ନୟାଗଡ଼ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ କଲେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ

ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲା ତଥା ଦୌରା ଜଜ ଜଷ୍ଟିସ ଆନନ୍ଦ ନାରାୟଣ ମହାରଣାଙ୍କ ଅନୁମତି କ୍ରମେ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ତଥା ବରିଷ୍ଠ ବର୍ଗ ବିଚାରପତି ଜଷ୍ଟିସ ବିଶେଷ କୁମାର ସାହୁ ମା ଶୂଳିଆ ସରକାରୀ ଉଚ୍ଚ ବିଦ୍ୟାଳୟକୁ ଗସ୍ତ କରିଥିଲେ । ସେଠାରେ ପୋକସୋ ଘଟଣା ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ବିକାଶ ମୂଳକ ଯୋଜନା ବିଷୟରେ ବୁଝାଇବା ସହିତ, ଛାତ୍ର ଛାତ୍ରୀମାନଙ୍କ ଭଲ ମନ୍ଦ ବୁଝିଥିଲେ । ବରିଷ୍ଠ ଆଇନଜୀବୀ ରମେଶ ଚନ୍ଦ୍ର ମହାରଣା ଏବଂ ପ୍ରାଧିକରଣ ସଦସ୍ୟ ମହମ୍ମଦ ଓମର ମଲ୍ଲିକ ନିଜ ନିଜର ମତ ରଖିଥିଲେ । ପରେ ଭାଗୀରଥୀ ସରକାରୀ ଉଚ୍ଚ ବିଦ୍ୟାଳୟକୁ ଯାଇ ସେଠାରେ ବିଭିନ୍ନ ଆଇନ ବିଷୟରେ ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ ।

୨୩ ତାରିଖରେ ଜନତା ବିଦ୍ୟାପୀଠରେ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କ ସୁରକ୍ଷା ଏବଂ ସୁବିଧା ତର୍ଜମା କରିଥିଲେ । ୨୪ ତାରିଖରେ କେନ୍ଦ୍ରୀୟ ବିଦ୍ୟାଳୟ, ନୟାଗଡ ଗସ୍ତକରି ଛାତ୍ରଛାତ୍ରୀଙ୍କୁ ଆଇନସେବା ପ୍ରାଧିକରଣ ଅଧିନିୟମ ୧୯୮୭ ଏବଂ ସ୍ଥାୟୀ ଲୋକ ଅଦାଲତ ବିଷୟରେ ବୁଝାଇଥିଲେ । ତତପରେ ଜାତୀୟ ସେବା ସଂସ୍ଥା ବହୁମୂଖୀ ସରକାରୀ ଉଚ୍ଚ ବିଦ୍ୟାଳୟ ନବଘନପୁର ଗସ୍ତ କରିଥିଲେ । ଛାତ୍ରଛାତ୍ରୀଙ୍କ ବିଜ୍ଞାନଗାରରେ ପଠନ ସୁବିଧା ଅସୁବିଧା ବୁଝିବା ସହିତ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଗତବର୍ଷ ହୋଇଥିବା ଚାରାରୋପଣ କ୍ଷେତ୍ର ପରିଦର୍ଶନ କରି ସନ୍ତୋଷ ବ୍ୟକ୍ତ କରିଥିଲେ ।

Related posts