ଓଡଗାଁ, (ନୟାଗଡ଼ ଦର୍ପଣ): ରାଜ୍ୟ ସରକାର ଚଳିତ ବର୍ଷରୁ ଦଶମ ଶ୍ରେଣୀରେ ଇନସ୍ପିରେସନାଲ କୋର୍ସ ହିସାବରେ ଆଇଟି ବିଷୟକୁ ଅନ୍ତଭୁର୍କ୍ତ କରିଛନ୍ତି। ଏହି ଯୋଜନାରେ ଆଇଟି ଶିକ୍ଷା କ୍ଷେତ୍ରରେ ଦକ୍ଷତାର ବିକାଶ ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଓଡ଼ଗାଁ ବ୍ଳକର ୪୦ ଉଚ୍ଚବିଦ୍ୟାଳୟ ମାନଙ୍କରୁ ୪୦ ଜଣ ଗଣିତ ଶିକ୍ଷକଙ୍କୁ ନେଇ, ଆଜି ଶରଣକୁଳ ନିକଟବତ୍ତୀର୍ ଜବାହରଲାଲ ବିଦ୍ୟାପୀଠ, ନନ୍ଦିଘୋର ଠାରେ ଜିଲ୍ଲା ସ୍ତରୀୟ ଶିକ୍ଷକ ବିକାଶ ପ୍ରଶିକ୍ଷଣ କୌଶଳୀ କ୍ଳବ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିର ୨୮ ରୁ ୩୦ତାରିଖ ପଯ୍ୟର୍ନ୍ତ ୩ଦିନ ଧରି ଚାଲିବ ବୋଲି ଜଣାଯାଇଛି। ଏହି ଶିବିରକୁ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଡ.ବସନ୍ତ କୁମାର ନାୟକ ଉଦଘାଟନ କରିଥିଲେ।

ଆଜିର ଉଦଘାଟନୀ ଦିବସରେ ପ୍ରଶିକ୍ଷକ ବିଭୁପ୍ରସାଦ ସାହୁ ବେସିକ୍ ଆଇଟି, ଏମ.ଏସ. ଓ୍ଵାଡ଼ର୍ ଓ ପାଓ୍ଵାର ପଏଣ୍ଟ ଉପରେ ତାଲିମ ଦେଇଥିବା ବେଳେ ଜ୍ୟୋତିପ୍ରକାଶ ମିଶ୍ର ଏହାକୁ ବିଦ୍ୟାଳୟରେ ଖୋଲାଯାଇଥିବା ଇ-ଲାଇବ୍ରେରୀ ଓ ଲାବୋରେଟୋରୀକୁ ବ୍ୟବହାର କରି କିପରି ପିଲାମାନଙ୍କୁ ଶିକ୍ଷା ଦିଆଯାଇ ପାରିବ ତାହା ଉପରେ ତାଲିମ ପ୍ରଦାନ କରିଥିଲେ। ପୂବାର୍ହ୍ନ ଅଧିବେଶନକୁ ପ୍ରଶିକ୍ଷକ ବିଭୁପ୍ରସାଦ ସାହୁ ପରିଚାଳନା କରିଥିବା ବେଳେ ମଧ୍ୟାହ୍ନ ଭୋଜନ ପରବତ୍ତୀର୍ ଅଧିବେଶନକୁ ଜ୍ୟୋତିପ୍ରକାଶ ମିଶ୍ର ପରିଚାଳନା କରିଥିଲେ। ପ୍ରଥମ ଅଧିବେଶନକୁ ଉଦଘାଟନ କରି ଡ. ନାୟକ ଏହି ତାଲିମ ଶିବିରର ପ୍ରଶିକ୍ଷଣକୁ ଚାପମୁକ୍ତ ଓ ସକରାତ୍ମକ ଭାବରେ ଗ୍ରହଣ କରି ବିଦ୍ୟାଳୟ ସ୍ତରରେ ପ୍ରୟୋଗ କରିବାକୁ ମାର୍ଗଦର୍ଶନ ଦେଇଥିଲେ। କାଯ୍ୟର୍କ୍ରମ ପରିଚାଳନାରେ ଶିକ୍ଷକ ବିଜୟ କୁମାର ଗାଆଣ, ଶ୍ରୀଧର ପରିଡ଼ା, ନଳିନୀ ଜେନା, ଦେବୀପ୍ରସାଦ ଦାସ, ଶିକ୍ଷୟିତ୍ରୀ ସୁଲୋଚନା ସ୍ବାଇଁ, ବନିତା ସାହୁ ଓ ପ୍ରିୟଙ୍କା ପ୍ରଧାନ ସହଯୋଗ କରିଥିଲେ। ଶେଷରେ ଜବାହରଲାଲ ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ବସନ୍ତ କିଶୋର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।