ଦଶପଲ୍ଲା,(ନୟାଗଡ଼ ଦର୍ପଣ): ବାଣିଗୋଛା ପୁଲିସକୁ ମିଳିଛି ସଫଳତା l ପେଟ୍ରୋଲିଂ ସମୟରେ ଗଞ୍ଜେଇ ଚୋରା ଚାଲାଣ କରୁଥିବା ଜଣେ ଯୁବକକୁ ପୁଲିସ ଧରିବାରେ ସଫଳତା ପାଇଛି l କଟକ ଜିଲ୍ଲା କିଶୋର ନଗର ଗାଁର କଣ୍ଡୁରି ଚରଣ ସାହୁଙ୍କପୁଅ ଉଲ୍ଲାସ ସାହୁ ଏକ ବାଇକରେ ଗଞ୍ଜେଇ ଆଣୁଥିବା ବେଳେ ପୁଲିସ ହାବୁଡରେ ପଡିଥିଲେ l ନୟାଗଡ଼ ଜିଲ୍ଲା ବାଣିଗୋଛା ଥାନା ପକ୍ଷରୁ ୭୪/୨୩ରେ ମାମଲା ରୁଜୁ କରାଯାଇ ଅଭିଯୁକ୍ତକୁ ଗିରଫ କରାଯାଇଛି l ତାଙ୍କ ଠାରୁ ୧୨ କେଜି ଗଞ୍ଜେଇ ଜବତ କରିବା ସହ ବାଜାଜ ଏକ୍ସସିଡି ୧୨୫ ମୋଟର ସାଇକେଲ ଗାଡି ନମ୍ବର ଓଆର୨୧ ବି୧୫୦୧ ଗାଡିକୁ ସିଜ କରିବା ସହ ଉଲ୍ଲାସକୁ କୋର୍ଟ ଚାଲାଣ କରାଯାଇଥିବା ବାଣିଗୋଛା ଥାନା ଆଇଆଇସି ଲକ୍ଷ୍ମଣ ଦଣ୍ଡସେନା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି l
ଵାଣିଗୋଚ୍ଛା ପୋଲିସ ଦ୍ୱାରା ଗଞ୍ଜେଇ ଜବତ, ଉଲ୍ଲାସ ଗିରଫ
