ଲୋକ ନୋଡ଼ାଲ ବିଦ୍ୟାପୀଠରେ ‘ଭାରତର ଚନ୍ଦ୍ର ବିଜୟ’ ଉତ୍ସବ ପାଳିତ

ଶରଣକୁଳ,(ନୟାଗଡ଼ ଦର୍ପଣ): ଶରଣକୁଳ ନିକଟସ୍ଥ ପଞ୍ଚିରିଡ଼ା ମାନପୁର ଲୋକ ନୋଡ଼ାଲ ବିଦ୍ୟାପୀଠରେ ଗତକାଲି ଚନ୍ଦ୍ରଯାନ-୩ର ଚନ୍ଦ୍ର ବିଜୟ ଉପଲକ୍ଷେ ଆଜି ଭାରତର ଚନ୍ଦ୍ର ବିଜୟ ଉତ୍ସବ ପାଳିତ ହୋଇ ଯାଇଛି। ଏ ଉତ୍ସବ ଉପଲକ୍ଷେ ପିଲାମାନଙ୍କ ମଧ୍ୟରେ ଚନ୍ଦ୍ରଯାନ ଚିତ୍ରାଙ୍କନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା। ଚିତ୍ରାଙ୍କନରେ ପ୍ରଥମ ହୋଇଥିବା ପ୍ରତିଯୋଗୀଙ୍କର ଚିତ୍ରକୁ ସାଧାରଣ ପ୍ରଦର୍ଶନ ପାଇଁ ରଖାଯାଇଥିଲା। ଜୁଲାଇ ୧୪ ତାରିଖରେ ଚନ୍ଦ୍ରଯାନ ୩ର ପ୍ରକ୍ଷେପଣ ଠାରୁ ଆଜି ପଯ୍ୟର୍ନ୍ତ ବହୁ ପ୍ରସାରିତ ଖବର କାଗଜ ‘ପ୍ରମେୟ’ରେ ପ୍ରକାଶିତ ଖବରର ଖବର କାଗଜ କଟିଂକୁ ନେଇ ଏକ ଚନ୍ଦ୍ରଯାନ ୩ର ପ୍ରଦର୍ଶନୀ ଆୟୋଜିତ ହୋଇଥିଲା।

ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ଏହି ପ୍ରଦର୍ଶନୀର ଆନନ୍ଦ ନେବାକୁ ଆହ୍ଵାନ କରାଯାଇଥିଲା। ପ୍ରଦର୍ଶନୀରେ ଶିକ୍ଷକ ବଣ୍ଟୁ ପ୍ରଧାନ, ଶିକ୍ଷୟିତ୍ରୀ ରୋଜାଲିନ ପଟ୍ଟନାୟକ ଓ ଆରଧନା ଗୌଡ଼ ଛାତ୍ରଛାତ୍ରୀମାନଙ୍କୁ ଚନ୍ଦ୍ରଯାନ ସମ୍ପର୍କରେ ବୁଝାଇଥିଲେ। ତାହାପରେ ସ୍ମାର୍ଟ କ୍ଳାସରେ ଛାତ୍ରଛାତ୍ରୀମାନଙ୍କୁ ଗତକାଲିର ବିକ୍ରମ ଲ୍ୟାଣ୍ଡରର ସଫ୍ଟ ଲ୍ୟାଣ୍ଡିଂର ଅକଳ୍ପନୀୟ, ଅବିଶ୍ଵସନୀୟ ତଥା ଚିତାକର୍ଷକ ଭିଡ଼ିଓ ପ୍ରଦର୍ଶନ କରାଯାଇଥିଲା। ଉତ୍ସବରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଦ୍ଵୈତ ନାରାୟଣ ରଣସିଂହ ଅଧ୍ୟକ୍ଷତା କରିଥିବା ବେଳେ ବରିଷ୍ଠ ଶିକ୍ଷକ ଡଃ ସୁରେଶ ଚନ୍ଦ୍ର ବରାଡ଼ ଭାରତର ଚନ୍ଦ୍ର ବିଜୟର ବିଶେଷତା ବର୍ଣ୍ଣନା କରିବା ସହ ଚନ୍ଦ୍ରଯାନ ୩ର ପ୍ରକ୍ଷେପଣ, ଚନ୍ଦ୍ରରେ ଅବତରଣ ଓ ପ୍ରଜ୍ଞାନ ରୋଭର ବିକ୍ରମ ଲାଣ୍ଡରରୁ ବାହାରକୁ ଆସି କରିଥିବା ଚନ୍ଦ୍ର ବିଚରଣ ସମ୍ପର୍କରେ ବର୍ଣ୍ଣନା କରିଥିଲେ। ପ୍ରଧାନ ଶିକ୍ଷକ ସମସ୍ତେ ବୈଜ୍ଞାନିକ ମନୋଭାବ ପ୍ରଦର୍ଶନ ସହ ଭାରତର ମହାକାଶ ଗବେଷଣା କ୍ଷେତ୍ରରେ କାଯ୍ୟର୍କରିବା ପାଇଁ ଆଗେଇ ଆସିବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ। ବିଦ୍ୟାପୀଠର ଶିକ୍ଷକ ରମେଶ ଚନ୍ଦ୍ର ମହାନ୍ତି, ମାନସ ରଂଜନ ସାହୁ, ଅଶୋକ କୁମାର ମହାପାତ୍ର, କୃପାସିନ୍ଧୁ ମିଶ୍ର, ଚିନ୍ତାମଣି ମହାରଣା, ଶୁଭେନ୍ଦୁ ପରିଡ଼ା, ଶିକ୍ଷୟତ୍ରୀ ମାଳତୀ ଦେଈ, ମାଳତୀ ବେହେରା, ଅଫିସ ସହାୟକ ଜଗନ୍ନାଥ ବାରିକ, ଭବାନୀ ବାଘ ଓ କୁନି ପ୍ରଧାନ ପ୍ରମୁଖ ଏହି କାଯ୍ୟର୍କ୍ରମରେ ସହଯୋଗ କରିଥିଲେ। ଶେଷରେ ଶିକ୍ଷକ ମନୋରଂଜନ ରାଉତ ଧନ୍ୟବାଦ ପ୍ରଦାନ କରିଥିଲେ।

Related posts