ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ କୋର୍ଟ ସମ୍ମିଳନୀ କକ୍ଷରେ ଜିଲ୍ଲା ଆଇନସେବା ପ୍ରାଧିକରଣ, ନୟାଗଡ ଆନୁକୂଲ୍ୟରେ ତଥା ଜିଲ୍ଲା ଓ ଦୌରାଜଜ ଆନନ୍ଦ ନାରାୟଣ ମହାରଣାଙ୍କ ଅନୁମତି କ୍ରମେ ପ୍ୟାନେଲ ଓକିଲମାନଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି l ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ନିରଞ୍ଜନ ପଣ୍ଡା ସଭାପତିତ୍ବ କରିଥିଲେl ପ୍ରାରମ୍ଭରେ ପ୍ରାଧିକରଣ ସଚିବ ତଥା ବରିଷ୍ଠ ବର୍ଗ ବିଚାରପତି ବିଶେଷ କୁମାର ସାହୁ ପ୍ରଶିକ୍ଷଣର ଆଭିମୁକ୍ଷ୍ଯ ପ୍ରଦାନ କରିଥିଲେ l ପବିତ୍ରାନନ୍ଦ ପ୍ରଧାନ, ବରିଷ୍ଠ ଦେୱାନୀ ବିଚାରପତି (ଏଲ.ଆର. ଏବଂ ଏଲଟିଭି), ବିଶ୍ୱଜିତ ନାୟକ, ବରିଷ୍ଠ ଦେୱାନୀ ବିଚାରପତି ପ୍ରଶିକ୍ଷଣ ପ୍ରଦାନ କରିଥିଲେ l ଉକ୍ତ କାର୍ଯ୍ୟକ୍ରମରେ ବିଚାରଧୀନ ବନ୍ଦୀ, ପୀଡିତା କ୍ଷତି ପୁରଣ, ତ୍ଵରିତ ବିଚାର ପ୍ରକ୍ରିୟା, ଆଇନଗତ ସହାୟତା ଉପରେ ବିଶେଷ ଆଲୋଚନା ମାଧ୍ୟମରେ ପ୍ରଶିକ୍ଷଣ ଦିଆଯାଇଥିଲା l ନାଗରିକ ମାନଙ୍କର ଅଧିକାରକୁ ସୁରକ୍ଷା ଦେବା ଅଧିବକ୍ତା ମାନଙ୍କର କର୍ତ୍ତବ୍ୟବୋଲି ମୁଖ୍ୟବକ୍ତା ମତପୋଷଣ କରିଥିଲେ l
