ନୟାଗଡ଼, (ନୟାଗଡ଼ ଦର୍ପଣ): ବିଶେଷ ସୂତ୍ରରୁ ଖବର ପାଇ ବିଳମ୍ବିତ ରାତିରେ ତହସିଲଦାରଙ୍କ ଚଢ଼ାଉ । ଗୋଟିଏ ମୋରମ ବୋଝେଇ ଟ୍ରାକ୍ଟର ସହ ଗୋଟିଏ ଜେସିବି ଗାଡି ଜବତ କରିଛନ୍ତି ନୟାଗଡ଼ ତହସିଲଦାର ରାଜେଶ କେଶରୀ ସ୍ଵାଇଁ । ସୂଚାନୁସାରେ, ନୟାଗଡ଼ ତହସିଲ ଅନ୍ତର୍ଗତ ବଡ଼ ପଣ୍ଡୁସର ନିକଟରେ ବିଳମ୍ବିତ ରାତିରେ ଅନାବଧ୍ୟ ଭାବେ ମୋରମ ଖୋଳି ଚାଲାଣ ହେଉଥିବା ବେଳେ ନୟାଗଡ଼ ତହସିଲଦାର ଘଟଣା ସ୍ଥଳରେ ଚଢ଼ାଉ କରିଥିଲେ । ଚଢ଼ାଉ ସମୟରେ ମୋରମ ବୋଝଇ ସ୍ବରାଜ ଟ୍ରାକ୍ଟର ନମ୍ବର (OD 25F 8348) ଓ ଜେସିବି ନମ୍ବର (OD 33A 5539) ଉଭୟ ଗାଡିକୁ ଇଟାମାଟି ଥାନାକୁ ଆଣି କାଗଜ ପତ୍ର ଯାଞ୍ଚ କରିବା ସହ ଜବତ କରିଥିଲା ଏହା ସହିତ ଗୋଟିଏ ମାଙ୍କଡା ବୋଝେଇ ଟ୍ରକ ନମ୍ବର (OR 02 BE 9827)କୁ…
Read MoreCategory: ଓଡ଼ଗାଁ ବ୍ଲକ
ନିର୍ବାଚନକୁ ନେଇ ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ
ନୟାଗଡ଼, (ନୟାଗଡ଼ ଦର୍ପଣ): ନିର୍ବାଚନ ତାରିଖ ଘୋଷଣା ହେବା ପରେ ନୟାଗଡ଼ ଜିଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ। ଜିଲ୍ଲାପାଳ ସ୍ଵଧାଦେବ ସିଂଙ୍କ ସଭାପତିତ୍ବରେ ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ, ଅତିରିକ୍ତ ଜିଲ୍ଲାପାଳ ଦିଲ୍ଲୀପ କୁମାର ବଳ, ଅତିରିକ୍ତ ଜିଲ୍ଲାପାଳ ନିର୍ବାଚନ ରୋଜିନା ଦାସ, ଜିଲ୍ଲାପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଦେବଦତ ପଣ୍ଡା, ଉପଜିଲ୍ଲାପାଳ କର୍ଣଦେବ ସମାଦାର, ଡେପୁଟି କଲେକ୍ଟର ଅଭିଜିତ ଷଡ଼ଙ୍ଗୀ, ଅନ୍ୟତମ ଡେପୁଟି କଲେକ୍ଟର ପ୍ରାପ୍ତି ରାଜ ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲାର ୪ଗୋଟି ନିର୍ବାଚନ ମଣ୍ଡଳୀରେ କିପରି ଶାନ୍ତିପୂର୍ଣ୍ଣ ଭାବେ ନିର୍ବାଚନ ଅନୁଷ୍ଠିତ ହେବ ସେଥି ନିମନ୍ତେ ସମସ୍ତ ପଦକ୍ଷେପ ନିଆଯାଇଥିବା ଜିଲ୍ଲାପାଳ ଜଣାଇଥିଲେ। ନିର୍ବାଚନ ଆଚରଣ ଵିଧି ଲାଗୁ ହେବାପରେ କୌଣସି ସ୍ଥାନରେ ନୂଆ କାମ କିମ୍ବା ନୂଆ ନିଯୁକ୍ତି ପ୍ରଦାନ କରାଯିବ ନାହିଁ,ନିର୍ବାଚନ ତାରିଖ ଘୋଷଣା ହେବା ପରେ…
Read Moreନୟାଗଡ଼ ବିଜେପି ପାଇଁ ମହଂଗା ସାବ୍ୟସ୍ତ ହେବ ରାୟ ଦମ୍ପତ୍ତିଙ୍କ ଇସ୍ତଫା
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ନିର୍ବାଚନ ମଣ୍ଡଳୀରେ ୬ହଜାରରୁ ୬୬ହଜାର ପଦ୍ମ ଫୁଟାଇଥିବା ରାୟ ଦମ୍ପତି ଚଳିତ ନିର୍ବାଚନରେ ବିଜେପି ପାଇଁ କାଳ ସାଜିବେ ବୋଲି ନୟାଗଡ଼ରେ ଚର୍ଚ୍ଚା। ନୟାଗଡ ଜିଲ୍ଲାରେ ପଦ୍ମ ଦଳର ସମ୍ପତ୍ତି କୁହାଯାଉଥିବା ଲାଲା ମନୋଜ ରାୟ ଓ ତାଙ୍କ ପତ୍ନୀ ଇରାନୀ ରାୟ ଏବେ ଦଳ ଛାଡ଼ିଛନ୍ତି । ଦଳ ଛାଡ଼ିବା ବେଳେ ରାୟ ଦମ୍ପତ୍ତି ଯେପରି ରାଜ୍ୟ ନେତୃତ୍ୱ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି, ତାହା ହିଁ ପଦ୍ମ ଦଳିଆ ରାଜ୍ୟ ତୁଙ୍ଗ ନେତାଙ୍କ ଶିରପୀଡ଼ା କରିଦେଇଛି। ଜଣେ ସଂଗ୍ରାମୀ ନେତ୍ରୀ ଭାବରେ ପରିଚିତ ଇରାନୀ ରାୟ ଗାଁ ଗାଁ ବୁଲି ଦଳର ସଙ୍ଗଠନକୁ ସୁଦୃଢ଼ କରିଥିଲେ। ୨୦୧୪ରୁ ୨୦୧୯ ମଧ୍ୟରେ ଦଳର ଭୋଟକୁ ନୟାଗଡ଼ରେ ୬ ହଜାରରୁ ୬୬ ହଜାରରେ ପହଞ୍ଚାଇବାକୁ ସକ୍ଷମ ହୋଇଥିଲେ। ଦଳର ବିଭିନ୍ନ କାର୍ଯ୍ୟକ୍ରମକୁ…
Read Moreଗାଇଡାନ୍ସ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ ‘ମେମୋରିଆ’ ପାଳିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ପଠାଣି ସାମନ୍ତ ସଂସ୍କୃତି ଭବନରେ ବଚପନ୍ ଓ ଗାଇଡ଼ାନ୍ସ ପବ୍ଲିକ ସ୍କୁଲର ଦ୍ୱାଦଶ ବାର୍ଷିକ ଉତ୍ସବ ମେମୋରିଆ (୨୦୨୩-୨୪)ବିଦ୍ଯାଳୟର ପ୍ରତିଷ୍ଠାତା ଚେୟାରମ୍ୟାନ ଅବିନାଶ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇ ଯାଇଛି। ପ୍ରଥମ ଦିବସରେ ମୁଖ୍ଯ ଅତିଥି ଭାବେ ନୟାଗଡ଼ ପୌରପରିଷଦ ପୌରଧ୍ଯକ୍ଷା ନିରୁପମା ଖଟେଇ ଯୋଗଦେଇଥିବା ବେଳେ ମୁଖ୍ଯ ବକ୍ତା ଭାବେଜିଲ୍ଲା ଲେଖକ ପରିଷଦର ସଭାପତି ପ୍ରଧାନୀ ବୃନ୍ଦାବନ ମହାପାତ୍ର , ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ଶିଶୁ ସାହିତ୍ୟିକ ବସିରନ୍ ବିବି, ଯୋଗଦେଇଥିବା ବେଳେ ବିଶିଷ୍ଟ ସାହିତ୍ୟିକ ନିର୍ମଳ ଚନ୍ଦ୍ର ଶୂରଦେଓ ଅଧ୍ଯକ୍ଷତା କରିଥିଲେ। ଦ୍ବିତୀୟ ଦିବସରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ଯକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ମୁଖ୍ଯ ବକ୍ତା ଭାବେ ନୟାଗଡ଼ ବ୍ଳକ ଶିକ୍ଷା ଅଧିକାରୀ ନିମାଇଁ ଚରଣ ପ୍ରଧାନ, ସମ୍ମାନିତ ଅତିଥି ଭାବେ…
Read Moreନୟାଗଡ଼ରେ ପ୍ରତ୍ୟୁଷା ଏବଂ ସମ୍ବିତ ପାତ୍ରଙ୍କ ବିଶାଳ ବାଇକ ଶୋଭାଯାତ୍ରା
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ରେ ବିଜେପି ନେତ୍ରୀ ପ୍ରତ୍ୟୁଷା ଏବଂ ସମ୍ବିତ ପାତ୍ରଙ୍କ ନେତୃତ୍ୱରେ ଏକ ବିଶାଳ ବାଇକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ଘଡୁଆଳ ପେଟ୍ରୋଲପମ୍ପ ଠାରୁ ବାହାରି ନୟାଗଡ଼ ମୁଖ୍ୟ ରାସ୍ତାଦେଇ ଚଣ୍ଡୀବସ୍ତ ପର୍ଯ୍ୟନ୍ତ ଯାଇଥିଲା। ଏହି ବାଇକ ଶୋଭାଯାତ୍ରାରେ ଶହ ଶହ ବାଇକରେ ଶତାଧିକ କର୍ମୀ ସାମିଲ ହୋଇଥିଲେ । ଦଳୀୟ କର୍ମୀମାନେ ଡାକବାଜି ଯନ୍ତ୍ରରେ ବିଜେପି ନାରା ଦେଇ ଯାଉଥିବା ଦେଖାଯାଇଥିଲା। ଏହି ବିଶାଳ ଶୋଭାଯାତ୍ରାରେ ପ୍ରତ୍ୟୁଷା ଓ ସମ୍ବିତ ପାତ୍ର ନୟାଗଡ଼ ଜନସାଧାରଣଙ୍କ ନିକଟତର ହେଉଥିବା ଜଣାପଡ଼ିଥିଲା। ଏହି ଶୋଭାଯାତ୍ରାରେ ନୟାଗଡ଼ ବିଜେପିର ଆଗଧାଡ଼ିର ନେତୃବୃନ୍ଦ ଯୋଗଦେଇଥିଲେ।
Read Moreସ୍ୱାସ୍ଥ୍ୟ କ୍ଷେତ୍ରରେ ଓଡିଶା ସାରା ଭାରତ ବର୍ଷରେ ମଡେଲ ସାଜିଛି : ଅରୁଣ
ଉଦ୍ଘାଟିତ ହେଲା ନରସିଂହପ୍ରସାଦ ମେଡିକାଲ ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଲକ ଅନ୍ତର୍ଗତ ଜେମାଦେଇପୁର ପାଟଣା ଗ୍ରାମ ପଞ୍ଚାୟତ ନରସିଂହପ୍ରସାଦ ଠାରେ ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ରକୁ ଉଦ୍ଘାଟନ କରିଛନ୍ତି ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ । ଏହି ଅବସରରେ ଡ. ସାହୁ ସ୍ୱାସ୍ଥ୍ୟ କ୍ଷେତ୍ରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧୀକ ଗୁରୁତ୍ୱ ଦେଉଛନ୍ତି ବୋଲି ପ୍ରକାଶ କରିଛନ୍ତି । ସ୍ୱାସ୍ଥ୍ୟ କ୍ଷେତ୍ରରେ ଓଡିଶା ସାରା ଭାରତ ବର୍ଷରେ ମଡେଲ ସାଜିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାସ୍ଥ୍ୟ କ୍ଷେତ୍ରକୁ ଅଧୀକ ଲୋକାର୍ଭିମୁଖି କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ପ୍ରତିଟି ଜୀବନ ମୁଲ୍ୟବାନ । ଅର୍ଥ ଅଭାବରୁ କେହି ଉତ୍ତମ ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ହେବେ ନାହିଁ । ନବୀନ ସରକାରଙ୍କର ଏହା ହେଉଛି ଏକ ମାତ୍ର ଲକ୍ଷ । ସରକାରୀ ଓ ବେସରକାରୀ ମେଡିକାଲରେ ବିଏସକେୱାଇ…
Read Moreବିରାଟ ବାଇକ୍ ରାଲି ମାଧ୍ୟମରେ ଉଦ୍ଘାଟିତ ହେଲା ଶଙ୍ଖେଇ ମେଡିକାଲ
ସ୍ୱାସ୍ଥ୍ୟକ୍ଷେତ୍ରକୁ ଅଧୀକ ଗୁରୁତ୍ୱ ଦେଉଛନ୍ତି ମୁଖ୍ୟମନ୍ତ୍ରୀ: ଅରୁଣ ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଲକ ଅନ୍ତର୍ଗତ ନୋତର ଗ୍ରାମ ପଞ୍ଚାୟତ ଶଙ୍ଖେଇ ଠାରେ ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ରକୁ ଉଦ୍ଘାଟନ କରିଛନ୍ତି ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ । ଏହି ଅବସରରେ ଡ. ସାହୁ ସ୍ୱାସ୍ଥ୍ୟ କ୍ଷେତ୍ରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧୀକ ଗୁରୁତ୍ୱ ଦେଉଛନ୍ତି ବୋଲି ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ପ୍ରତିଟି ଜୀବନ ମୁଲ୍ୟବାନ । ଅର୍ଥ ଅଭାବରୁ କେହି ଉତ୍ତମ ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ହେବେ ନାହିଁ । ନବୀନ ସରକାରଙ୍କର ଏହା ହେଉଛି ଏକ ମାତ୍ର ଲକ୍ଷ । ସରକାରୀ ଓ ବେସରକାରୀ ମେଡିକାଲରେ ବିଏସକେୱାଇ ଓ ନବୀନ କାର୍ଡ ପ୍ରଚଳନ କରାଯାଇଛି। ପ୍ରତ୍ୟେକ ମହିଳା ମାନଙ୍କ ପାଇଁ ମାଗଣା ୧୦ ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଥିବା…
Read Moreନଡ଼ିଆଳି ଗ୍ରାମ ପଞ୍ଚାୟତରେ କଲ୍ୟାଣ ମଣ୍ଡପ ଉଦ୍ଘାଟନ କଲେ ଅରୁଣ
ନବୀନ ପଟ୍ଟନାୟକଙ୍କ ପାଇଁ ବିକାଶର ଧାରା ତ୍ୱରାନ୍ୱିତ ହୋଇଛି ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଲକ ଅନ୍ତର୍ଗତ ନଡ଼ିଆଳି ଗ୍ରାମ ପଞ୍ଚାୟତରେ ଆଜି ନୂତନ କଲ୍ୟାଣ ମଣ୍ଡପର ଉଦ୍ଘାଟନ ହୋଇଛି । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଯୋଗ ଦେଇ କଲ୍ୟାଣ ମଣ୍ଡପର ଉଦ୍ଘାଟନ କରିଛନ୍ତି । ଏହି ଅବସରରେ ଏକ ବିରାଟ ବାଇକ ରାଲିର ଆୟୋଜନ କରାଯାଇଥିଲା । ୩୦୦ ରୁ ଉର୍ଦ୍ଧ୍ୱ ବାଇକ୍ ଖୁଣ୍ଟୁବନ୍ଧ କାଳିଆଷଣ୍ଢ ଯାତ୍ରା ପଡିଆରୁ ବାହାରି ନଡ଼ିଆଳି, ହିଞ୍ଜିଳିଗାଡିଆ, ବଢ଼ିଆସାହି, ପାଟଣା ସାହି ଦେଇ ପଲ୍ଲୀସାଶନ ବାଲୁଙ୍କେଶ୍ୱର ମନ୍ଦିର ପୀଠରେ ପହଞ୍ଚିଥିଲା । ଏହି ଅବସରରେ ଡ. ସାହୁ କଲ୍ୟାଣୀ ମଣ୍ଡପର ଉଦ୍ଘାଟନ କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ବିକାଶର ଧାରା ତ୍ୱରାନ୍ୱିତ ହୋଇଛି ବୋଲି ପ୍ରକାଶ କରିଥିଲେ । ଯେଉଁଠି ଶାନ୍ତି ପ୍ରତିଷ୍ଠା…
Read Moreନୟାଗଡ଼ ଜିଲ୍ଲାରେ ଅତିରିକ୍ତ ନିର୍ବାଚନ ଅଧିକାରୀଙ୍କ ନିର୍ବାଚନ ପ୍ରସ୍ତୁତି ସମୀକ୍ଷା
ନୟାଗଡ଼,(ନୟାଗଡ଼ ଦର୍ପଣ): ଓଡ଼ିଶା ଅତିରିକ୍ତ ନିର୍ବାଚନ ଅଧିକାରୀ ଶତୃଘ୍ନ କର ଆଜି ଅପରାହ୍ନରେ ନୟାଗଡ଼ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ନୟାଗଡ଼ ଜିଲ୍ଲାରେ ନିର୍ବାଚନ ପ୍ରାକ୍ ପ୍ରସ୍ତୁତି ଉପରେ ସମୀକ୍ଷା କରିଥିଲେ । ପ୍ରଥମେ ଶ୍ରୀଯୁକ୍ତ କର ନୟାଗଡ଼ ଜିଲ୍ଲାରେ ବୁଥ୍ ପୋଷ୍ଟାଲ ବ୍ୟାଲେଟ୍, ଯାନ, ଟ୍ରେନିଂ ପ୍ରୋଗ୍ରାମ, ଏମ.ସି.ଏମ.ସି., ଏମ.ସି.ସି., ପୋଲିସ ମାଜିଷ୍ଟ୍ରେଟ୍ ସମନ୍ଵୟ ଉପରେ ସମୀକ୍ଷା କରିଥିଲେ। ଏହି ବୈଠକରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ସ୍ଵଧା ଦେବସିଂ ନିର୍ବାଚନ ସମ୍ବନ୍ଧୀୟ ସନ୍ଦେହ ଗୁଡ଼ିକ ପଚାରି ବୁଝିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ତଥା ରିଟର୍ନିଙ୍ଗ ଅଧିକାରୀ ଦିଲିପ କୁମାର ବଳ, ଅତିରିକ୍ତ ଜିଲ୍ଲାପାଳ ତଥା ରିଟର୍ନିଙ୍ଗ ଅଧିକାରୀ ରୋଜିନା ଦାସ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ରିଟର୍ନିଙ୍ଗ ଅଧିକାରୀ ଦେବଦତ୍ତ ପଣ୍ଡା, ଉପଜିଲ୍ଲାପାଳ ତଥା ରିଟର୍ନିଙ୍ଗ ଅଧିକାରୀ କର୍ଣ୍ଣଦେବ ସମାଦାର, ଅତିରିକ୍ତ…
Read Moreଶରଣକୁଳକୁ ଏନଏସି ଘୋଷଣା ପରେ ସରକାରଙ୍କୁ ଧନ୍ୟବାଦ ଦେଲେ ସ୍ଥାନୀୟ ବାସିନ୍ଦା
ଓଡ଼ଗାଁ, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଶରଣକୁଳକୁ ଏନଏସି ଘୋଷଣା କରାଯାଇ ଦୀର୍ଘଦିନର ଦାବୀ ପୁରଣ କରିଥିବାରୁ ସ୍ଥାନୀୟ ବିଧ୍ୟାୟକ ସତ୍ୟନାରାୟଣ ପ୍ରଧାନ ଓ 5T ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି ଜନସାଧାରଣ । ଶରଣକୁଳ ଓ ହରିହରପୁର ଗ୍ରାମପଞ୍ଚାୟତକୁ ନେଇ ଏନଏସି ପାଇଁ ଦୀର୍ଘ ୧୫ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ଶରଣକୁଳ ଅଂଚଳର ବୁଦ୍ଧିଜୀବି, ନେତୃସ୍ଥାନୀୟ ବ୍ୟକ୍ତି ଓ ସଚେତନ ନାଗରିକଙ୍କ ଦାବୀକୁ ଗୁରୁତ୍ୱ ଦେଇ ବିଳମ୍ବ ହେଲେ ମଧ୍ୟ ରାଜ୍ୟ ସରକାର ପ୍ରତିଶୃତି ପାଳନ କରିଥିବାରୁ ଶରଣକୁଳ ଅଂଚଳରେ ସମସ୍ତ ଜନସାଧାରଣଙ୍କ ମନରେ ଉତ୍ସାହ ଦେଖାଦେଇଛି। ଶରଣକୁଳ ସରପଞ୍ଚ ମିନାକ୍ଷୀ ପ୍ରସାଦ ସାହୁ, ଜିଲ୍ଲା ପରିଷଦ ସଦସ୍ୟା ଚିନ୍ମୟୀ ଦାଶ, କୃଷକ ନେତା କୃଷ୍ଣଚନ୍ଦ୍ର ମହାପାତ୍ର, ଯୁବନେତା ଉମାପ୍ରସାଦ ସାହୁ, କୃଷ୍ଣଚନ୍ଦ୍ର ତ୍ରିପାଠୀ, ରବୀନ୍ଦ୍ର କୁମାର ଚୌଧୁରୀ, ହରିହରପୁର ପ୍ରାକ୍ତନ…
Read More