ଼ୁବାବା ସାହିତ୍ୟ ସଂସ୍କୃତି ପରିଷଦ ତଥା ଲୋକ ନୋଡ଼ାଲ ବିଦ୍ୟାପୀଠ ମିଳିତ ଆନୁକୁଲ୍ୟରେ ଆୟୋଜିତ ସଭାରେ ପ୍ରଥମେ ଅତିଥିମାନେ ପ୍ରଦୀପ ପ୍ରଜ୍ଵଳନ କରି ମହାପ୍ରଭୁ ଜଗନ୍ନାଥ ଓ ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିଥିଲେ। ଛାତ୍ରୀମାନେ ଗୁରୁ ବନ୍ଧନା ତଥା ସ୍ବାଗତ ସଂଗୀତ ଗାନ କରିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଦ୍ଵେତ ନାରାୟଣ ରଣସିଂହଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଗୁରୁ ଦିବସ ତଥା ପୁସ୍ତକ ଉନ୍ମୋଚନୀ ସଭାରେ ମୂଖ୍ୟ ଅତିଥି ଭାବେ ସ୍ଥାନୀୟ ଭାଗବତ ଆଶ୍ରମର ମଠାଧୀଶ ବାବାଜୀ ଭଗବାନ…

Read More

ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ବିଧାୟକଙ୍କୁ ଆଶୀର୍ବାଦ ଦେଲେ ଗ୍ରାମବାସୀ

ନୟାଗଡ଼,(ନୟାଗଡ଼ ଦର୍ପଣ): ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ଯୋଡିହେଉଛି ଗାଁ’କୁ ସହର ଆଉ ସୁଗମ ହେଉଛି ଗମନା ଗମନ l ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ସାମିଲ ହେଲା ନୟାଗଡ଼ ନିର୍ବାଚନ ମଣ୍ଡଳୀର ନୟାଗଡ଼ ବ୍ଲକର ବିଭିନ୍ନ ଗ୍ରାମ l ଖୁବଶୀଘ୍ର ଟେଣ୍ଡର ପ୍ରକ୍ରିୟା ଶେଷ କରି ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ପାଇଁ ଆସିଲା ନିର୍ଦେଶନାମା l ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ସାମିଲ ହୋଇଥିବା ରାସ୍ତା ଗୁଡିକ ହେଲା ନୟାଗଡ଼ ବ୍ଲକ ଅନ୍ତର୍ଗତ ଭାଟସାହି ଠାରୁ ବନମାଳିପୁର ନୂତନ ରାସ୍ତା ପାଇଁ 4କୋଟି 41ଲକ୍ଷ ଟଙ୍କା, ପିଡବ୍ଲୁଡି ରୋଡ଼ ଠାରୁ ଭାୟା ଶଙ୍ଖେଇ ଉଚ୍ଚ ବିଦ୍ୟାଳୟ – ଆଦର୍ଶ ବିଦ୍ୟାଳୟ – ତେନ୍ତୁଳିଆପଲ୍ଲୀ – ନୋତ୍ତର – ଶଙ୍ଖେଇ ରାସ୍ତା ପାଇଁ 4କୋଟି 26ଲକ୍ଷ ଟଙ୍କା l ସେହିପରି ହାଟଦ୍ୱାର ଠାରୁ ମଙ୍ଗରାଜପୁ- ଖମାରସାହି ରାସ୍ତା ନିର୍ମାଣ ପାଇଁ…

Read More

ବ୍ଳକ ସ୍ତରୀୟ ଗଣିତ ଶିକ୍ଷକଙ୍କର ‘କୌଶଳୀ କ୍ଳବ’ ପ୍ରଶିକ୍ଷଣ ଶିବିର

ଓଡଗାଁ, (ନୟାଗଡ଼ ଦର୍ପଣ): ରାଜ୍ୟ ସରକାର ଚଳିତ ବର୍ଷରୁ ଦଶମ ଶ୍ରେଣୀରେ ଇନସ୍ପିରେସନାଲ କୋର୍ସ ହିସାବରେ ଆଇଟି ବିଷୟକୁ ଅନ୍ତଭୁର୍କ୍ତ କରିଛନ୍ତି। ଏହି ଯୋଜନାରେ ଆଇଟି ଶିକ୍ଷା କ୍ଷେତ୍ରରେ ଦକ୍ଷତାର ବିକାଶ ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଓଡ଼ଗାଁ ବ୍ଳକର ୪୦ ଉଚ୍ଚବିଦ୍ୟାଳୟ ମାନଙ୍କରୁ ୪୦ ଜଣ ଗଣିତ ଶିକ୍ଷକଙ୍କୁ ନେଇ, ଆଜି ଶରଣକୁଳ ନିକଟବତ୍ତୀର୍ ଜବାହରଲାଲ ବିଦ୍ୟାପୀଠ, ନନ୍ଦିଘୋର ଠାରେ ଜିଲ୍ଲା ସ୍ତରୀୟ ଶିକ୍ଷକ ବିକାଶ ପ୍ରଶିକ୍ଷଣ କୌଶଳୀ କ୍ଳବ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିର ୨୮ ରୁ ୩୦ତାରିଖ ପଯ୍ୟର୍ନ୍ତ ୩ଦିନ ଧରି ଚାଲିବ ବୋଲି ଜଣାଯାଇଛି। ଏହି ଶିବିରକୁ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଡ.ବସନ୍ତ କୁମାର ନାୟକ ଉଦଘାଟନ କରିଥିଲେ। ଆଜିର ଉଦଘାଟନୀ ଦିବସରେ ପ୍ରଶିକ୍ଷକ ବିଭୁପ୍ରସାଦ ସାହୁ ବେସିକ୍ ଆଇଟି, ଏମ.ଏସ. ଓ୍ଵାଡ଼ର୍ ଓ ପାଓ୍ଵାର…

Read More

ଚନ୍ଦ୍ରାୟନ ଟିମରେ ନୟାଗଡ଼ ଜିଲ୍ଲାର ଦୁଇ ଯୁବ ବୈଜ୍ଞାନିକ ତଥା ଭାପୁରର ଆଶିଷ ଓ ଓଡ଼ଗାଁର ପୀୟୂଷକାନ୍ତିଙ୍କୁ ଶୁଭେଚ୍ଛାର ସୁଅ

ନୟାଗଡ଼,(ନୟାଗଡ଼ ଦର୍ପଣ): ଚନ୍ଦ୍ରଯାନ-୩ର ସଫଳ ଅବତରଣ ନେଇ ସାରା ଦେଶ ଉତ୍ସାହିତ ଅଛି। ଏହି ଟିମ୍‌ରେ କାମ କରୁଥିବା ବୈଜ୍ଞାନିକମାନଙ୍କ ମଧ୍ୟରେ ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ୍‌ ଅନ୍ତର୍ଗତ ବଡ଼ସହରା ପଞ୍ଚାୟତ ସାନସହରା ଗ୍ରାମର ଯୁବ ବୈଜ୍ଞାନିକ ଆଶିଷ ପଟ୍ଟନାୟକ ଓ ଓଡ଼ଗାଁ ବ୍ଲକ୍ ସୁନାମୁହିଁ ଗ୍ରାମର ବୈଜ୍ଞାନିକ ପୀୟୂଷକାନ୍ତି କରଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବା ସୂଚନା ମିଳିଛି। ଦୁଇ ବୈଜ୍ଞାନିକଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟୁଛି। ଶ୍ରୀ ପଟ୍ଟନାୟକ ଖଣ୍ଡପଡ଼ାର ପୂର୍ବତନ ବିଧାୟକ ଓ ଭାପୁର ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ବଂଶୀଧର ପଟ୍ଟନାୟକଙ୍କ ନାତି ଏବଂ ତାଙ୍କ ପିତା ପୂର୍ବତନ ପ୍ରଧାନଶିକ୍ଷକ ମୁରଲୀଧର ପଟ୍ଟନାୟକ ଓ ମାତା ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ମଞ୍ଜୁରାଣୀ ପଟ୍ଟନାୟକ। ସେ ଇସ୍ରୋ ଶ୍ରୀହରିକୋଟାରେ ୨୦୦୬ ମସିହାରୁ ବୈଜ୍ଞାନିକ ଭାବେ ଯୋଗଦାନ କରି କାର୍ଯ୍ୟ କରିଆସୁଛନ୍ତି। ସେ ରକେଟ୍ ତଥା…

Read More

ନୂଆରୂପ ପାଇବ ନୟାଗଡ଼ ମୁନିସିପାଲିଟି, ୱାର୍ଡ଼ ୱାର୍ଡ଼ ବୁଲି ସମୀକ୍ଷା କରୁଛନ୍ତି ବିଧାୟକ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସହରର ସମସ୍ତ ୱାର୍ଡର ରୂପାନ୍ତରଣ କାର୍ଯ୍ୟ ଖୁବଶୀଘ୍ର ଆରମ୍ଭ ହେବ। ଗତ ସପ୍ତାହରେ ନୟାଗଡ଼ ସହରରେ ବିକାଶର ଯାତ୍ରା ଚାଲିଛି। ୫-ଟି ମାଧ୍ୟମରେ ଅନେକ ପ୍ରକଳ୍ପ ଅନୁମୋଦନ ହୋଇଛି । ପ୍ରତ୍ୟେକ ୱାର୍ଡକୁ ଲକ୍ଷାଧ୍ୟକ ଟଙ୍କା ମିଳିଥିବାବେଳେ ଟଙ୍କାର କିପରି ସୁବିନିଯୋଗ ହେବ ନୟାଗଡ ବିଧାୟକ ଡ.ଅରୁଣ କୁମାର ସାହୁ ସମସ୍ତ ୱାର୍ଡ ବୁଲି ଏହାର ସମୀକ୍ଷା କରିଛନ୍ତି। ଶୁକ୍ରବାର ୱାର୍ଡ ନଂ-୭ ରୁ ସମୀକ୍ଷା ଆରମ୍ଭ ହୋଇଥିଲା। ବହୁ ସଂଖ୍ୟାରେ ମହିଳାଙ୍କ ଠାରୁ ଆରମ୍ଭ କରି ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ ଓ ସହରର ପୁରୁଖା ଲୋକମାନେ ଏଥିରେ ସାମିଲ ହୋଇଥିଲେ । ବିଭିନ୍ନ ୱାର୍ଡରେ କାଉନସିଲରମାନେ ଉପସ୍ଥିତ ରହି ସମୀକ୍ଷା ବୈଠକରେ ଅଂଶଗ୍ରହଣ କରିଥିଲେ । ଏହା ପରେ ୮ନଂ ୱାର୍ଡରେ ସମୀକ୍ଷା କରାଯାଇଥିଲା। ସେହିପରି ଭାବେ ୯ ନଂ ଓ…

Read More

ଲୋକ ନୋଡ଼ାଲ ବିଦ୍ୟାପୀଠରେ ‘ଭାରତର ଚନ୍ଦ୍ର ବିଜୟ’ ଉତ୍ସବ ପାଳିତ

ଶରଣକୁଳ,(ନୟାଗଡ଼ ଦର୍ପଣ): ଶରଣକୁଳ ନିକଟସ୍ଥ ପଞ୍ଚିରିଡ଼ା ମାନପୁର ଲୋକ ନୋଡ଼ାଲ ବିଦ୍ୟାପୀଠରେ ଗତକାଲି ଚନ୍ଦ୍ରଯାନ-୩ର ଚନ୍ଦ୍ର ବିଜୟ ଉପଲକ୍ଷେ ଆଜି ଭାରତର ଚନ୍ଦ୍ର ବିଜୟ ଉତ୍ସବ ପାଳିତ ହୋଇ ଯାଇଛି। ଏ ଉତ୍ସବ ଉପଲକ୍ଷେ ପିଲାମାନଙ୍କ ମଧ୍ୟରେ ଚନ୍ଦ୍ରଯାନ ଚିତ୍ରାଙ୍କନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା। ଚିତ୍ରାଙ୍କନରେ ପ୍ରଥମ ହୋଇଥିବା ପ୍ରତିଯୋଗୀଙ୍କର ଚିତ୍ରକୁ ସାଧାରଣ ପ୍ରଦର୍ଶନ ପାଇଁ ରଖାଯାଇଥିଲା। ଜୁଲାଇ ୧୪ ତାରିଖରେ ଚନ୍ଦ୍ରଯାନ ୩ର ପ୍ରକ୍ଷେପଣ ଠାରୁ ଆଜି ପଯ୍ୟର୍ନ୍ତ ବହୁ ପ୍ରସାରିତ ଖବର କାଗଜ ‘ପ୍ରମେୟ’ରେ ପ୍ରକାଶିତ ଖବରର ଖବର କାଗଜ କଟିଂକୁ ନେଇ ଏକ ଚନ୍ଦ୍ରଯାନ ୩ର ପ୍ରଦର୍ଶନୀ ଆୟୋଜିତ ହୋଇଥିଲା। ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ଏହି ପ୍ରଦର୍ଶନୀର ଆନନ୍ଦ ନେବାକୁ ଆହ୍ଵାନ କରାଯାଇଥିଲା। ପ୍ରଦର୍ଶନୀରେ ଶିକ୍ଷକ ବଣ୍ଟୁ ପ୍ରଧାନ, ଶିକ୍ଷୟିତ୍ରୀ ରୋଜାଲିନ ପଟ୍ଟନାୟକ ଓ ଆରଧନା ଗୌଡ଼ ଛାତ୍ରଛାତ୍ରୀମାନଙ୍କୁ ଚନ୍ଦ୍ରଯାନ ସମ୍ପର୍କରେ ବୁଝାଇଥିଲେ।…

Read More