ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ଗର୍ବ ତଥା ଇଟାମାଟିର ପୁଅ ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ପର୍ବତାରୋହୀ ତଥା ଆକାଶବାଣୀର ନିର୍ଦ୍ଦେଶକ ସୌଭାଗ୍ୟ କୁମାର ରଥଙ୍କୁ ବିଜୁ ମହତାବ ସ୍ବେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ଏକ ସମ୍ବର୍ଦ୍ଧନା ଉତ୍ସବରେ “ମାଟିର ମହକ ସମ୍ମାନ”ରେ ସମ୍ବର୍ଦ୍ଧିତ କରାଯାଇଛି । ଏ ଅଞ୍ଚଳର ଶିକ୍ଷାନୁଷ୍ଠାନ, ସାଂସ୍କୃତିକ ଅନୁଷ୍ଠାନ ଆଦି ପଚାଶରୁ ଉର୍ଦ୍ଧ୍ଵ ଅନୁଷ୍ଠାନ ବୁଦ୍ଧିଜୀବୀ ଏବଂ ଶତାଧିକ ଛାତ୍ରଛାତ୍ରୀ ଯୋଗଦାନ କରିଥିବା ଏ ଉତ୍ସବରେ ସ୍ଥାନୀୟ ବିଧାୟକ ଡଃ ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଶ୍ରୀମାନ ରଥଙ୍କୁ ମାନପତ୍ର ପୁଷ୍ପଗୁଚ୍ଛ ଏବଂ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିବା ସହ ଏହା କେବଳ ଇଟାମାଟି ବା ନୟାଗଡ଼ର ନୁହେଁ ବରଂ ପ୍ରତ୍ୟେକ ଓଡ଼ିଆର ଏବଂ ଓଡ଼ିଶାର ବୋଲି କହିବା ସହ ଆମେ ଅଧିକ ସଫଳତା କାମନା କରିବୁ ବୋଲି କହିଥିଲେ l ସମାଜସେବୀ ତଥା ବିଜୁ ମହତାବ ସ୍ବେଚ୍ଛାସେବୀ ଅନୁଷ୍ଠାନର ସଭାପତିଙ୍କ ନେତୃତ୍ୱରେ ଅନୁଷ୍ଠିତ ଏ ସମ୍ବର୍ଦ୍ଧନା ଉତ୍ସବରେ ଜିଲ୍ଲା ପରିଷଦ ସଭ୍ୟ ଆଶିଷ କୁମାର ଅଗ୍ରୱାଲ, ଅବସରପ୍ରାପ୍ତ ଅଧକ୍ଷ ଅଶୋକ କୁମାର ନାୟକ, ଅଧକ୍ଷ ଅଭିମନ୍ୟୁ ସାହୁ ଯୋଗଦାନ କରିଥିଲେ l ଶ୍ରବଣ ରାମ, ଅଜିତ୍ ପ୍ରସାଦ ସାହୁ, କିଶୋର ନାୟକ, ସଚି ସାଥୂଆ, ଉମେଶ ସାହୁ, ଜଗନ୍ନାଥ ଦାସ, ଉମେଶ ଚନ୍ଦ୍ର ପଟ୍ଟନାୟକ, ବିଶ୍ଵନାଥ ମହାପାତ୍ର ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ l ଅନୁଷ୍ଠାନର ସଦସ୍ୟ ଅନନ୍ତ ସାହୁ, ଲିଙ୍କନ ସାହୁ ସଂଯୋଜନା କରିବା ସହ ପ୍ରାୟ ପଚାଶରୁ ଅଧିକ ଅନୁଷ୍ଠାନ ସୌଭାଗ୍ୟଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ ।
ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ପର୍ବତାରୋହୀ ତଥା ନୟାଗଡ଼ ଜିଲ୍ଲାର ଗର୍ବ ସୌଭାଗ୍ୟ ରଥଙ୍କୁ “ମାଟିର ମହକ ସମ୍ମାନ”
