ଓଡ଼ଗାଁ: କରୋନା ଦିନକୁ ଦିନ ବଢିଚାଲିଥିବା ବେଳେ ଗତକାଲି ଓଡ଼ଗାଁ ବ୍ଲକ ଗିରିଡିପଲ୍ଲି ପଞ୍ଚାୟତ ଝାଡ଼ସାହିରେ ୪ଜଣଙ୍କ ମୃତ୍ୟୁ ଘଟିବା ପରେ ସ୍ଥାନୀୟ ଅଞ୍ଚଳରେ କୋକୁଆଭୟ ସୃଷ୍ଟି ହୋଇଥିବା ଖବର ମିଳିଛି । ଆଜି ସ୍ୱାସ୍ଥ୍ୟ ବିଭାଗ ତରଫରୁ ଏକ ଟିମ ସେହି ଗାଁରେ ପହଁଚି ଘରକୁ ଘର ବୁଲି ସର୍ଭେ କରିଛନ୍ତି। ସେଠାର ଲୋକମାନେ ଭୟଭୀତ ହୋଇ ରହିବା ସହିତ ଜ୍ଵର ହେଉଥିଲେ ମଧ୍ୟ ଲୁଚାଇ ରଖୁଥିବାରୁ ସେମାନଙ୍କୁ ଅଧର୍ଯ୍ୟ ନହୋଇ ସତ ପ୍ରକାଶ କରିବାକୁ ପରାମର୍ଶ ଦିଆଯାଇଛି। ଥଣ୍ଡା, କାଶ କିମ୍ବା ଜ୍ଵର ହେଲେ ତୁରନ୍ତ ଅଙ୍ଗନବାଡି ଓ ଆଶା କର୍ମୀଙ୍କୁ ଜଣାଇବା ପାଇଁ କୁହାଯାଇଥିଲା। ଗତକାଲି କରୋନା ଆକ୍ରାନ୍ତରେ ମୃତ୍ୟୁବରଣ କରିଥିବା କୁମାରୀ ଡାକୁଆଙ୍କ ପରିବାରର ୨ପୁଅ ପ୍ରଭାତ, ଋଷିଆ ଓ ବୋହୁ ମାମାଲି ଆକ୍ରାନ୍ତ ଚିହ୍ନଟ ପରେ ଆଜି ଚାନ୍ଦପୁର କୋଭିଡ…
Read MoreCategory: ଓଡ଼ଗାଁ ବ୍ଲକ
ଓଡ଼ଗାଁ ଝାଡ଼ସାହି ଗାଁରେ ଗୋଟିଏ ଦିନରେ ୪ମୃତ, ଗାଁ ରେ କରୋନା ଭୟ
ଓଡ଼ଗାଁ: ଓଡ଼ଗାଁ ବ୍ଲକ ଗିରିଡିପଲ୍ଲି ଗ୍ରାମ ପଞ୍ଚାୟତ ଝାଡ଼ସାହି ଗାଁରେ ଆଜି ଗୋଟେ ଦିନରେ ୩ଜଣ ପୁରୁଷ ଜଣେ ମହିଳା ମୃତ୍ୟୁବରଣ କରିଛନ୍ତି। ମୃତକମାନେ ହେଲେ ଭରତ ବେହେରା ୭୫ବର୍ଷ, ମୁରଲୀଧର ଡାକୁଆ ୬୫ବର୍ଷ, କୁମାରୀ ଡାକୁଆ ୫୨ବର୍ଷ ଓ ଗୋଲକ ପ୍ରଧାନ ୫୮ବର୍ଷ । ମୁରଲୀ କରୋନା ଆକ୍ରାନ୍ତ ହୋଇ ଚାନ୍ଦପୁର କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଆଜି ୧୧ଟାରେ ମୃତ୍ୟୁ ବରଣ କରିଥିବା ବେଳେ ଭରତ ବେହେରାଙ୍କ ଜ୍ଵରରୁ ମୃତ୍ୟୁ ହୋଇଥିବା ସୂଚନା। ସେହିପରି କୁମାରୀ ଆକ୍ରାନ୍ତ ଥାଇ ଜ୍ୱର ହେବାରୁ ତାଙ୍କୁ ମହିପୁର ମେଡିକାଲ ନେବାରେ ସେଠାରେ ସେ ମୃତ୍ୟୁ ବରଣ କରିଥିବା ବେଳେ ଗୋଲକଙ୍କୁ ମଧ୍ୟ ଜ୍ଵର ହେବାରୁ ତାଙ୍କୁ ମେଡିକାଲ ନେବା ବାଟରେ ହିଁ ମୃତ୍ୟୁ ଘଟିଛି । ଏବେବି ଗୋଲକଙ୍କ ମୃତ ଶରୀର ଗାଁରେ ପଡିରହିଥିବା ବେଳେ…
Read Moreଓଡଗାଁରେ କରୋନା ସ୍ଥିତି ସମୀକ୍ଷା କଲେ ମନ୍ତ୍ରୀ ଡ.ଅରୁଣ ସାହୁ
ସାରା ଜିଲ୍ଲାରେ ଦିନକୁ ଦିନ କରୋନା ବ୍ୟାପିବାରେ ଲାଗିଥିବା ବେଳେ ଓଡଗାଁରେ ମଧ୍ୟ ସେଇ ଅନୁପାତରେ କରୋନା ମାଡି ଚାଲିଛି । ପ୍ରଶାସନ ପକ୍ଷରୁ ଯେତେ ତାଗିଦ କଲେ ମଧ୍ୟ ଅମାନିଆ ମାନୁ ନଥିଲା ବେଳେ ମାଡ ଖାଉଛନ୍ତି, ଫାଇନ ଦେଉଛନ୍ତି ତଥାପି ଫରକ ପଡୁନି । ଏହି ନେଇ ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତି କରଣ, ମତ୍ସ୍ୟ, ପ୍ରାଣୀ ସମ୍ପଦ ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ଡ.ଅରୁଣ କୁମାର ସାହୁ କୋଭିଡ ସମୀକ୍ଷା କରିଛନ୍ତି । ଓଡଗାଁ କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ଏକ ବୈଠକରେ ମନ୍ତ୍ରୀ କୋଭିଡ ନିୟମକୁ କଡାକଡି କରାଯିବା ପାଇଁ ପରାମର୍ଶ ଦେଇଥିଲେ । କୋଭିଡ ଲକ୍ଷଣଯୁକ୍ତ ରୋଗୀଙ୍କୁ ହୋମ ଆଇସୋଲେସନରେ ନରଖି ତୁରନ୍ତ କୋଭିଡ କେୟାର ସେଣ୍ଟରକୁ ପଠାଯିବା ପାଇଁ ପରାମର୍ଶ ଦେଇଛନ୍ତି । ସାମାନ୍ୟ ଲକ୍ଷଣ ଦେଖାଗଲେ…
Read Moreଚାଲିଥିଲା ବାହାଘର ଭୋଜି ପହଞ୍ଚିଗଲା ପୋଲିସ
ଓଡଗାଁ: କୋଭିଡ ନିୟମକୁ ଅବମାନନା କରି ଶରଣକୁଳ ଥାନା ଅନ୍ତର୍ଗତ ଗୋଲଗାଁରେ ବହୁ ଲୋକ ସମାଗମ ହୋଇ ଚାଲିଥିଲା ବାହାଘର ଭୋଜି ଆଉ ଠିକ ସେତିକିବେଳେ ଖବର ପାଇ ଓଡଗାଁ ତହସିଲଦାର ବିଜୟିତା ସାମନ୍ତସିଂହାର, ଅତିରିକ୍ତ ତହସିଲଦାର ନିରଞ୍ଜନ ନାୟକ ଓ ପୁଲିସ ମିଳିତ ଭାବେ ଚଢ଼ଉ କରିଥିଲେ । ଚଢ଼ଉ ଦେଖି ମନୋଜ ପାଇକାରାୟ ଓ ତାଙ୍କ ବାପା ଫେରାର ହୋଇ ଯାଇଥିଲେ । ଘଟଣା ଅତି ଗୁରୁତର ହେବାରୁ ସମ୍ପର୍କିୟ ରବିନ୍ଦ୍ର ଘଡେଇ ୨୫ ହଜାର ଟଙ୍କାର ଜୋରିମାନା ଦେଇଥିଲେ । ଅଧିକାରୀମାନେ ତାଗିଦ କରିବା ସହ ଭୋଜିଭାତ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ଘଟଣାକୁ ନେଇ ଉକ୍ତ ଅଞ୍ଚଳରେ ଆଲୋଚନାର ବିଷୟ ପାଲଟିଛି ।
Read Moreଓଡ଼ଗାଁରେ ପ୍ରଶାସନ ପକ୍ଷରୁ ଚଢ଼ାଉ, ୧୦ଜଣଙ୍କ ଠାରୁ ୧୩ହଜାର ୫ଶହ ଟଙ୍କା ଜୋରିମାନା ଆଦାୟ
ଓଡ଼ଗାଁ: ନୟାଗଡ଼ ଜିଲ୍ଲାରେ କରୋନା ଦିନକୁ ଦିନ ତା’ର ବଂଶ ବିସ୍ତାର ବିସ୍ତାର କରି ଚାଲୁଥିବା ବେଳେ ବୃଦ୍ଧି ଗଞ୍ଜାମ ଜିଲ୍ଲା ସିମାନ୍ତରେ ଥିବା ଓଡଗାଁ ଅଞ୍ଚଳରେ ଦୈନିକ ସଂକ୍ରମଣ ବୃଦ୍ଧି ଘଟୁଛି। ଏହି ଅବସରରେ ଓଡଗାଁ ବିଜ୍ଞାପିତ ଅଞ୍ଚଳର କିଛି ଅମାନିଆ ଦୋକାନି କୋଭିଡ ନିୟମକୁ ଉଲଂଘନ କରି ବ୍ୟବସାୟ କରୁଛନ୍ତି । ଏହାକୁ ନଜରରେ ରଖି ପ୍ରଶାସନ ପକ୍ଷରୁ କଡା ଆଭିମୁଖ୍ୟ ଗ୍ରହଣ କରାଯାଇଛି । ଆଜି ଓଡଗାଁ ବଜାରରେ ଥିବା ରଘୁନାଥ ବସ୍ତ୍ରାଳୟ ଉପରେ ଚଢ଼ଉ କରାଯାଇ ପାଞ୍ଚ ହଜାର ଟଙ୍କା ଜୋରିମାନା କରାଯାଇଛି । ସେହିପରି ଭାବେ ଆଜି ମୋଟ ୧୦ଜଣଙ୍କ ଠାରୁ ୧୩,୫୦୦ ଟଙ୍କା ଆଦାୟ କରାଯାଇଛି । ଏ ଚଢ଼ଉରେ ଓଡ଼ଗାଁ ତହସିଲଦାର ବିଜେୟୀତା ସାମନ୍ତ ସିଂହାର, ବିଜ୍ଞାପିତ ଅଞ୍ଚଳର କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ୱାତି ମିଶ୍ର, ଓଡଗାଁ ଆଦର୍ଶ…
Read Moreବିଶିଷ୍ଟ ସମାଜସେବୀ ଶଶୀଭୂଷଣ ଆଚାରୀଙ୍କ ହୃଦଘାତରେ ପରଲୋକ
ଓଡ଼ଗାଁ: ଓଡ଼ଗାଁ ଅଞ୍ଚଳର ଉତ୍ସର୍ଗୀକୃତ ସମାଜସେବୀ ଶ୍ରୀଯୁକ୍ତ ଶଶୀଭୂଷଣ ଆଚାରୀଙ୍କ ପରଲୋକ। ଆର୍ଯ୍ୟ ଦୀକ୍ଷାରେ ଦୀକ୍ଷିତ ଏହି ମହାମାନବ ପଥରା ଠାରେ ଏକ ବୃଦ୍ଧାଶ୍ରମ ନିର୍ମାଣ କରିଛନ୍ତି। ତାଙ୍କର ମୃତ୍ୟୁରେ ବୃଦ୍ଧାଶ୍ରମର ସମସ୍ତ ଅନ୍ତେବାସୀ ଦୁଃଖରେ ଭାଙ୍ଗି ପଡିଛନ୍ତି। ଶ୍ରୀଯୁକ୍ତ ଆଚାରୀ ବିଗତ ଦିନରେ ନିଜର ଅଙ୍ଗଦାନ କରିବା ପାଇଁ ଚୁକ୍ତିବଦ୍ଧ ହୋଇ ନିଜ ପରୋପକାରୀ ପଣିଆର ପରାକାଷ୍ଠା ପ୍ରଦର୍ଶନ କରିଥିଲେ। ସେ ଏକାଧାରରେ ସମାଜ ସଂସ୍କାରକ, ସାମାଜିକ କର୍ମୀ, ମେଳାପୀ, ମିଷ୍ଟଭାଷୀ, ପରୋପକାରୀ ବ୍ୟକ୍ତିତ୍ୱ ଭାବରେ ସମଗ୍ର ଓଡ଼ଗାଁ ଅଞ୍ଚଳରେ ଖୁବ ଜଣାଶୁଣା ଥିଲେ। ବିଭିନ୍ନ ଗଠନମୂଳକ ସ୍ବେଛାସେବୀ କାର୍ଯ୍ୟରେ ନିଜକୁ ସଂଶ୍ଲିଷ୍ଟ କରି ସେ ଯେଉଁ ପଦଚିହ୍ନ ଛାଡି ଯାଇଛନ୍ତି ଜନମାନସରେ ସେ ସଦାସର୍ବଦା ଚିର ଅମର ହୋଇ ରହିବେ। ଏହି ଦୁଃସମୟରେ ଭଗବାନ ତାଙ୍କ ପରିବାର ଲୋକଙ୍କୁ ଅମାପ ଧୌର୍ଯ୍ୟ ଓ ସହନଶୀଳତା…
Read Moreପି.ଟି.ଏସ୍ ଛକକୁ ଗୋଲେଇ ଛକ କରିବାକୁ ଦାବୀ
ନୟାଗଡ଼: ନୟାଗଡ଼ର ପିଟିଏସ୍ ଛକକୁ ଗୋଲେଇଛକରେ ପରିଣତ କରିବାକୁ ଟାଉନ ପ୍ଳାନିଙ୍ଗ ବା ମୁନିସପାଲିଟି କର୍ତ୍ତୃପକ୍ଷ ଧ୍ୟାନ ନ ନେବା ବିଡ଼ମ୍ବନାର ବିଷୟ ପାଲଟିଛି । ଜନ ସାଧାରଣଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ଏହି ଛକକୁ ଗୋଲେଇ ଛକରେ ପରିଣତ କରିବାକୁ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଉଥିଲେ ମଧ୍ୟ ପ୍ରଶାସନ ଧ୍ୟାନ ନଦେବା ବିଡମ୍ବନାର ବିଷୟ ପାଲଟିଛି। ବର୍ତ୍ତମାନ ନୟାଗଡ଼ର ପିଟିଏସ୍ ଛକ ଏକ ବ୍ୟସ୍ତ ବହୁଳ ଛକ । ଡିଆରଡିଏ ରୋଡ଼ର ଦୁଇ ପାଶ୍ୱର୍ରେ ଗଢ଼ିଉଠିଲାଣି ଅନେକ ସରକାରୀ ଅଫିସ୍ । ତା ସାଙ୍ଗକୁ ଅନେକ ସ୍କୁଲ, ପିଟିଏସ, ତିନି ତିନିଟା ଆବାସିକ ମହାବିଦ୍ୟାଳୟ ସହିତ ବିଭିନ୍ନ କୋଚିଙ୍ଗ୍ ସେଣ୍ଟର ମଧ୍ୟ ଅବସ୍ଥିତ । ନିକଟସ୍ଥ ଅନେକ ଗାଁ’ର ଲୋକମାନେ ମଧ୍ୟ ଏହି ବାଟଦେଇ ଯିବା ଆସିବା କରିଥାନ୍ତି । ରାସ୍ତାଟି କିଛି ମାତ୍ରାରେ…
Read Moreବ୍ୟବସାୟୀଙ୍କୁ ତାଗିଦ କଲେ ତହସିଲଦାର: ସାମାଜିକ ଦୂରତା ଏବଂ ମାକ୍ସ ଉପରେ ଦେଲେ ଗୁରୁତ୍ୱ
ଓଡ଼ଗାଁ: ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ଆଖପାଖ ଅଞ୍ଚଳରେ କରୋନାର ଦ୍ୱିତୀୟ ଲହର ମୁକାବିଲା ପାଇଁ ସ୍ଥାନୀୟ ବ୍ୟବସାୟୀଙ୍କୁ ଆଜି ତାଗିଦ କରିଛନ୍ତି ତହସିଲଦାର ବିଜୟିତା ସାମନ୍ତସିଂହାର ।ଏନେଇ ତହସିଲ କାର୍ଯ୍ୟାଳୟଠାରେ ସ୍ଥାନୀୟ ବ୍ୟବସାୟୀ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ସକାଳ ୮ସୁଦ୍ଧା ସମସ୍ତ ହୋଲସେଲର ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ କରିବା ଓ ଖୁଚୁରା ବ୍ୟବସାୟୀମାନେ ଦିନ୧୨ଟା ସୁଦ୍ଧା ଦୋକାନ ବନ୍ଦକରିବା ପାଇଁ ତହସିଲଦାର ନିର୍ଦ୍ଦେଶ ଦେଇଛନ୍ତି । ଏଥିସହିତ ନିଜନିଜ ଦୋକାନ ସମ୍ମୁଖରେ ବାଉଁଶତିଆରି ବ୍ୟାରିକେଡ ସମେତ ମାସ୍କ ଏବଂ ସାମାଜିକ ଦୂରତା ଉପରେ ଗୁରୁତ୍ୱ ଦେଇଥିଲେ। ଏହି ସବୁ ନିୟମରେ ଯଦି ବ୍ୟତିକ୍ରମ ହେଲେ ଅମାନିଆ ଦୋକାନୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ତହସିଲଦାର କହିଛନ୍ତି।ଆଜିର କାର୍ଯ୍ୟକ୍ରମରେ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ୱାତୀ ମିଶ୍ର, ସମସ୍ତ ବ୍ୟବସାୟିକ…
Read Moreନୂଆସାହି ଅଗ୍ନି ବିପନ୍ନଙ୍କୁ ମନ୍ତ୍ରୀଙ୍କ ସହାୟତା
ଓଡ଼ଗାଁ: ଓଡ଼ଗାଁ ବ୍ଲକ ଅନ୍ତର୍ଗତ ପୋଡ଼ାସାହି ଗ୍ରାମର ନୂଆସାହିରେ ଭୟାବହ ଅଗ୍ନିକାଣ୍ଡ ଘଟି ବହୁ କ୍ଷୟକ୍ଷତି ହୋଇଥିବା ବେଳେ ୨୨ଟି ପରିବାରର ବାସଗୃହଠାରୁ ଆରମ୍ଭ କରି ସବୁକିଛି ଜଳିପୋଡ଼ି ଛାରଖାର ହୋଇଯାଇଥିଲା। ଅଗ୍ନି ବିପନ୍ନଙ୍କୁ ସଙ୍ଗେସଙ୍ଗେ ସହାୟତା ଯୋଗାଇ ଦେବାକୁ ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡ଼ଃ. ଅରୁଣ କୁମାର ସାହୁ ପ୍ରତିଶୃତି ଦେଇଥିଲେ। ଜିଲ୍ଲା ପ୍ରଶାସନ ସହ ଆଲୋଚନା ପରେ ବ୍ୟବସ୍ଥା କରାଯାଇଥିବା ସହାୟତା ରାଶିକୁ ଆଜି ମନ୍ତ୍ରୀ ଡ଼ଃ. ସାହୁ ନୂଆସାହି ଗ୍ରାମବାସୀଙ୍କୁ ବଣ୍ଟନ କରିଥିବା ଜଣାଯାଇଛି । ପ୍ରତ୍ୟେକ ପରିବାରକୁ ୯୮ହଜାର ୯ଶହ ଟଙ୍କା ସରକାରୀ ଏବଂ ଏକ ହଜାର ଟଙ୍କା ଲେଖାଏଁ ବ୍ୟକ୍ତିଗତ ସହୟତା ରାଶି ପ୍ରଦାନ କରିଥିବା ଜଣାପଡିଛି।। ଏଥିସହିତ ବାସହୀନ ଲୋକଙ୍କୁ ଶୁଖିଲା ଖାଦ୍ୟ ସହ ଅନ୍ୟାନ ସାମଗ୍ରୀ ବଣ୍ଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଓଡ଼ଗାଁ ତହସିଲଦାର…
Read Moreଅଗ୍ନିବିପନ୍ନଙ୍କୁ ସାହାଯ୍ୟର ହାତ ବଢାଇଲେ ଶିକ୍ଷକ ଦମ୍ପତି
ଓଡ଼ଗାଁ: ଓଡଗାଁ ବ୍ଲକ ଅନ୍ତର୍ଗତ ବାଣ୍ଠପୂ୍ରୁ ପଞ୍ଚାୟତର ପୋଡ଼ାସାହି ଗ୍ରାମର ନୂଆସାହିରେ ୨୨ପରିବାରଙ୍କ ୩୫ବଖରା ଘର ନିଆଁରେ ପୋଡ଼ି ପାଉଁଶ ହୋଇଯାଇଛି। ଏଇ ବିପତ୍ତି ସମୟରେ ନୟାଗଡ଼ ଜିଲ୍ଲାର ଅନେକ ସହୃଦୟ ବ୍ୟକ୍ତି ଯଥା ସମ୍ଭବ ସାହାଯ୍ୟର ହାତ ବଢ଼େଇ ଛନ୍ତି କିଏ ଶୁଖିଲା ଖାଦ୍ୟ ବିତରଣ କରୁଛନ୍ତି ତ ଆଉ କିଏ ରନ୍ଧା ଖାଦ୍ୟ ଆଉ କିଏ ପୋଷାକ ବିତରଣ କରଛନ୍ତି। ଏହି ପରିପ୍ରେକ୍ଷୀରେ ଓଡ଼ଗାଁର ଶିକ୍ଷକ ଦମ୍ପତି ଯଥା ପ୍ରହଲ୍ଲାଦ ବେହେରା ଓ ତାଙ୍କ ସହଧର୍ମିଣୀ ଦମୟନ୍ତୀ ଦାସ ଅଗ୍ନୀବିପନ୍ନ ପରିବାରଙ୍କୁ ଚାଉଳ, ଆଳୁ, ଚପଲ, ପିଲାଙ୍କ ଡ୍ରେସ, ଲୁଗା, ଲୁଙ୍ଗି ଗାମୁଛା ସହିତ ୨୨୦୦ଟଙ୍କା ଆର୍ଥିକ ସହାୟତା ରାଶି ପ୍ରଦାନ କରିଛନ୍ତି।
Read More