ନାବାଳକ ଗାଡି ଚଲାଉଥିଲେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ

ନୟାଗଡ଼,(ନୟାଗଡ଼ ଦର୍ପଣ): ବିନା ଲାଇସେନ୍ସରେ ଗାଡି ଚଳାଉଥିବା ଛାତ୍ରଛାତ୍ରୀଙ୍କୁ ସଚେତନତା କରିବା ସହିତ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ନୟାଗଡ଼ ଏସପି ଶ୍ରୀ ରାହୁଲ ଜୈନ। ଏହି ଉଦ୍ଦେଶ୍ୟରେ ଜିଲ୍ଲାର ସମସ୍ତ ହାଇସ୍କୁଲର ପ୍ରଧାନ ଶିକ୍ଷକ ଓ କଲେଜ ଅଧ୍ୟକ୍ଷଙ୍କୁ ଏସପି ଜୈନ ଚିଠି ଲେଖିଛନ୍ତି ବୋଲି ଏସଡିପିଓ ସ୍ନେହାଶିଷ ସାହୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଯଦି ଏହା ମଧ୍ୟରେ ପିଲାମାନେ ସଚେତନ ନ ହୁଅନ୍ତି ତେବେ ଟ୍ରାଫିକ ନିୟମ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Related posts